Home >>Odisha National-International

EPFO Hike Update: କୋଟି କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOକୁ ନେଇ ମିଳିବ ଏବେ ଡବଲ ଫାଇଦା

EPFO Hike Update: ଏହି ପ୍ରସ୍ତାବକୁ ଅନୁମୋଦନ କରନ୍ତି ତେବେ ଏହି ଦରମା ୧୫ରୁ ୨୧ ହଜାର ଟଙ୍କାକୁ ବୃଦ୍ଧି ପାଇବ ଅର୍ଥାତ୍ ପାଖାପାଖି ୬ ହଜାର ଟଙ୍କା ଦରମା ବୃଦ୍ଧି ପାଇବ, କିନ୍ତୁ ଏହା ସହିତ ସରକାର ଏକ କମ୍ପାନୀରେ ଇପିଏଫଓ ପାଇଁ ନିର୍ଦ୍ଧାରିତ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିପାରିବେ । ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଏହି ଉପହାର ଦେଇପାରନ୍ତି ସରକାର ।  

Advertisement
EPFO Hike Update: କୋଟି କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOକୁ ନେଇ ମିଳିବ ଏବେ ଡବଲ ଫାଇଦା
Rashmita Sahoo|Updated: Nov 12, 2024, 04:04 PM IST
Share

EPFO Hike Update:  ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପରେ ଦେଶର କୋଟି କୋଟି କର୍ମଚାରୀଙ୍କୁ ଆଉ ଏକ ଖୁସି ଖବର ମିଳିବାକୁ ଯାଉଛି । ଆଜ୍ଞା ହଁ, ଏବେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଅଧୀନରେ ସର୍ବନିମ୍ନ ଦରମା ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଦରମା ବୃଦ୍ଧି ନେଇ ନିଷ୍ପତ୍ତି ନିଆଗଲେ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ ହେବ।

ଇପିଏଫ୍ଓ ଅଧୀନରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ମାସିକ ୧୫,୦୦୦ ଟଙ୍କା ରହିଛି। ଯଦି ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରନ୍ତି ତେବେ ଏହି ଦରମା ୧୫ରୁ ୨୧ ହଜାର ଟଙ୍କାକୁ ବୃଦ୍ଧି ପାଇବ ଅର୍ଥାତ୍ ପାଖାପାଖି ୬ ହଜାର ଟଙ୍କା ଦରମା ବୃଦ୍ଧି ପାଇବ, କିନ୍ତୁ ଏହା ସହିତ ସରକାର ଏକ କମ୍ପାନୀରେ ଇପିଏଫଓ ପାଇଁ ନିର୍ଦ୍ଧାରିତ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିପାରିବେ । ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଏହି ଉପହାର ଦେଇପାରନ୍ତି ସରକାର ।

ଶେଷ ଥର ପାଇଁ ୨୦୧୪ରେ କରାଯାଇଥିଲା ବୃଦ୍ଧି 
ମିଳିଥିବା ସୂଚନା ଅନୁଯାୟୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ କମ୍ପାନୀ ଗୁଡ଼ିକ ସହ ଆଲୋଚନା କରୁଛି। କର୍ମଚାରୀଙ୍କ ଅଭିବୃଦ୍ଧି ଓ ନିରାପତ୍ତା ପାଇଁ ଗଠିତ କମିଟିର ସୁପାରିସ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଇପିଏଫ୍ଓ ଅଧୀନରେ ଦରମା ବୃଦ୍ଧି ଦାବି ବହୁ ବର୍ଷ ଧରି ପଡ଼ି ରହିଛି। ଶେଷ ଥର ପାଇଁ ୨୦୧୪ରେ ଦରମା ପରିବର୍ତ୍ତନ ହୋଇଥିଲା।

ସେହି ସମୟରେ ସର୍ବନିମ୍ନ ମଜୁରି ୬୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ଯଦି ସର୍ବନିମ୍ନ ମଜୁରୀ ୧୫ ହଜାର ଟଙ୍କାରୁ ୬ ହଜାର ଟଙ୍କା ବୃଦ୍ଧି କରାଯାଏ ତେବେ ପିଏଫ ରାଶି ବୃଦ୍ଧି ପାଇବ ଏବଂ ପେନସନ ମଧ୍ୟ ବୃଦ୍ଧି ପାଇବ, କିନ୍ତୁ ଅଣୁ ଓ କ୍ଷୁଦ୍ର କମ୍ପାନୀ ମାନେ ଇପିଏଫଓ ଅଧୀନରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସକୁ ବିରୋଧ କରୁଛନ୍ତି, କାରଣ ଏହା ସେମାନଙ୍କ ଖର୍ଚ୍ଚ ବୃଦ୍ଧି କରିପାରେ ।

ଇପିଏଫଓରେ କେତେ ଅବଦାନ ?
ଇପିଏଫଓ ନିୟମ ଅନୁଯାୟୀ, ପିଏଫ ଆକାଉଣ୍ଟରେ ଉଭୟ କର୍ମଚାରୀ ଏବଂ କମ୍ପାନୀ ରହିଥାନ୍ତି । ଦୁହେଁ ଏହି ଆକାଉଣ୍ଟରେ ୧୨-୧୨ ପ୍ରତିଶତ ଟଙ୍କା ଜମା କରିଥାନ୍ତି । କମ୍ପାନୀର ୧୨ ପ୍ରତିଶତ ଅର୍ଥ ମଧ୍ୟରୁ ୮.୩୩ ପ୍ରତିଶତ କର୍ମଚାରୀ ପେନସନ୍ ସ୍କିମ୍ (ଇପିଏସ୍)ରେ ଜମା ହୋଇଥାନ୍ତା। ଅବଶିଷ୍ଟ ୩.୬୭% ପିଏଫ ଆକାଉଣ୍ଟରେ ଜମା ହୋଇଛି। ଚାକିରିର ୧୦ ବର୍ଷ ପୂରଣ ହେବା ପରେ ପେନସନ ଦିଆଯାଏ । ଏଥିସହିତ ଏହି ଟଙ୍କା ଏକାସାଙ୍ଗରେ ଉଠାଇ ପାରିବେ। ସେହିପରି ମଝିରେ ଜରୁରୀକାଳୀନ ପରିସ୍ଥିତି ଥିଲେ ମଧ୍ୟ ଟଙ୍କା ଉଠାଯାଇପାରିବ, କିନ୍ତୁ ବର୍ଷକୁ କେତେ ଥର ଟଙ୍କା ଉଠାଯାଇପାରିବ? ଏହାର ଏକ ସୀମା ରହିଛି।

Also Read:  Devuthani Ekadashi: ଆଜି ବର୍ଷର ସବୁଠାରୁ ବଡ଼ ଏକାଦଶୀ, ବର୍ଷତମାମ ମାଲାମାଲ୍ ହେବେ ଏହି ୬ରାଶି

Also Read: CJI Sanjiv Khanna: ସଞ୍ଜୀବ ଖାନ୍ନା ହେଲେ ମୁଖ୍ୟ ବିଚାରପତି, ନେଇଛନ୍ତି ଏହିସବୁ ଐତିହାସିକ ନିଷ୍ପତ୍ତି

Read More
{}{}