Home >>Odisha National-International

୧୫ ଅଗଷ୍ଟରୁ ବଦଳିଯିବ Fastag ନିୟମ, ୩୦୦୦ ଟଙ୍କାରେ ମିଳିବ ବର୍ଷେ ପାଇଁ ପାସ୍

FASTag Annual Pass: ରାଜପଥରେ ଗାଡ଼ି ନେଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଦିନ X ଉପରେ ଏକ ପୋଷ୍ଟ ମାଧ୍ୟମରେ FASTag ଆଧାରିତ ବାର୍ଷିକ ପାସ୍ ଘୋଷଣା କରିଛନ୍ତି।  

Advertisement
୧୫ ଅଗଷ୍ଟରୁ ବଦଳିଯିବ Fastag ନିୟମ
୧୫ ଅଗଷ୍ଟରୁ ବଦଳିଯିବ Fastag ନିୟମ
Jagdish Barik|Updated: Jun 18, 2025, 02:38 PM IST
Share

FASTag Annual Pass: ରାଜପଥରେ ଗାଡ଼ି ନେଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଦିନ X ଉପରେ ଏକ ପୋଷ୍ଟ ମାଧ୍ୟମରେ FASTag ଆଧାରିତ ବାର୍ଷିକ ପାସ୍ ଘୋଷଣା କରିଛନ୍ତି। ଏହି ସୁବିଧା ୧୫ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହାର ଉଦ୍ଦେଶ୍ୟ ହେଉଛି ରାଜପଥ ଯାତ୍ରୀମାନଙ୍କୁ ଟୋଲ୍ ଦେବାର ଅସୁବିଧାରୁ ମୁକ୍ତ କରିବା ଏବଂ ଯାତ୍ରାକୁ ଅଧିକ ସୁବିଧାଜନକ କରିବା।

କେଉଁ ଗାଡି ଗୁଡ଼ିକ ପାଇବେ ଏହି ସୁବିଧା?
ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଗାଡି ଗୁଡ଼ିକ, ଯେପରିକି କାର, ଜିପ୍ ଏବଂ ଭ୍ୟାନ ଇତ୍ୟାଦି ପାଇଁ ଡିଜାଇନ୍ କରାଯାଇଛି। ଏହି ସୁବିଧା ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

ବାର୍ଷିକ ପାସ୍ ଆକ୍ଟିଭେସନ ଓ ନବୀକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟ (MoRTH) ଏବଂ ରାଜପଥ ଯାତ୍ରା ଆପର ୱେବସାଇଟ୍ ରେ ଏକ ପୃଥକ ଲିଙ୍କ୍ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ। ଏହା ପ୍ରକ୍ରିୟାକୁ ସହଜ ଏବଂ ସୁଗମ କରିବ। ଏହି ପଲିସି ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସମ୍ପର୍କରେ ଯାତ୍ରୀମାନଙ୍କର ଦୀର୍ଘକାଳୀନ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ। ଯାତ୍ରା ସମୟରେ ବହୁ ଟୋଲ୍ ଶୁଳ୍କ କିମ୍ବା ଅଧିକ ଦେୟର ଚିନ୍ତାକୁ ଦୂର କରି ଗୋଟିଏ ସରଳ କାରବାର ମାଧ୍ୟମରେ ଟୋଲ୍ ଦେୟ ସମ୍ଭବ ହେବ।

FASTag ଆଧାରିତ ବାର୍ଷିକ ପାସ୍ ରେ କ’ଣ ଲାଭ ହେବ?

  • ଅପେକ୍ଷା ସମୟ ହ୍ରାସ ପାଇବ
  • ଟୋଲ୍ ପ୍ଲାଜାରେ ଭିଡ଼ ହ୍ରାସ ପାଇବ
  • ବିବାଦ ହ୍ରାସ ପାଇବ
  • ଯାତାୟାତ ପ୍ରବାହରେ ଉନ୍ନତି ଆସିବ
  • ବ୍ୟକ୍ତିଗତ ଯାନ ଚାଳକମାନଙ୍କ ପାଇଁ ଯାତ୍ରା ଦ୍ରୁତ, ସହଜ ଓ ସୁବିଧାଜନକ ହେବ
Read More
{}{}