Home >>Odisha National-International

union-budget-2024 : ବଜେଟରେ କୃଷି ଓ କୃଷକଙ୍କୁ ଗୁରୁତ୍ବ : କୃଷି ପାଇଁ ୧.୫୨ ଲକ୍ଷ କୋଟି ବ୍ୟୟବରାଦ

Budget 2024 Agriculture sector : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ ହୋଇଛି। କୃଷି ଓ ଚାଷୀଙ୍କ ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରୋତ୍ସାହନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

Advertisement
budget
budget
Zee Odisha Desk|Updated: Jul 23, 2024, 12:52 PM IST
Share

Agriculture sector: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ସପ୍ତମ ଥର ଲାଗି ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି।କୃଷି ଓ ଚାଷୀଙ୍କ ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । 

କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରୋତ୍ସାହନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ବିଶେଷ କରି ଗ୍ରାମାଞ୍ଚଳରେ ଅଟୋମୋବାଇଲ ଡିମାଣ୍ଡ ବଢ଼ାଇବା ବିଶେଷ କରି ଦୁଇ ଚକିଆ ଜାନ  ଓ ଟ୍ରାକ୍ଟର ଚାହିଦା ବୃଦ୍ଧିରେ ପ୍ରୋତ୍ସାହିତ କରିବ।ପ୍ରାକୃତିକ ଉପାୟରେ ଚାଷ ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବ।ଚାଷୀଙ୍କୁ ୩୨ ଫସଲରେ ମିଳିବ ୧୦୯ ଟି ଅମଳକ୍ଷମ ବିହନ।ଚାଷୀଙ୍କ ଉତ୍ପାଦନ ପାଇଁ ଷ୍ଟୋରେଜ ଓ ମାର୍କେଟଇଂ ବ୍ୟବସ୍ଥା ହେବ।ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ, ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଓ ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ସୀତାରମଣ । 

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣ ଆରମ୍ଭରେ ଦେଶବାସୀଙ୍କୁ ପୁନର୍ବାର ମୋଦି ସରକାରଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ  । ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ । ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ସବୁ ବର୍ଗର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ । ଅନ୍ତରୀଣ ବଜେଟରେ କୃଷି ଓ ଚାଷୀ କଲ୍ୟାଣ ଲାଗି 1.27 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଥିଲା।

Read More
{}{}