Home >>Odisha National-International

ECI: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୁକ୍ତ

ECI: ଆଜି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ତାରିଖ ଘୋଷଣା କରିପାରନ୍ତି। ଏଥିଲାଗି ଅପରାହ୍ଣ ସାଢ଼େ ତିନିଟାରେ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଯାଇଛି।  ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭାର ଅନ୍ତିମ ତାରିଖ ରହିଛି। 

Advertisement
 ECI: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୁକ୍ତ
Narmada Behera|Updated: Oct 15, 2024, 11:25 AM IST
Share

ଭୁବନେଶ୍ୱର: ଆଜି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ତାରିଖ ଘୋଷଣା କରିପାରନ୍ତି। ଏଥିଲାଗି ଅପରାହ୍ଣ ସାଢ଼େ ତିନିଟାରେ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଯାଇଛି।  ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭାର ଅନ୍ତିମ ତାରିଖ ରହିଛି। ଏଣୁ  କୌଣସି ସାମ୍ବିଧାନିକ ଅଚଳାବସ୍ଥା ଦୂର କରିବା ଲାଗି ୨୮୮ ଆସନ ବିଶିଷ୍ଟ ଏହି ବିଧାନସଭା ଲାଗି ନିର୍ବାଚନର ଆବଶ୍ୟକତା ରହିଛି। ଠିକ ସେହିପରି ଜାନୁୟାରୀ ୫ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହି ବିଧାନସଭାରେ ୮୧ଟି ଆସନ ରହିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବେ ରାଜ୍ୟ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଶାସନ କରୁଛି। ଏହା ଇଣ୍ଡିଆ ମେଣ୍ଟର ସଦସ୍ୟ।। 

ମହାରାଷ୍ଟ୍ରରେ ଶାସକ ଦଳ କହିଲା ମହାଯୁତି ମେଣ୍ଟକୁ ବୁଝାଉଛି। ଶିବସେନା, ବିଜେପି ଏବଂ ଏନ୍‍ସିପିକୁ ନେଇ ଏହି ମେଣ୍ଟ ଗଢ଼ାଯାଇଛି। ଏହାର ବିପକ୍ଷରେ ମଧ୍ୟ ମହା ବିକାଶ ଅଗାଡ଼ି ରହିଛି। କଂଗ୍ରେସ, ଶରଦପାଓ୍ୱାରଙ୍କ ଏନ୍‍ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ଏହି ମେଣ୍ଟର ପ୍ରମୁଖ ଅଂଶୀଦାର ରହିଛନ୍ତି। 

ଉଭୟ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଜେପି ପାଇଁ  ଚିନ୍ତାର କାରଣ । ଗତ କିଛି ଦିନ ହେଲୋ ଝାଡ଼ଖଣ୍ଡରେ ବିଜେପି ବନାମ ଜେଏମ୍‍ଏମ୍‍ ରାଜନୀତିକ ଯୁଦ୍ଧ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ଏବଂ ଏନ୍‍ସିପିକୁ ଭାଗ କରିବାରେ ବିଜେପିର ଭୂମିକାକୁ ଦାୟୀ କରାଯାଇଛି। ଏଣୁ ଶୀଘ୍ର ପ୍ରାର୍ଥୀ ଘୋଷଣା ଏବଂ ମେଣ୍ଟ ସଜାଡ଼ିବା ଏବେ ବିଜେପିର ପ୍ରଥମ ଉଦ୍ଦେଶ୍ୟ ରହିବ। ଏ ଭିତରେ ମହାରାଷ୍ଟ୍ର ବିଜେପି ପକ୍ଷରୁ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପ୍ରଦାନ କରାଯାଇଛି। ଏଥିରୁ ୬୦ ଆସନ ଖୁବ୍‍ ଶୀଘ୍ର ସ୍ଥିର ହୋଇପାରେ ବୋଲି ଆଶା କରାଯାଇଛି।

 

 

Read More
{}{}