Home >>Odisha National-International

Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ । ଓଡ଼ିଶାବାସୀ ଏହାକୁ ଆଉ ସହ୍ୟ କରିବେନି’। ନିର୍ବଚାନୀ ପ୍ରଚାରରେ ଓଡ଼ିଶା ଆସିବା ପୂର୍ବରୁ ଏପରି ଏକ ବୟାନ ଦେଇ ବିଜେଡ଼ିକୁ (BJD) ସିଧାସଳଖ ଟାଗେର୍ଟ କରିବା ସହ ବିଜେପିର (BJP) ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ।

Advertisement
Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Payal Priyadarshini|Updated: Apr 29, 2024, 07:00 AM IST
Share

Narendra Modi: ‘ଓଡ଼ିଆ ଭାଷା ଓ ଅସ୍ମିତା ଆଜି ସଂକଟରେ । ଓଡ଼ିଶାବାସୀ ଏହାକୁ ଆଉ ସହ୍ୟ କରିବେନି’। ନିର୍ବଚାନୀ ପ୍ରଚାରରେ ଓଡ଼ିଶା ଆସିବା ପୂର୍ବରୁ ଏପରି ଏକ ବୟାନ ଦେଇ ବିଜେଡ଼ିକୁ (BJD) ସିଧାସଳଖ ଟାଗେର୍ଟ କରିବା ସହ ବିଜେପିର (BJP) ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ।

ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାର ସଂପୂର୍ଣ୍ଣ ଅସ୍ମିତା ଶେଷ ହେଉଛି । ଓଡ଼ିଆ ଭାଷା ବିପଦରେ ରହିଛି । ଓଡ଼ିଶାର ଅସ୍ମିତା ସଂକଟରେ ଅଛି । ବେଶୀ ଦିନ ଓଡ଼ିଆ ଲୋକେ ଏହାକୁ ଯେ ସହ୍ୟ କରିବେ ସେ ତାହା ଭାବୁନାହାଁନ୍ତି । ଓଡ଼ିଶାରେ ଯେତିକି ପ୍ରାକୃତିକ ସଂପଦ ଭରି ରହିଛି, ଏ ରାଜ୍ୟ ଦେଶର ସବୁଠୁ ଧନୀ ରାଜ୍ୟ ହେବା କଥା । ମାତ୍ର ଆଜି ଓ ରାଜ୍ୟର ଅବସ୍ଥା କ’ଣ? ଓଡ଼ିଶାର ସାଧାରଣ ଲୋକଙ୍କର ଆଶା ଓ ଆକଂାକ୍ଷା ରହିଛି । ଆମକୁ ସେବାର ସୁଯୋଗ ମିଳିବା ଦରକାର, ଆମେ ଓଡ଼ିଶାକୁ କେଉଁଠି ନେଇ କେଉଁଠି ପହଞ୍ଚାଇଦେବୁ’ ।

Also Read- Heat Wave: ଆହୁରି ୩ ଦିନ ଜଳିବ ଓଡ଼ିଶା! ଆଜି ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ସେ ଆଉ ମଧ୍ଯ କହିଛନ୍ତି, ‘ଓଡ଼ିଶାରେ ବିଜେପି ଅଲଗା ରହିଛି । ପ୍ରସଙ୍ଗ ଆଧାରରେ ବିଜେଡ଼ି କେନ୍ଦ୍ରରେ ବିଜେପିକୁ ସମର୍ଥନ ଦେଉଥିଲେ ମଧ୍ୟ ଓଡ଼ିଶାରେ ବିଜେପି ଅଲଗା । କେନ୍ଦ୍ରରେ ଏମିତି ଅନେକ ଦଳ ବିଜେପି ସରକାରକୁ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଇଥାନ୍ତି । ତେଣୁ ବିଜେଡ଼ି ସହ ବିଜେପିର କୌଣସି ସଂପର୍କ ନାହିଁ’ । ଏକ ଜାତୀୟ ଗଣମାଧ୍ଯମକୁ ସାକ୍ଷାତକାର ଦେବା ସମୟରେ ମୋଦି ଓଡ଼ିଶା ପ୍ରସଙ୍ଗ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା (Amit Shah) ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା (J. P. Nadda) ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଥିବା ବେଳେ ନବୀନ ସରକାରକୁ ମୋଦିଙ୍କ ଏଭଳି ନାଶାନା ବିଜେପି ଶିବିରକୁ ଉତ୍ସାହିତ କରିଛି ।

Read More
{}{}