Hindi News >>Home >>Odisha National-International

Gyanvapi masjid controversy: ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

 ବାରାଣାସୀ ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେଣ୍ଟ୍ରାଲ ଡୋମ ଅଧୀନରେ ଥିବା ଏଏସଆଇ ସର୍ଭେ ଏବଂ ଖନନ ସଂପର୍କରେ ତାଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

Advertisement
Gyanvapi masjid controversy: ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ
Soubhagya Ranjan Mishra|Updated: Oct 25, 2024, 07:05 PM IST
Share

Gyanvapi masjid controversy: ସମଗ୍ର ଗ୍ୟାନବାପୀ କମ୍ପ୍ଲେକ୍ସର ଅତିରିକ୍ତ ସର୍ଭେ ପାଇଁ ହିନ୍ଦୁ ପକ୍ଷର ଆବେଦନ ଉପରେ ବାରାଣାସୀ କୋର୍ଟ ରାୟ ପ୍ରକାଶ କରିଛନ୍ତି । ହିନ୍ଦୁ ପକ୍ଷ କୋର୍ଟରୁ ନିରାଶାର ସମ୍ମୁଖୀନ ହୋଇଛନ୍ତି । ବାରାଣାସୀ ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେଣ୍ଟ୍ରାଲ ଡୋମ ଅଧୀନରେ ଥିବା ଏଏସଆଇ ସର୍ଭେ ଏବଂ ଖନନ ସଂପର୍କରେ ତାଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବର୍ତ୍ତମାନ ଏହି ନିଷ୍ପତ୍ତି ବିରୋଧରେ ହିନ୍ଦୁ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯିବ।

ଯେହେତୁ ଏହି ମାମଲା ସହ ଜଡିତ ଘଟଣା ହାଇକୋର୍ଟରେ ଅଛି, ସେଥିପାଇଁ ଏହାକୁ ଖାରଜ କରିଦିଆଯାଇଛି। ଗ୍ୟାନବ୍ୟାପୀ କେସ୍ ଆଡଭୋକେଟ ଡକ୍ଟର ସୋହାନ ଲାଲ ଆର୍ଯ୍ୟ କୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିରୋଧରେ ଆମେ ଆହ୍ଲାବାଦ ହାଇକୋର୍ଟ ଯିବୁ।

ଆପଣଙ୍କୁ କହିରଖୁଛୁ, ଏହି ମାମଲାରେ ହିନ୍ଦୁ ପକ୍ଷରୁ ଦାବି କରାଯାଇଥିଲା ଯେ, ସେଠାରେ ଶିବଲିଙ୍ଗ ରହିଛି ତେଣୁ କମ୍ପ୍ଲେକ୍ସ ଖନନ କରାଯିବା ଉଚିତ ଏବଂ ASI ସର୍ଭେ କରାଯିବା ଆବଶ୍ୟକ । ତେବେ ମୁସଲମାନ ପକ୍ଷରୁ ଏହି ଖନନକୁ ବିରୋଧ କରାଯାଇଥିଲା । 

Also Read- Saptahik Rashifal: ଅକ୍ଟୋବର ଶେଷ ନଭେମ୍ବର ଆରମ୍ଭରେ ୫ ରାଶିକୁ ଧନ ଲାଭ

Also Read- Cyclone Dana: ବାତ୍ୟା ଦାନା ପ୍ରଭାବିତ ଅଞ୍ଚଳରେ ଜନ୍ମହେଲେ ୧୬୦୦ ଶିଶୁ

Read More
{}{}