Mock Drill: ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏନେଇ ଦିଲ୍ଲୀରେ ଘନ ଘନ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସୁଛି। ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ ୭ ଅର୍ଥାତ ଆସନ୍ତା କାଲି ନାଗରିକ ପ୍ରତିରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ୫ ପଏଣ୍ଟରେ ଜାଣନ୍ତୁ ଗୃହ ମନ୍ତ୍ରଣାଳୟ କ’ଣ ନିର୍ଦ୍ଦେଶ ଦେଇଛି?
କେନ୍ଦ୍ର ସରକାରଙ୍କ ସୂତ୍ର ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ମେ 7 ତାରିଖରେ ନାଗରିକ ପ୍ରତିରକ୍ଷା ପାଇଁ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ଛାତ୍ର ଏବଂ ନାଗରିକମାନଙ୍କୁ ମକ୍ ଡ୍ରିଲରେ ତାଲିମ ଦିଆଯିବ। ଜରୁରୀକାଳୀନ ପରିସ୍ଥିତି, ଅଗ୍ନିକାଣ୍ଡ, ବିମାନ ଆକ୍ରମଣ ଏବଂ ଗୁଳିଚାଳନା ସମୟରେ ନିଜକୁ କିପରି ରକ୍ଷା କରିବେ? ଏଥିପାଇଁ ତାଲିମ ଏବଂ ମକ୍ ଡ୍ରିଲ୍ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାର କାହିଁକି ଦେଇଛନ୍ତି ଏହି ନିର୍ଦ୍ଦେଶ
ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଜାତୀୟ ସୁରକ୍ଷା ଏବଂ ନାଗରିକ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଉଛି। ବିମାନ ଆକ୍ରମଣ ସତର୍କତା ସାଇରନ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ବ୍ଲାକଆଉଟ୍ ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପଡିବ। ଏହି କ୍ରମରେ, ମେ ୭ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଦେଶର ଅନେକ ରାଜ୍ୟରେ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ମକ୍ ଡ୍ରିଲ ସମୟରେ ନିଆଯିବ ଏହି ସବୁ ପଦକ୍ଷେପ