India-Pakistan Conflict: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି କରାଯାଇଥିବା କୁହାଯାଇଛି । ଉଭୟ 'ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି । ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ବୋଲି କୁହାଯାଇଛି ।
US ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି ନେଇ ସୂଚନା ଦେଇଛନ୍ତି । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା କରାଯାଇଛି ।
Over the past 48 hours, @VP Vance and I have engaged with senior Indian and Pakistani officials, including Prime Ministers Narendra Modi and Shehbaz Sharif, External Affairs Minister Subrahmanyam Jaishankar, Chief of Army Staff Asim Munir, and National Security Advisors Ajit…
— Secretary Marco Rubio (@SecRubio) May 10, 2025