Hindi News >>Home >>Odisha National-International

'ଜେଲରେ ସମଲିଙ୍ଗୀ ସମ୍ପ୍ରଦାୟ ପ୍ରତି ନହେବା ଉଚିତ୍ କୌଣସି ଭେଦଭାବ', ସମସ୍ତ ରାଜ୍ୟକୁ ଏହି ନିର୍ଦ୍ଦେଶ ଦେଲା କେନ୍ଦ୍ର

Home Ministry Order: କେନ୍ଦ୍ର ସରକାର ଜେଲଗୁଡିକରେ ସମଲିଙ୍ଗୀ ସମ୍ପ୍ରଦାୟ (LGBTQ +) ପ୍ରତି କୌଣସି ଭେଦଭାବ ନହେବାକୁ ନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛନ୍ତି। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରି ଏହାକୁ ଅନୁସରଣ କରିବାକୁ ସମସ୍ତ ରାଜ୍ୟକୁ ନିବେଦନ କରିଛି।   

Advertisement
Home Ministry Order
Home Ministry Order
Jagdish Barik|Updated: Jul 17, 2024, 08:23 PM IST
Share

Home Ministry Order: ଜେଲରେ ସମଲିଙ୍ଗୀ ସମ୍ପ୍ରଦାୟ (LGBTQ +) ପ୍ରତି ଭେଦଭାବ ବନ୍ଦ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଲିଖିତ ଏହି ଚିଠିରେ ସମସ୍ତ ରାଜ୍ୟ / UT ମାନଙ୍କୁ କୁହାଯାଇଛି ଯେ ସମଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ (LGBTQ +) ଜେଲରେ ସମାନ ଅଧିକାର ପାଇବେ ଓ ସାମଗ୍ରୀ ଏବଂ ସେବା ପାଇବାରେ କୌଣସି ଭେଦଭାବ ନ କରିବା ଉଚିତ୍।

ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ଜାରି ଆଦେଶରେ ଲେଖିଛି, 'ଗୃହ ବିଭାଗ ମନ୍ତ୍ରଣାଳୟର (MHA) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପହଞ୍ଚିବା ଏବଂ ଜେଲ ପ୍ରଶାସନର ବିଭିନ୍ନ ଦିଗରେ ସର୍ବୋତ୍ତମ ଅଭ୍ୟାସ ତଥା ପରିଚାଳନା ପାଇଁ ସମସାମୟିକ ନିର୍ଦ୍ଦେଶାବଳୀ ସେୟାର କରିବା ପାଇଁ ଏହା ଏକ ନିରନ୍ତର ପ୍ରୟାସ।'

ଗୃହ ମନ୍ତ୍ରଣାଳୟ ଆହୁରି ଲେଖିଛି, 'ଏହା ମନ୍ତ୍ରଣାଳୟର ନଜରକୁ ଆସିଛି ଯେ ସମଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟ (LGBTQ +) ସେମାନଙ୍କର ଲିଙ୍ଗ କାରଣରୁ ଅନେକ ସମୟରେ ଭେଦଭାବ କରାଯାଏ। ଲୋକମାନେ ସେମାନଙ୍କର ପରିଚୟ କିମ୍ବା ଯୌନ ଆଭିମୁଖ୍ୟ ଯୋଗୁଁ ଅନେକ ସମୟରେ ହିଂସା ଏବଂ ଅସମ୍ମାନର ସମ୍ମୁଖୀନ ହୁଅନ୍ତି। ତେଣୁ, ସମଲିଙ୍ଗୀ ସମ୍ପ୍ରଦାୟ ପାଇଁ ବିଶେଷ କରି ଜେଲ ପରିଦର୍ଶନ ଅଧିକାର ସଂପର୍କରେ ସାମଗ୍ରୀ ଏବଂ ସେବାରେ କୌଣସି ଭେଦଭାବ ନହେବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶାବଳୀଗୁଡିକ ଦୋହରାଯାଉଛି।"

ନିର୍ଦ୍ଦେଶାବଳୀ ସହିତ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ / ୟୁଟି ମାନଙ୍କୁ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ଅନୁରୋଧ କରିଛି ଏବଂ କହିଛି ଯେ ଜେଲ କର୍ତ୍ତୃପକ୍ଷ ନିଶ୍ଚିତ ହୁଅନ୍ତୁ ଯେ ସମସ୍ତ ବ୍ୟକ୍ତିଙ୍କୁ ସମାନ ଏବଂ ନ୍ୟାୟ ଦିଆଯିବ ଓ କୌଣସି ବ୍ୟକ୍ତି, ବିଶେଷକରି ସମଲିଙ୍ଗୀ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଭେଦଭାବ କରାଯିବା ଉଚିତ ନୁହେଁ। 

Read More
{}{}