Home >>Odisha National-International

Porbandar: ବଡ଼ ଖବର! ପୋରବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହେଲା କୋଷ୍ଟଗାର୍ଡ ହେଲିକପ୍ଟର, ୩ ଯବାନ ସହିଦ

Indian Coast Guard ALH Dhruv crashed: ଗୁଜୁରାଟର ପୋରବନ୍ଦର କୋଷ୍ଟଗାର୍ଡ ବିମାନବନ୍ଦରରେ ଇଣ୍ଡିଆନ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି ଯେ ନିତ୍ୟ ବ୍ୟବହାର୍ଯ୍ୟ ଟ୍ରେନିଂ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।   

Advertisement
Indian Coast Guard ALH Dhruv crashed
Indian Coast Guard ALH Dhruv crashed
Jagdish Barik|Updated: Jan 05, 2025, 02:28 PM IST
Share

Coast Guard ALH Dhruv crashed: ଗୁଜୁରାଟର ପୋରବନ୍ଦର କୋଷ୍ଟଗାର୍ଡ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁଜୁରାଟର ପୋରବନ୍ଦରରେ ନିତ୍ୟ ବ୍ୟବହାର୍ଯ୍ୟ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ତିନିଜଣ ସୈନିକ ଥିଲେ। ଆଇସିଜି ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି। ପୋରବନ୍ଦର ପୋଲିସ ଅଧୀକ୍ଷକ ଭାଗୀରଥ ସିଂ ଜାଡେଜା କହିଛନ୍ତି ଯେ ରାତି ପ୍ରାୟ ୧୨:୧୦ ସମୟରେ ଏହି ଘଟଣା ଘଟିଛି। ତିନି ଜଣ କ୍ରୁ ସଦସ୍ୟଙ୍କୁ ନେଇ ଆଇସିଜିର ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ALH) ପୋରବନ୍ଦର ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

ଆଇସିଜି ଅଧିକାରୀ କହିଛନ୍ତି ତିନିଜଣ କର୍ମଚାରୀଙ୍କୁ ହେଲିକପ୍ଟରରୁ ବାହର କରଯାଇ ପୋରବନ୍ଦରସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା। ସମାନ ଜଳିଯାଇଥିଲେ। କମଲା ବାଗ ପୋଲିସ ଷ୍ଟେସନର ଇନ୍ସପେକ୍ଟର ରାଜେଶ କାନମିଆ କହିଛନ୍ତି ଯେ ସମସ୍ତ ତିନିଜଣ କର୍ମଚାରୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।

Read More
{}{}