Hindi News >>Home >>Odisha National-International

Visakhapatnam: ଷ୍ଟେସନରେ ଠିଆ ହୋଇଥିଲା ଟ୍ରେନ୍, ହଠାତ୍ ହୁ-ହୁ ହୋଇ ଜଳିବାକୁ ଲାଗିଲା ତିନୋଟି ଏସି ବଗି

Fire in Train: ଦେଶରେ ରେଳ ଦୁର୍ଘଟଣା ବନ୍ ହେବାର ନାମ ନେଉନାହିଁ। ରବିବାର ଦିନ ବିଶାଖାପାଟନମ୍ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ତିନିଟି ବଗି ନିଆଁରେ ଜଳିପୋଡି ପାଉଁସ ହୋଇଯାଇଛି। କୋରବା ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଛି।  

Advertisement
Visakhapatnam Train Fire
Visakhapatnam Train Fire
Jagdish Barik|Updated: Aug 04, 2024, 02:38 PM IST
Share

Visakhapatnam Train Fire: ଦେଶରେ ରେଳ ଦୁର୍ଘଟଣା ବନ୍ଦ ହେବାକୁ ନାମ ନେଉନାହିଁ। ରବିବାର ଦିନ ବିଶାଖାପାଟନମ୍ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ତିନିଟି ବଗି ନିଆଁରେ ହୁ-ହୁ ଜଳି ଉଠିଥିଲା। ଏହି ଦୁର୍ଘଟଣା କୋରବା ଏକ୍ସପ୍ରେସ (18517) ରେ ଘଟିଛି। ଘଟଣା ସମୟରେ ଟ୍ରେନ୍ ଚାରି ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା। ଏହି ଦୁର୍ଘଟଣାରେ ତିନୋଟି ଏସି କୋଚ୍ ପୋଡି ପାଉଁଶ ହୋଇଯାଇଛି। ବର୍ତ୍ତମାନ ଏହି ଘଟଣାରେ କୌଣସି ଆହତ କିମ୍ବା ହତାହତ ହେବାର ଖବର ମିଳିନାହିଁ।

ସୂଚନା ଅନୁଯାୟୀ, B7 ବଗିର ଶୌଚାଳୟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ, B7 ବଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ପରେ ନିଆଁ B6 ଓ M1 AC ବଗିରେ ବ୍ୟାପିଯାଇଥିଲା ଓ ଏହାକୁ ମଧ୍ୟ ପୋଡି ଦେଇଥିଲା। ନିଆଁ ଲାଗିବା ମାତ୍ରେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଲିଭାଇବା ଆରମ୍ଭ କରିଥିଲେ। ଏହା ଏକ ଆଶ୍ୱସ୍ଥିର ବିଷୟ ଯେ ଏହି ସମୟରେ ଟ୍ରେନରେ ଜଣେ ବି ଯାତ୍ରୀ ନଥିଲେ। ଏହି କାରଣରୁ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ।

ରେଳ ବଗିରେ ଅଗ୍ନିକାଣ୍ଡ ଘଟିଥିବା ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏଥିରେ ଦେଖିବାକୁ ମିଳୁଛୁ ଯେ ଏସି କୋଚରୁ ନିଆଁ କିପରି ଉପରକୁ ଉଠୁଛି। ଏହା ସହିତ ଧୂଆଁ ଚାରିଆଡେ ବ୍ୟାପିଯାଉଥିବା ନଜର ଆସୁଛି। ରେଳ କର୍ମଚାରୀମାନେ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ଏଥିସହିତ ବହୁ ସଂଖ୍ୟାରେ ଲୋକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଟ୍ରେନରେ ନିଆଁ ଲାଗିବା ମାତ୍ରେ ଏହା ତୁରନ୍ତ ଲିଭାଯାଇଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା।​ ବିଶାଖାପାଟନମ୍ ପୋଲିସ୍ କମିଶନର ଶଙ୍କା ବ୍ରତା ବାଗଚି କହିଛନ୍ତି ଯେ ସକାଳ ୭.୩୦ ସମୟରେ ଭାଇଜାଗ ରେଳ ଷ୍ଟେସନରେ ଠିଆ ହୋଇଥିବା ତିରୁମାଲା ଏକ୍ସପ୍ରେସର ଚାରିଟି ବଗିରେ ନିଆଁ ଲାଗିଯାଇଥିଲା।

Read More
{}{}