Hindi News >>Home >>Odisha National-International

Dr Manmohan Singh: ଦେହାନ୍ତ ପୂର୍ବରୁ ଏହି ସବୁ ସୁବିଧା ପାଉଥିଲେ ମନମୋହନ, ଜାଣନ୍ତୁ ବର୍ତ୍ତମାନ କାହାକୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ବିଳମ୍ବିତ ରାତିରେ ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ତାଙ୍କୁ ଅନେକ ସୁବିଧା ଭାରତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅବସର ନେବା ପରେ ପ୍ରତି ମାସରେ ୨୦ ହଜାର ଟଙ୍କାର ପେନସନ ଯୋଗାଇ ଦିଆଯ

Advertisement
Dr Manmohan Singh: ଦେହାନ୍ତ ପୂର୍ବରୁ ଏହି ସବୁ ସୁବିଧା ପାଉଥିଲେ ମନମୋହନ, ଜାଣନ୍ତୁ ବର୍ତ୍ତମାନ କାହାକୁ ମିଳିବ ଏହି ସୁବିଧା
Prabhudatta Moharana|Updated: Dec 28, 2024, 02:07 PM IST
Share

Dr Manmohan Singh: ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ବିଳମ୍ବିତ ରାତିରେ ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ତାଙ୍କୁ ଅନେକ ସୁବିଧା ଭାରତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅବସର ନେବା ପରେ ପ୍ରତି ମାସରେ ୨୦ ହଜାର ଟଙ୍କାର ପେନସନ ଯୋଗାଇ ଦିଆଯାଉଥିଲା। ତେବେ ଏହି ପେନସନ ସହିତ ମିଳୁଥିବା ଅନ୍ୟାନ୍ୟ ସୁବିଧା ସରକାର କାହାକୁ ଦେବେ। 

ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀ ପଦରୁ ଅବସର ନେବା ପରେ ଡ. ମନମୋହନ ସିଂହଙ୍କୁ ଲୁଟିୟନ୍ସ ଜୋନରେ ମୋତିଲାଲ ନେହରୁ ରୋଡ଼ ସ୍ଥିତ ୩ ନମ୍ବର ଘରକୁ କ୍ୱାର୍ଟର ଭାବେ ପ୍ରଦାନ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆରମ୍ଭରୁ ପାଞ୍ଚ ବର୍ଷ ଭିନ୍ନ ଭିନ୍ନ ସୁବିଧା ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ସୁବିଧାରେ ପରିବର୍ତ୍ତନ କରିଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ହଟିଲେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏଲପିଜି ଗ୍ୟାସ ସୁବିଧା ଯୋଗାଇ ଦିଆଯାଉଥିଲା। କିନ୍ତୁ ତାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। 

ଏହା ବାଦ ସୁରକ୍ଷାରେ ମଧ୍ୟ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏସପିଜି ସୁରକ୍ଷା ପ୍ରଦାନ କରାଯାଇଥାଲଏ। ଏହା ପରେ ଜେଡ଼ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥାଏ। ଏହା ବ୍ୟତୀତ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ଉପଲବ୍ଧ କରାଇ ଦିଆଯାଇଥାଏ।ମାସକୁ ୨୦ ହଜାର ଟଙ୍କା ପେନସନ, ଲୁଟିୟନ୍ସ ଜୋନରେ ଆଜୀବନ ଆବାସ, ମାଗଣା ସ୍ୱାସ୍ଥ୍ୟ ସେବା, ବର୍ଷେ ପର୍ଯ୍ୟନ୍ତ ୬ ଥର ମାଗଣା ବିମାନ ଯାତ୍ରା, ମାଗଣା ରେଳ ସେବା, ମାଗଣା ବିଜୁଳି, ପାନୀୟ ବ୍ୟବସ୍ଥା, ଓ ପାଞ୍ଚ ବର୍ଷ ପରେ ବ୍ୟକ୍ତିଗତ ଚପରାଶି ଓ ବ୍ୟକ୍ତିଗତ ସହାୟକ ସରକାର ଯୋଗାଇ ଦେଇଥାଆନ୍ତି। ଏହା ବ୍ୟତୀତ ଅଫିସ ଖର୍ଚ୍ଚ ପାଇଁ ୬ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଥାଏ। 

ବର୍ତ୍ତମାନ କାହାକୁ ମିଳିବ ପେନସନ
ଏଠାରେ କହି ରଖୁ କି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଧର୍ମପତ୍ନୀ ଓ ତାଙ୍କର ୩ ଝିଅ ରହିଛନ୍ତି। ଏଭଳି ସ୍ଥିତିରେ ମିଳୁଥିବା ସମସ୍ତ ସୁବିଧା ତାଙ୍କ ଡ. ମନମୋହନ ସିଂହଙ୍କ ପତ୍ନୀ ଗୁରଶରଣ କୌରଙ୍କୁ ମିଳିବ। ମାସକୁ ୨୦ ହଜାର ପେନସନ ଓ ସରକାରୀ ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ କରାଇଦିଆଯିବ। ମାଗଣା ରେଳସେବା ଓ ବିମାନ ସେବାକୁ ମଧ୍ୟ ଉପଲବ୍ଧ କରାଇ ଦିଆଯିବ। 

Read More
{}{}