Hindi News >>Home >>Odisha National-International

Bengal bandh: 'ପଶ୍ଚିମବଙ୍ଗ ବନ୍ଦ' ସମୟରେ ଲଙ୍କାକାଣ୍ଡ, ବିଜେପି ନେତାଙ୍କ ଉପରକୁ ଗୁଳିମାଡ; ଜଣେ ଗୁରୁତର

କୋଲକାତା: ଆଜି ବୁଧବାର ୨୮ ଅଗଷ୍ଟ ପଶ୍ଚିମବଙ୍ଗ ବନ୍ଦ ସମୟରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭାଟପାରାଠାରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦ୍ୱାରା ତାଙ୍କ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ବିଜେପି

Advertisement
Bengal bandh: 'ପଶ୍ଚିମବଙ୍ଗ ବନ୍ଦ' ସମୟରେ ଲଙ୍କାକାଣ୍ଡ, ବିଜେପି ନେତାଙ୍କ ଉପରକୁ ଗୁଳିମାଡ; ଜଣେ ଗୁରୁତର
Prabhudatta Moharana|Updated: Aug 28, 2024, 01:58 PM IST
Share

Bengal bandh: କୋଲକାତା: ଆଜି ବୁଧବାର ୨୮ ଅଗଷ୍ଟ ପଶ୍ଚିମବଙ୍ଗ ବନ୍ଦ ସମୟରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭାଟପାରାଠାରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦ୍ୱାରା ତାଙ୍କ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ବିଜେପି ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ସେ ପିଟିଆଇକୁ କହିଛନ୍ତି, 'ଆଜି ସକାଳେ ମୁଁ ଅର୍ଜୁନ ସିଂଙ୍କ ବାସଭବନରେ ପହଞ୍ଚିବା ପାଇଁ ପ୍ରାୟ ୮ଟା ୧୫ ମିନିଟରେ ମୋ ଘରୁ ବାହାରି ଆସିଥିଲି। ଘରୁ ବାହାରିବାର ମାତ୍ର ତିନି ମିନିଟ୍ ପରେ ଜେଟିଙ୍ଗ୍ ମେସିନ୍ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ପ୍ରାୟ ୫୦ ରୁ ୬୦ ଲୋକ ମୋ କାରକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହା ପରେ ୬ ରୁ ୭ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।

ଟିଏମସିକୁ ଦାୟୀ କଲେ ନେତା
ବିଜେପି ନେତା ଅର୍ଜୁନ ସିଂହ ଏଏନଆଇକୁ କହିଛନ୍ତି କି କାର ଉପରକୁ ୭ ରାଉଣ୍ଡ ଗୁଳି ମାଡ କରାଯାଇଥିଲା। ସେ ଦାବି କରିଛନ୍ତି ଏହି ମରଣାନ୍ତକ ଆକ୍ରମଣ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି। ଶ୍ରୀ ସିଂହ ଆହୁର ମଧ୍ୟ ଦାବି କରିଛନ୍ତି କି ଆମ ଦଳର ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କୁ ହତ୍ୟା କରିବାର ଏକ ଷଡ଼ଯନ୍ତ୍ର ରଚାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଆଜି ତାଙ୍କ କାର ଉପରକୁ ଆକ୍ରମଣ କରାଯାଇଛି। ତାଙ୍କ ଗାଡିକୁ ଗୁଳି ମାଡ଼ କରାଯାଇଛି। ତାଙ୍କ ଗାଡିର ଡ୍ରାଇଭରକୁ ଗୁଳି ମାଡ କରାଯାଇଛି। ୭ ରାଉଣ୍ଡ ଗୁଳି ମାଡ କରାଯାଇଛି ବୋଲି ସେ କହିଛନ୍ତି। 

ଦୁଇ ଗୁରୁତର 
ଅର୍ଜୁନ ସିଂହ ଆହୁରି ମଧ୍ୟ କହିଛନ୍ତି କି ପ୍ରିୟଙ୍ଗୁ ପାଣ୍ଡେଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ଟିଏମସି ନିକଟରେ କିଛି ପ୍ରସଙ୍ଗ ନାହିଁ। ଏଥିପାଇଁ ଏଭଳି କାଣ୍ଡ ଭିଆଉଛି ବୋଲି ସେ କହିଥିଲେ। ଏହି ଗୁଳିମାଡରେ ଦୁଇଜଣ ଗୁରୁତର ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି। ତୃଣମୂଳ ନେତା ତରୁଣ ସାଓ ଓ ବିଧାୟକ ସୋମନାଥ ଶ୍ୟାମଙ୍କ ପ୍ରମୁଖ ଭୂମିକା ରହିଥିବା ନେଇ ଶ୍ରୀ ସିଂହ କହିଛନ୍ତି। 

ଏଠାରେ କହି ରଖୁ କି ଅଗଷ୍ଟ ୯ରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ବିଜେପି ରାଜ୍ୟରେ ତୃଣମୂଳ ସରକାର ବିରୋଧରେ ବିରୋଧ କରୁଛି। ରାଜ୍ୟରେ ହିଂସାକୁ ରୋକିବା ପାଇଁ ପଶ୍ଚିମବଙ୍ଗ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

Read More
{}{}