Home >>Odisha National-International

Gujarat: ୬୦୨ କୋଟି ଚଙ୍କାର ଡର୍ଗ୍ସ ସହିତ ୧୪ ପାକିସ୍ତାନୀ ଗିରଫ, ଗୁଜୁରାଟ ଉପକୂଳରେ କରୁଥିଲେ ଚୋରା ଚାଲାଣ

Pakistani Nationals arrested with Drugs: ଗୁଜୁରାଟ ଉପକୂଳଠାରୁ କିଛି କିଲୋମିଟର ଦୂରରେ ୧୪ ଜଣ ପାକିସ୍ତାନୀ ନାଗରିକ ଧରାପଡିଛନ୍ତି, ତାଙ୍କଠାରୁ ବିପୁଳ ପରିମାଣର ଡ୍ରଗ୍ସ ଉଦ୍ଧାର କରାଯାଇଛି। ଦୁଇ ଦିନର କଠିନ ଅପରେସନ୍ ପରେ ସୁରକ୍ଷା ଏଜେନ୍ସି ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଡ୍ରଗ୍ସ ଜବତ କରିଛି।  

Advertisement
14 Pakistani Nationals arrested with Drugs
14 Pakistani Nationals arrested with Drugs
Zee Odisha Desk|Updated: Apr 28, 2024, 04:35 PM IST
Share

14 Pakistani Nationals arrested with Drugs: ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଣ୍ଟି ଟେରରିଷ୍ଟ ସ୍କ୍ୱର୍ଡ (ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସନ୍ଦେହ କରି ଏକ ଅପରେସନ କରିଥିଲେ, ଯେଉଁଥିରେ ସେମାନେ ବଡ଼ ସଫଳତା ହାସଲ କରିଛନ୍ତି। ଏହି ଅପରେସନରେ ଏଟିଏସ୍ ଓ ଏନସିବି ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି, ତାଙ୍କଠାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଉଦ୍ଧାର କରାଯାଇଛି। ଏହାର ମୂଲ୍ୟ ୬୦୨ କୋଟି ଟଙ୍କା ବୋଲି କୁହାଯାଉଛି।

ଦୁଇ ଦିନ ଧରି ଚାଲିଥିଲା ଏହି ଅପରେସନ୍ 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଟିଏସକୁ ସନ୍ଦେହ ହେବା ମାତ୍ରେ ୧୪ ଜଣ ପାକିସ୍ତାନୀ ନାଗରିକ ସେମାନଙ୍କ ଡଙ୍ଗାରେ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ଏଟିଏସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିନ୍ତୁ ଏଟିଏସ୍ ସମସ୍ତଙ୍କୁ ଧରିଥିଲା। ଆପଣଙ୍କୁ କହିବା ଯେ ଭାରତୀୟ ସାମୁଦ୍ରିକ ସୀମା ନିକଟରେ ଡ୍ରଗ୍ସ ଚାଲାଣ କରାଯିବା ବିଷୟରେ ସୁରକ୍ଷା ଏଜେନ୍ସିମାନେ ସୂଚନା ପାଇଥିଲେ। ଏହା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଥିଲେ ଓ ସେମାନେ ଗତ ଦୁଇ ଦିନ ଧରି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଅପରେସନ୍ କରିଆସୁଥିଲେ। ଏଭଳି ପରିସ୍ଥିତିରେ ରବିବାର ସକାଳେ ସେମାନେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ଡ୍ରଗ୍ସ ଜବତ କରିଛନ୍ତୁ।

ଅନ୍ୟପକ୍ଷରେ ଗୁଜୁରାଟ ଏବଂ ରାଜସ୍ଥାନରେ ମେଫେଡ୍ରୋନ୍ ଡ୍ରଗ୍ସ ଉତ୍ପାଦନ କରୁଥିବା ଚାରିଟି ୟୁନିଟ୍ ଉପରେ ଚଢ଼ାଉ ପରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ଗୁପ୍ତଚର ଇନପୁଟ ପରେ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ୟୁନିଟ୍ ଉପରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୨୩୦ କୋଟି ଟଙ୍କା ମୂଲ୍ୟର ମେଫେଡ୍ରୋନ ଜବତ କରାଯାଇଛି।

କୁହାଯାଏ ଯେ ଏଟିଏସ୍ ୨୨ କିଲୋଗ୍ରାମ (କଠିନ) ମେଫେଡ୍ରୋନ୍ ଏବଂ ୧୨୪ କିଲୋଗ୍ରାମ ତରଳ ମେଫେଡ୍ରୋନ୍ ଉଦ୍ଧାର କରିଛି। ଏହାର ମୂଲ୍ୟ ପ୍ରାୟ ୨୩୦ କୋଟି ଟଙ୍କା ବୋଲି କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ଏଟିଏସକୁ ଗୁପ୍ତଚର ଇନପୁଟ ମିଳିଛି ଯେ ଅହମ୍ମଦାବାଦର ମନୋହର ଲାଲ ଇନାନି ଓ ରାଜସ୍ଥାନର କୁଲଦୀପ ସିଂ ରାଜପୁରୋହିତ ମେଫେଡ୍ରୋନ ଉତ୍ପାଦନ ପାଇଁ ୟୁନିଟ୍ ସ୍ଥାପନ କରିଥିଲେ, ଯାହା ପରେ ଏହି ଚଢ଼ାଉ କରାଯାଇଥିଲା।

Read More
{}{}