Home >>Odisha National-International

India China Relationship: ସୁଧୁରୁଛି ଭାରତ- ଚୀନ ସୀମା ସମସ୍ୟା, ସେନା ପ୍ରତ୍ୟାହାର ଆରମ୍ଭ

ଭୁବନେଶ୍ୱର: ଭାରତ ଓ ଚୀନ ଭିତରେ ଲାଗି ରହିଥିବା ସୀମା ବିବାଦ ସମାଧାନ ହୋଇଛି। ଦୁଇ ଦେଶର ମୁଖ୍ୟ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷର କରିବା ପରେ ପ୍ରକୃତ ସୀମା ରେଖାକୁ ସମ୍ମାନ ଦେବାକୁ ଯାଇ ଉଭୟ ନିଜ ନିଜ ତରଫରୁ ମୁତ୍ତୟନ ଥିବା ସେନା ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି। ନ୍ୟୁଜ୍‍ ଏଜେନ୍ସୀ ଏଏନ୍‍ଆଇ ଖବର ଅନୁସାରେ ପୂ

Advertisement
India China Relationship: ସୁଧୁରୁଛି ଭାରତ- ଚୀନ ସୀମା ସମସ୍ୟା,  ସେନା ପ୍ରତ୍ୟାହାର ଆରମ୍ଭ
Zee Odisha Desk|Updated: Oct 25, 2024, 11:10 AM IST
Share

India China Relationship: ଭୁବନେଶ୍ୱର: ଭାରତ ଓ ଚୀନ ଭିତରେ ଲାଗି ରହିଥିବା ସୀମା ବିବାଦ ସମାଧାନ ହୋଇଛି। ଦୁଇ ଦେଶର ମୁଖ୍ୟ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷର କରିବା ପରେ ପ୍ରକୃତ ସୀମା ରେଖାକୁ ସମ୍ମାନ ଦେବାକୁ ଯାଇ ଉଭୟ ନିଜ ନିଜ ତରଫରୁ ମୁତ୍ତୟନ ଥିବା ସେନା ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି। ନ୍ୟୁଜ୍‍ ଏଜେନ୍ସୀ ଏଏନ୍‍ଆଇ ଖବର ଅନୁସାରେ ପୂର୍ବ ଲଦାଖରଡେମଚକ ଏବଂ ଡେସ୍‍ପାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। 

ଚୁକ୍ତି ଅନୁସାରେ ଏହି ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ଭାରତୀୟ ସେନା ପଛକୁ ଘୁଞ୍ଚିଛନ୍ତି। ଅକ୍ଟୋବର ୨୧ ତାରିଖରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାଦ୍ୱାରା ୪ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।  ଏବେ ଉଭୟ ଦେଶ ପାରମ୍ପରିକ ଭାବେ ପାଟ୍ରୋଲିଂ ଜାରି ରଖିବେ। ମେ’ ୨୦୨୦ ମସିହାରେ ଯେମିତି ବାସ୍ତବ ନିୟନ୍ତ୍ରଣ ରେଖା ରହିଥିଲା ତାହାକୁ ମର୍ଯ୍ୟାଦା ଦେବେ ବୋଲି ଚୁକ୍ତିରେ ଲିଖିତ ରହିଛି। 

ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଚୀନ ସମ୍ପରକ୍ରେ ସୁଧାର ବିଶ୍ୱ ଶାନ୍ତି ପାଇଁ ଆବଶ୍ୟକ ବୋଲି କହିଥିଲେ। ଏହି ପ୍ରକାର ସମ୍ପର୍କରେ ସୁଧାର ପାଇଁ ଚୁକ୍ତି କରାଯିବାକୁ ପ୍ରଶଂସା କରିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୨୦ ମସିହାରେ ଲଦାଖରେ ଚୀନ ସେନା ପ୍ରକୃତ ସୀମା ରେଖାକୁ ଉଲ୍ଲଂଘନ କରି ଅନୁପ୍ରବେଶ କରିବାରୁ ବିବାଦ ଉପୁଜିଥିଲା। ଏହାଫଳରେ ଉଭ୍ର ଦେଶର ସୈନିକଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

Read More
{}{}