Home >>Odisha National-International

Bharat Rice: ବଜାରକୁ ଆସିଲା 'ଭାରତ ରାଇସ୍', କିଲୋ ପିଛା ଦର ମାତ୍ର ରହିଛି ଏତିକି ଟଙ୍କା

Bharat Rice: ଦିନଦୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ୟାବଶ୍ୟକିୟ ସାମଗ୍ରୀର ମୂଲ୍ୟ। ତେବେ, ଏହାରି ଭିତରେ ସାଧାରଣ ଲୋକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)। ଦରଦାମ୍ ବୃଦ୍ଧିରେ ଧଇଁସଇଁ ହୋଇ ଯାଇଥିବା ସାଧାରଣ ଲୋକଙ୍କୁ  ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ' ଭାରତ ବ୍ରାଣ୍ତ ' (Bharat Brand)କୁ   ଆଗକୁ ବଢାଇବା ପାଇଁ ନିସ୍ପତି ନେଇଛନ୍ତି।  ଏହି ଅଧିନରେ ' ଭାରତ ରାଇସ 'କୁ (Bharat Rice) ବଜାରକୁ ଛଡାଯିବ।  

Advertisement
 Bharat Rice: ବଜାରକୁ ଆସିଲା 'ଭାରତ ରାଇସ୍', କିଲୋ ପିଛା ଦର ମାତ୍ର ରହିଛି ଏତିକି ଟଙ୍କା
Zee Odisha Desk|Updated: Feb 03, 2024, 11:45 AM IST
Share

Bharat Rice: ଦିନଦୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ୟାବଶ୍ୟକିୟ ସାମଗ୍ରୀର ମୂଲ୍ୟ। ତେବେ, ଏହାରି ଭିତରେ ସାଧାରଣ ଲୋକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)। ଦରଦାମ୍ ବୃଦ୍ଧିରେ ଧଇଁସଇଁ ହୋଇ ଯାଇଥିବା ସାଧାରଣ ଲୋକଙ୍କୁ  ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ' ଭାରତ ବ୍ରାଣ୍ତ ' (Bharat Brand)କୁ   ଆଗକୁ ବଢାଇବା ପାଇଁ ନିସ୍ପତି ନେଇଛନ୍ତି।  ଏହି ଅଧିନରେ ' ଭାରତ ରାଇସ 'କୁ (Bharat Rice) ବଜାରକୁ ଛଡାଯିବ।  ଆସନ୍ତା ସପ୍ତାହରୁ ଏହି ଶସ୍ତା ଚାଉଳର ବିକ୍ରି କିଲୋ ପିଛା ୨୯ ଟଙ୍କା (Govt to sell Bharat Rice at 29 per kg) ହିସାବରେ ବିକ୍ରି ହେବ। ତାହା ସହିତ ସରକାର ଶୁକ୍ରାବାର ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜର ଷ୍ଟକକୁ ନେଇ ଜଣାନ୍ତୁ, ଯାହା ଦ୍ବାରା ଦରକୁ ନିୟନ୍ତ୍ରଣରେ ରଖାଯାଇପାରିବ। କେନ୍ଦ୍ର ଖାଦ୍ୟ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ, ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ,  ଗତ ବର୍ଷକରେ, ଚାଉଳରେ ଖୁଚୁରା ଓ ପାଇକାରୀ ଦରରେ ପାଖାପଖି ୧୫ ପ୍ରତିଶତ ବୃଦ୍ଧି ଘଟିଛି।  ରପ୍ତାନୀ ଉପରେ କଟକଣା ସତ୍ତ୍ବେ ଦର ଲଗାତାର ବଢି ଚାଲିଛି।  

ଏଥିପାଇଁ ସରକାର ଦରକୁ ନିୟନ୍ତ୍ରଣ ରଖିବା ପାଇଁ ' ଭାରତ ରାଇସ'(Bharat Rice) କୁ ବଜାରକୁ ଆଣିବା ପାଇଁ ନିଷ୍ପତି ନେଇଛନ୍ତି।  'ଭାରତ ରାଇସ' କୁ  ନାଡେଫ୍ ଏବଂ ଏନସିସିଏପ୍ କୋଅପରେଟିଭ୍ ଜରିଆରେ ବଜାରରେ କିଲୋ ପିଛା ୨୯ ଟଙ୍କା ହିସାବରେ ବିକ୍ରି କରାଯିବ। ଏହା ବ୍ୟତିତ  'ଭାରତ ରାଇସ' କେନ୍ଦ୍ରୀୟ ଭଣ୍ତାରର ରିଟେଲ ଚେନରେ ବି ଉପଲବ୍ଧ କରାଯିବ।  ସଂଜୀବ ଚୋପ୍ରା ଆହୁରି କହିଛନ୍ତି ଯେ, 'ଭାରତ ରାଇସ' କୁ ଇ- କମର୍ସ ପ୍ଲାଟଫର୍ମ (E-Commerce Platforms) ଗୁଡିକ ଜରିଆରେ ବି ଉପଲବ୍ଧ କରାଯିବ। ଆସନ୍ତା ସପ୍ତାହରୁ ଏହି ବ୍ରାଣ୍ତ ଚାଉଳ ୫ ଏବଂ ୧୦ କିଲୋ ପ୍ୟାକରେ ଲୋକଙ୍କୁ ମିଳିବ। ପ୍ରଥମ ପର୍ଯ୍ୟାୟରେ ସରକାର ୫ ଲକ୍ଷ ଟନ୍  ଚାଉଳ ରିଟେଲ୍ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରିଛନ୍ତି।  ସେ ସ୍ପଷ୍ଟ କରିଛନ୍ତି ଯେ,  ଦରଦାମ୍ ବୃଦ୍ଧି ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ସରକାର ରପ୍ତାନୀ କଟକଣା ଉଠାଇବେ ନାହିଁ।  ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି ରହିବ। 

ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ସରକାର 'ଭାରତ ଅଟା' (Bharat Atta) ଓ 'ଭାରତ ଡାଲି' (Bharat Dal) ପୂର୍ବରୁ ବଜାରକୁ  ଆଣିସାରିଛନ୍ତି।  ଭାରତ ଅଟା କିଲୋ ପିଛା ୨୭.୫୦ ଟଙ୍କା ଏବଂ ଭାରତ ଡାଲି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।  ଖାଦ୍ୟ ସଚିବ କହିଛନ୍ତି ଯେ, ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତି ଶୁକ୍ରବାର ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଚାଉଳ ଷ୍ଟକ୍ କୁ ନେଇ ପୋର୍ଟାଲରେ ଜଣାପଡିବ। ସେ କହିଛନ୍ତି ଯେ, ଚାଉଳ ଉପରେ ମହଜୁଦ୍ ସୀମା ଲଗାଇବା ସହ  ସମସ୍ତ ବିକଳ୍ପ ଖୋଲା ଅଛି। ଏହାର ଦର କମାଇବାକୁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଚାଉଳ ବ୍ୟତିତ ଅନ୍ୟ ସମସ୍ତ ପ୍ରମୁଖ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣରେ ଥିବା ସଚିବ କହିଛନ୍ତି।

 

Read More
{}{}