India France Mega Deal: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବାକୁ କ୍ୟାବିନେଟ୍ କମିଟି (CCS) ମେଗା ଡିଲ୍ କୁ ମଞ୍ଜୁରୀ ଦେଇଛି। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୬୩,୦୦୦ କୋଟି ଟଙ୍କା। ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବ ଏବଂ ଖୁବ୍ ଶୀଘ୍ର ସ୍ୱାକ୍ଷରିତ କରାଯିବ।
ଏହି ଚୁକ୍ତିନାମା ଅନୁଯାୟୀ ନୌସେନା ୨୨ ଟି ସିଙ୍ଗଲ୍-ସିଟ୍ ଏବଂ ୪ଟି ଟ୍ୱିନ୍-ସିଟ୍ ରାଫେଲ୍ ସାମୁଦ୍ରିକ ବିମାନ ପାଇବ। ଯାହାକୁ ବିମାନ ବାହକ INS ବିକ୍ରାନ୍ତରେ ନିୟୋଜିତ କରାଯିବ। ଏହି ନିଷ୍ପତ୍ତି ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ଫ୍ରାନ୍ସ ସରକାରଙ୍କ ସହିତ ଚୁକ୍ତି ପ୍ରକ୍ରିୟା ସମାପ୍ତ କରିବ।
India clears mega deal to buy 26 Rafale Marine fighter aircraft from France. The government-to-government deal worth over Rs 63,000 crore will be signed soon. Indian Navy will get 22 single-seater and four twin-seater aircraft as part of the deal: Government Sources pic.twitter.com/g3Ef3snrbn
— ANI (@ANI) April 9, 2025
ଏହା ବ୍ୟତୀତ ଏଥିରେ ଜେଟ୍ଗୁଡ଼ିକର ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସହାୟତା, ନୌସେନା କର୍ମଚାରୀଙ୍କ ତାଲିମ ଏବଂ ଭାରତରେ ନିର୍ମିତ ହେବାକୁ ଥିବା କିଛି ଅଂଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚୁକ୍ତି ଅନୁଯାୟୀ ଭାରତୀୟ ନୌସେନା କର୍ମଚାରୀମାନଙ୍କୁ ରାଫେଲ ଏମ୍ ଉଡ଼ାଇବା ଏବଂ ପରିଚାଳନା କରିବା ପାଇଁ ତାଲିମ ମଧ୍ୟ ଦିଆଯିବ।
ରାଫେଲ ଏମ୍ ଜେଟ୍ର ପ୍ରଥମ ଡେଲିଭରି ୨୦୨୯ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ସମସ୍ତ ୨୬ଟି ଜେଟ୍ ୨୦୩୧ ସୁଦ୍ଧା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ। ଏହି ଲଢ଼ୁଆ ଜେଟ୍ଗୁଡ଼ିକୁ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ଭଳି ଭାରତୀୟ ବିମାନ ବାହକ ଜାହାଜରେ ନିୟୋଜିତ କରାଯିବ। ଏଗୁଡ଼ିକ ପୁରୁଣା MiG-29K ଲଢ଼ୁଆ ବିମାନଗୁଡ଼ିକୁ ବଦଳାଇବ। ଯାହା ଏବେ ପୁରୁଣା ହୋଇଗଲାଣି।
ରାଫେଲ ଏମ୍ ଜେଟ୍ଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ବିମାନ ବାହକ ଜାହାଜରୁ ଉଡ଼ାଣ ଏବଂ ଅବତରଣ ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଶକ୍ତିଶାଳୀ ଲ୍ୟାଣ୍ଡିଂ ଗିଅର, ଆରେଷ୍ଟର ହୁକ୍ ଏବଂ STOBAR ପ୍ରଯୁକ୍ତିବିଦ୍ୟା (ଯାହା ବିମାନକୁ କମ ଦୂରତାରୁ ଉଡ଼ାଣ ଏବଂ ଦ୍ରୁତ ଅବତରଣ କରିବାରେ ସାହାଯ୍ୟ କରେ) ଅନ୍ତର୍ଭୁକ୍ତ। ଏହି ଚୁକ୍ତି ଭାରତୀୟ ନୌସେନାର ଶକ୍ତିକୁ ବହୁ ପରିମାଣରେ ବୃଦ୍ଧି କରିବ।