Hindi News >>Home >>Odisha National-International

Ambala Accident: ଅଧାରେ ରହିଲା ବୈଷ୍ଣୋ ଦେବୀଙ୍କ ଦର୍ଶନ, ଅମ୍ବାଲା ଦୁର୍ଘଟଣାରେ ୭ ମୃତ

ଟ୍ରକ୍ ହଠାତ୍ ବ୍ରେକ୍ ଲଗାଇଲା, ଯେଉଁ କାରଣରୁ ପଛରେ ଚାଲୁଥିବା ମିନି ବସ୍ ଟ୍ରକକୁ ପଛପଟରୁ ଧକ୍କା ଦେଇଥିଲା। ଆହତଙ୍କ କହିବାନୁସାରେ, ମିନି ବସ୍ ଡ୍ରାଇଭର ମଦ୍ୟପାନ କରିଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଉଭୟ ଗାଡିର ଚାଳକ ଫେରାର ଥିବା ନେଇ ଆହତ ବ୍ୟକ୍ତି ସୂଚନା ଦେଇଛନ୍ତି। 

Advertisement
Ambala Accident: ଅଧାରେ ରହିଲା ବୈଷ୍ଣୋ ଦେବୀଙ୍କ ଦର୍ଶନ, ଅମ୍ବାଲା ଦୁର୍ଘଟଣାରେ ୭ ମୃତ
Prabhudatta Moharana|Updated: May 24, 2024, 10:50 AM IST
Share

Ambala Accident: ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲା ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସକାଳେ ଦିଲ୍ଲୀ-ଜାମ୍ମୁ ଜାତୀୟ ରାଜପଥରେ ଏକ ମିନି ବସ୍ ଏବଂ ଟ୍ରକ୍ ମଧ୍ୟରେ ଏକ ଛାତିଥରା ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଉପସ୍ଥିତ ଥିବା ସମାନ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସକାଳ ସମୟରେ ଘଟଣାସ୍ଥଳରେ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣିବାକୁ ମିଳିଥିଲା। ଯାତ୍ରୀମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଦୌଡ଼ି ଆସୁଥିଲେ। ଏଥିସହିତ ସ୍ଥାନୀୟ ଲୋକ କୌଣସି ପ୍ରକାରେ ଆହତମାନଙ୍କୁ ବସ୍‌ରୁ ବାହାର କରି ପୋଲିସକୁ ଡାକି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସର ସୂଚନାନୁସାରେ ଟ୍ରକ ଡ୍ରାଇଭର ବର୍ତ୍ତମାନ ଫେରାର ରହିଛି। କିନ୍ତୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ପୋଲିସ। ସେପଟେ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବସଟି ବୈଷ୍ଣୋଦେବୀ ଅଭିମୁଖେ ଯାଉଥିଲା। ଏହି ବସରେ ପାଖାପାଖି ୨୭ ଜଣ ଯାତ୍ରୀ ରହିଥିଲେ। ଦିଲ୍ଲୀ ଜମ୍ମୁ- ଜାତୀୟ ରାଜପଥରେ ପହଞ୍ଚିବା ପରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ମିନି ବସଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। 

ଏହି ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ବସ୍ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ବସଟି ବୈଷ୍ଣୋ ଦେବୀକୁ ଯାଉଥିଲା। ଏହି ସମୟରେ ଯେତେବେଳେ ବସ୍ ଦିଲ୍ଲୀ-ଜାମ୍ମୁ ରାଜପଥରେ ଥିଲା ସେତେବେଳେ ଏକ ଟ୍ରକ୍ ବସ୍ ଆଗରେ ଯାଉଥିଲା। ଟ୍ରକ୍ ହଠାତ୍ ବ୍ରେକ୍ ଲଗାଇଲା, ଯେଉଁ କାରଣରୁ ପଛରେ ଚାଲୁଥିବା ମିନି ବସ୍ ଟ୍ରକକୁ ପଛପଟରୁ ଧକ୍କା ଦେଇଥିଲା। ଆହତଙ୍କ କହିବାନୁସାରେ, ମିନି ବସ୍ ଡ୍ରାଇଭର ମଦ୍ୟପାନ କରିଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଉଭୟ ଗାଡିର ଚାଳକ ଫେରାର ଥିବା ନେଇ ଆହତ ବ୍ୟକ୍ତି ସୂଚନା ଦେଇଛନ୍ତି। 

Read More
{}{}