Hindi News >>Home >>Odisha National-International

IMD Weather Forecast: ଝିପିଝିପି ବର୍ଷାରେ ଭିଜୁଛି ରାଜଧାନୀ, କାଲି ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

IMD Weather Forecast: ଆଜି ଦିନ ତମାମ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି । ପାଗକୁ ନେଇ ଖୁସି ଅଛନ୍ତି ରାଜଧାନୀବାସୀ

Advertisement
IMD Weather Forecast: ଝିପିଝିପି ବର୍ଷାରେ ଭିଜୁଛି ରାଜଧାନୀ, କାଲି ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Soubhagya Ranjan Mishra|Updated: Sep 12, 2024, 09:48 PM IST
Share

IMD Weather Forecast: ଦିନ ତମାମ ଝିପି ଝିପି ବର୍ଷାରେ ଭିଜୁଛି ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ । ପୂର୍ବ ଅଞ୍ଚଳର କିଛି ସ୍ଥାନରେ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ମଧ୍ୟରେ, ଦିଲ୍ଲୀ ଏନସିଆର, ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ, ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପୁଣି ବର୍ଷା ହୋଇପାରେ।

ସେପ୍ଟେମ୍ବର ୧୩ ଶୁକ୍ରବାର ଦିନ ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ ରାଜସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ପୂର୍ବ ରାଜସ୍ଥାନରେ ବର୍ଷାର ତୀବ୍ରତା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଦିଲ୍ଲୀ ଏନସିଆର ସମେତ ନୋଏଡା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ହିମାଚଳ ଏବଂ ହରିୟାଣାରେ ପ୍ରବଳ ବର୍ଷା ହୋଇପାରେ, ଯେଉଁଥିପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ, ୧୩ ସେପ୍ଟେମ୍ୱରରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରାଖଣ୍ଡରେ ମଧ୍ୟ ୧୩ ଏବଂ ୧୪ ସେପ୍ଟେମ୍ୱରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, ଝିପି ଝିପି ବର୍ଷା ଲାଗିରହିବା କାରଣରୁ ଦିଲ୍ଲୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ଭିଜା ପାଗକୁ ମନଭରି ଉପଭୋଗ କରୁଛନ୍ତି ସଭିଏଁ । କିଛିଦିନ ହେବ ନିୟମିତ ଭାବେ ବର୍ଷା ହେବା କାରଣରୁ ତାପମାତ୍ରାରେ ହ୍ରାସ ଘଟିଛି । ଫଳରେ ଗରମରୁ ମଧ୍ୟ ରକ୍ଷା ପାଇଛନ୍ତି ଦିଲ୍ଲୀ ସମେତ ଉତ୍ତରଭାରତ ବାସିନ୍ଦା ।

Also Read- ଆକାଶମାର୍ଗରୁ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Also Read-  RG Kar News: ଆଲୋଚନା ପାଇଁ ଆସିଲେନି ଡାକ୍ତର, ମମତା କହିଲେ ମୁଁ ଇସ୍ତଫା ଦେବାକୁ ରାଜି....

Read More
{}{}