Home >>Odisha National-International

Road Accident: କାର୍ କୁ ପିଟିଲା ପିକଅଫ୍ ଭ୍ୟାନ୍, ଘଟଣାସ୍ଥଳରେ ୪ ମୃତ,୨୦ ଆହତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁ ସ୍ବପ୍ନ। ଚାହୁଁଚାହୁଁ ଚାଲିଗଲା ୪ ନୀରିହ ଜୀବନ। କାର୍ ଓ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। 

Advertisement
Road Accident: କାର୍ କୁ ପିଟିଲା ପିକଅଫ୍ ଭ୍ୟାନ୍, ଘଟଣାସ୍ଥଳରେ ୪ ମୃତ,୨୦ ଆହତ
Zee Odisha Desk|Updated: Apr 09, 2024, 07:30 AM IST
Share

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁ ସ୍ବପ୍ନ। ଚାହୁଁଚାହୁଁ ଚାଲିଗଲା ୪ ନୀରିହ ଜୀବନ। କାର୍ ଓ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। 

ALSO READ: Road Accident: ଅଶୁଭ ସୋମବାର! ଦୁର୍ଘଟଣାରେ ଗଲା ୩ ଜୀବନ

ସୂଚନା ଅନୁସାରେ, ପଞ୍ଜାବ ତର୍ଣ୍ଣ ତରନ୍ ଜିଲ୍ଲା (Tarn Taran district) ନନଗିଲି ଗାଁର ୨୫ରୁ ଅଧିକ ଲୋକେ ଏକ ପିକ୍ ଅଭ୍ ଭ୍ୟାନ୍ ଯୋଗେ ଆନନ୍ଦପୁର ସାଇବା ଗୁରୁଦ୍ବାରକୁ (Anandpur Sahib gurdwara) ପୂଜା ପାଠ ପାଇଁ ଯାଇଥିଲେ। ପୂଜା ସାରି ନିଜ ଗାଁ ଅଭିମୁଖେ  ଯାତ୍ରା କରୁଥିଲେ। କିନ୍ତୁ ହଠାତ୍ କପୁରତାଲା -ଗୋଇନ୍ଦ୍ବାଲ୍ ସାଇବା ରାସ୍ତା ନିକଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଏକ କାର୍ ଦେହରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। 

Read More
{}{}