Hindi News >>Home >>Odisha National-International

ଅମିତ ଶାହଙ୍କ ବିରୋଧରେ ବୟାନକୁ ନେଇ କ୍ରୋଧିତ ହେଲା ଭାରତ, କାନାଡିଆନ ପ୍ରତିନିଧିକୁ କଲା ସମନ

India Canada Tension: ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆମେ କାନାଡା ଉଚ୍ଚ ଆୟୋଗର ପ୍ରତିନିଧୀଙ୍କୁ ଡକାଇଛୁ। ଓଟାବାରେ ଜନ ନିରାପତ୍ତା ଏବଂ ଜାତୀୟ ସୁରକ୍ଷା ଉପରେ ଷ୍ଟାଣ୍ଡିଂ କମିଟିର କାର୍ଯ୍ୟ ପରିପ୍ରେକ୍ଷୀରେ ଏକ କୂଟନୈତିକ ନୋଟ୍ ପ୍ରଦାନ କରାଯାଇଛି।  

Advertisement
India Canada Tension
India Canada Tension
Jagdish Barik|Updated: Nov 02, 2024, 04:20 PM IST
Share

India Canada Tension: ଭାରତ କାନାଡା ଉଚ୍ଚ ଆୟୋଗର ପ୍ରତିନିଧୀଙ୍କୁ ଡକାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଭିତ୍ତିହିନ ଅଭିଯୋଗ ଆଣିବାକୁ ନେଇ ଦୃଢ଼ ବିରୋଧ ପ୍ରଦର୍ଶନ କରିଛି। ଭାରତ ଖୋଲାଖୋଲି ଭାବେ କାନାଡାକୁ କହିଛି ଯେ ଏଭଳି ଭିତ୍ତିହୀନ କାର୍ଯ୍ୟ ଦ୍ୱୀପାକ୍ଷିକ ସମ୍ପର୍କ ଉପରେ ଗୁରୁତର ପ୍ରଭାବ ପକାଇବ। ଗତ ବର୍ଷ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଲା ଏବଂ ନିକଟ ଅତୀତରେ କାନାଡା ଭାରତ ବିରୁଦ୍ଧରେ କୌଣସି ପ୍ରମାଣ ନ ଦେଇ ଅଯଥା ଅଭିଯୋଗ କରିଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସୱାଲ କହିଛନ୍ତି, "ଆମେ ଗତକାଲି କାନାଡା ହାଇ କମିଶନଙ୍କ ପ୍ରତିନିଧୀଙ୍କୁ ଡକାଇଥିଲୁ। ୨୯ ଅକ୍ଟୋବରରେ ଅଟ୍ଟୋଠାରେ ଜନ ନିରାପତ୍ତା ଏବଂ ଜାତୀୟ ସୁରକ୍ଷା ଷ୍ଟାଣ୍ଡିଂ କମିଟିର କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଏକ କୂଟନୈତିକ ନୋଟ ହସ୍ତାନ୍ତର କରାଯାଇଥିଲା।" ଜୈସୱାଲ ଆହୁରି ମଧ୍ୟ କହିଛନ୍ତି ଯେ ନୋଟରେ ଦର୍ଶାଯାଇଛି ଯେ ଡେପୁଟି ମନ୍ତ୍ରୀ ଡେଭିଡ ମୋରିସନଙ୍କ ଦ୍ୱାରା  ଭାରତର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କମିଟି ଆଗରେ ଦେଇଥିବା ଅବୈଧ ତଥା ଭିତ୍ତିହୀନ ସନ୍ଦର୍ଭକୁ ଭାରତ ସରକାର ଦୃଢ଼ ବିରୋଧ କରୁଛନ୍ତି।"

କାନାଡାର ସାଇବର ସୁରକ୍ଷା ରିପୋର୍ଟରେ ଏହା କୁହାଯାଇଛି
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧିର ଜୈସୱାଲ କହିଛନ୍ତି, “ଏହା ଭାରତ ବିରୁଦ୍ଧରେ ଷଡଯନ୍ତ୍ର ତଥା ଆକ୍ରମଣ କରିବାର କାନାଡାର ରଣନୀତିର ଆଉ ଏକ ଉଦାହରଣ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଅତୀତରେ କାନାଡାର ବରିଷ୍ଠ ଅଧିକାରୀମାନେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ସେମାନେ ବିଶ୍ୱ ସ୍ତରରେ ଭାରତର ମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, କୌଣସି ପ୍ରମାଣ ବିନା ଏହି ସବୁ ଅଭିଯୋଗ କରାଯାଇଛି। ”

Read More
{}{}