Hindi News >>Home >>Odisha National-International

FATF: ବିଶ୍ୱସ୍ତରରେ ଭାରତକୁ ବଡ଼ ସଫଳତା, ବଢ଼ିଲା ଶକ୍ତି

Anti-money laundering review : ଆନ୍ତର୍ଜାତିକ ସ୍ତରରେ ଭାରତକୁ ମିଳିଛି ବଡ ସଫଳତା। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ତଥା ଅର୍ଥ ହେରଫେର ଭଳି ଘଟଣାରେ ଅଙ୍କୁଶ ଲଗାଉଥିବା ବିଶ଼୍ବ ସ୍ତରର ସଂସ୍ଥା  ଏଫ୍‌ଏଟିଏଫ୍‌ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ସାମିଲ୍‌ କରିଛି।

Advertisement
India Passes FATF Scrutiny
India Passes FATF Scrutiny
Zee Odisha Desk|Updated: Jun 29, 2024, 04:31 PM IST
Share

India Passes FATF Scrutiny : ଆନ୍ତର୍ଜାତିକ ସ୍ତରରେ ଭାରତକୁ ମିଳିଛି ବଡ ସଫଳତା। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ତଥା ଅର୍ଥ ହେରଫେର ଭଳି ଘଟଣାରେ ଅଙ୍କୁଶ ଲଗାଉଥିବା ବିଶ଼୍ବ ସ୍ତରର ସଂସ୍ଥା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ବା ଏଫ୍‌ଏଟିଏଫ୍‌ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ସାମିଲ୍‌ କରିଛି । ଏବେ ଭାରତ ୫ମ ଦେଶ ଭାବେ ଏହି ସୂଚୀରେ ରହିଛି । ଭାରତ ଛଡ଼ା ଜି-୨୦ ସମୂହର ୪ ଅନ୍ୟ ଦେଶ ମଧ୍ୟ ଏଥିରେ ରହିଛନ୍ତି । 

ଏଫ୍‌ଏଟିଏଫ୍‌ର ସୁପାରିଶ ଏବଂ ଗାଇଡ୍‌ଲାଇନ୍‌କୁ ବିଶ଼୍ବର ୨୦୦ ଦେଶ ପାଳନ କରୁଛନ୍ତି । ଏହି କ୍ରମରେ ଭାରତ ଏବେ ବିଶ଼୍ବ ସମୁଦାୟକୁ ଗାଇଡ୍‌ଲାଇନ୍‌ ପ୍ରଦାନ କରିବା ନେଇ ସମ୍ଭାବନା ରହିଛି। ୨୦୦ ଦେଶ ମଧ୍ୟରେ ପାକିସ୍ତାନ ମଧ୍ୟ ରହିଛି।ସିଙ୍ଗାପୁରରେ ୨୬ରୁ ୨୮ ଜୁନ୍‌ ମଧ୍ୟରେ ହୋଇଥିବା ବୈଠକରେ ଏଫ୍‌ଏଟିଏଫ୍‌ ଭାରତ ପକ୍ଷରୁ ଜାରି କରାଯାଇଥିବା ମ୍ୟୁଚୁଆଲ୍‌ ଇଭାଲ୍ୟୁଏସନ୍‌ ରିପୋର୍ଟକୁ ସ଼୍ବୀକାର କରିଛି । ଏଥିସହିତ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ବୈଠକରେ ଏଫ୍‌ଏଟିଏଫ୍‌ ଅର୍ଥ ହେରଫେର ତଥା ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୋଧରେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ଏବଂ ଦୁର୍ନୀତି, ଠକେଇ ଓ ସଂଗଠିତ ଅପରାଧକୁ ରୋକିବା ପାଇଁ ଭାରତର ରଣନୀତିକୁ ପ୍ରଶଂସା କରିଛି। ଜନ ଧନ ଯୋଜନା ପରି ବିଭିନ୍ନ ଯୋଜନା ଆରମ୍ଭ କରିଛି ଭାରତ । ଏଥିସହିତ ମୋବାଇଲ ନମ଼୍ବର ସହ ଆଧାର ପରିଚୟ ପତ୍ର ଯୋଡିଛି ଭାରତ ଯାହା ଟଙ୍କା କାରବାର ଉପରେ ନଜର ରଖିବାରେ ଲାଭଦାୟକ ହେବ । 

ଡିଜିଟାଲ କାରବାରର ବୃଦ୍ଧି ସହିତ ଆର୍ଥିକ ଗତିବିଧି ଉପରେ ନଜର ରଖାଯାଇ ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ନେଇ ଭାରତର କଡା କାର୍ଯ୍ୟାନୁଷ୍ଠାନକୁ ଏଥିରେ ପ୍ରଶଂସା କରାଯାଇଛି ।

Read More
{}{}