Home >>Odisha National-International

Rafale Marine jets: ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ, ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି

Rafale Marine jets(ନୂଆଦିଲ୍ଲୀ): ଚାଇନା ଓ ପାକିସ୍ତାନର ଗତିବିଧ‌ିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି ବହୁ ଗୁଣା ବୃଦ୍ଧି ହୋଇଛି। ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲେ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ। 

Advertisement
Rafale Marine jets: ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ, ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି
Zee Odisha Desk|Updated: May 29, 2024, 11:46 AM IST
Share

Rafale Marine jets(ନୂଆଦିଲ୍ଲୀ): ଚାଇନା ଓ ପାକିସ୍ତାନର ଗତିବିଧ‌ିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି ବହୁ ଗୁଣା ବୃଦ୍ଧି ହୋଇଛି। ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲେ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ। ଏଥିଲାଗି ଆବଶ୍ୟକ ଚୁକ୍ତି ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ ହୋଇଛି। ରାଫାଲ୍ ମେରାଇନ୍ ଫାଇଟର୍ ଜେଟ୍ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। ଭାରତୀୟ ନୌସେନା ଏଥିଲାଗି ଅତ୍ୟନ୍ତ ଆଗ୍ରହୀ ରହିଛି। ସମୁଦ୍ରରେ ବଢ଼ୁଥିବା ଚୀନ ପ୍ରଭାବକୁ ରୋକିବା ଲାଗି ଏହି ସୁପରସୋନିକ ଜେଟ୍‍ ବିମାନ ଆବଶ୍ୟକତା ରହିଛି। ଏଥିରେ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସପ୍ତାହରେ ରାଫାଲ ଯୁଦ୍ଧ ବିମାନ ସମ୍ପର୍କରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। 

ଭାରତର ସାମରିକ ଶକ୍ତି ଯୋଗୁଁ ପାକିସ୍ତାନ ଏବଂ ଚୀନର ପୂର୍ବରୁ ନିଦ ହଜିଯାଇଛି। ସେମାନଙ୍କୁ କଡ଼ା ଜବାବ ଦେବାକୁ ଆସୁଛି ଶକ୍ତିଶାଳୀ ଯୁଦ୍ଧ ବିମାନ। ହଁ, ଭାରତର ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫାଲ ଖୁବ୍ ଶୀଘ୍ର ରାଫାଲ୍ ଏମ୍ ଯୁଦ୍ଧ ବିମାନ ପାଇବାକୁ ଯାଉଛି। ଏଥି ସହିତ ରାଫାଲ ଏମ ଜେଟ୍ ଭାରତୀୟ ନୌସେନାର ଶକ୍ତିକୁ ଆହୁରି ବଢ଼ାଇବ। ଯାହାକି ୨୬ ରାଫାଲ ସାମୁଦ୍ରିକ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। 

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ଭାରତ ଆନୁଷ୍ଠାନିକ ଭାବେ ୨୬ଟି ରାଫାଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହିତ ବୁଝାମଣା ଆରମ୍ଭ କରିବ। ଭାରତ ମହାସାଗରରେ ଚୀନ୍‌ର ବିପଦ ବଢ଼ୁଥିବା ବେଳେ ଭାରତୀୟ ନୌସେନା ଏହାର ଦୁଇଟି ବିମାନ ପରିବହନକାରୀଙ୍କ ପାଇଁ ଯଥାଶୀଘ୍ର ସୁପରସୋନିକ୍ ଜେଟ୍ ଅର୍ଥାତ୍ ରାଫାଲ୍ ଏମ୍ କିଣିବାକୁ ଯାଉଛି। ଏଥିପାଇଁ ୩୦ମେ ' ଭାରତରେ ବୈଠକ ରଖାଯାଇଛି। ଫ୍ରାନ୍ସ ସରକାର ଯୁଦ୍ଧ ବିମାନ ନିର୍ମାତା ଡାସଲ୍ଟ ଏବଂ ଅସ୍ତ୍ରଶସ୍ତ୍ର ସିଷ୍ଟମ ଇଣ୍ଟିଗ୍ରେଟର ଥାଲେସ୍ ଏବଂ ଅନ୍ୟାନ୍ୟ କମ୍ପାନୀର ଅଧିକାରୀଙ୍କ ଏକ ଟିମ୍ ମେ' ୩୦ ଅର୍ଥାତ୍ ଆସନ୍ତାକାଲି ଭାରତରେ ପହଞ୍ଚିବେ। ଏହି ଡିଲ୍ ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଚୁକ୍ତିନାମା ବୁଝାମଣା କମିଟି (ସିଏନ୍ସି) ଗଠନ କରିଛି। ଏହି ଭାରତୀୟ ଦଳ ଫ୍ରାନ୍ସ ଦଳ ସହିତ ଏହି ଚୁକ୍ତି ନିଶ୍ଚିତ କରିବ।

ଅନ୍ୟପଟେ ଗତ ବର୍ଷ ଫ୍ରାନ୍ସ ସହିତ ହୋଇଥିବା ଏହି ଚୁକ୍ତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୌସେନା ସେମାନଙ୍କ ସମ୍ମତି ଦେଇଥିଲେ। ପ୍ରାୟ ୩୦ହଜାର କୋଟି ଟଙ୍କା ବ୍ୟୟରେ ମଜାଗନ୍ ଡକ୍ସରେ ନିର୍ମାଣ ହେବାକୁ ଥିବା ୨୬ ରାଫାଲ୍-ଏମ୍ ଏବଂ ୩ଟି ଅତିରିକ୍ତ ସ୍କର୍ପିନ୍ ବୁଡ଼ାଜାହାଜ ପାଇଁ ପ୍ରସ୍ତାବିତ ଚୁକ୍ତିନାମା ଗତ ବର୍ଷ ଜୁଲାଇ ୧୩ରେ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ଆବଶ୍ୟକ ଅନୁମୋଦନ ଦିଆଯାଇଥିଲା। ପ୍ୟାରିସରେ ମୋଦୀ-ମାକ୍ରନ୍ ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଏହା କରାଯାଇ ଥିଲା। ଏହାପୂର୍ବରୁ ୨୦୧୬ ମସିହାରେ ଭାରତ ଏହାର ବାୟୁସେନା ପାଇଁ ୩୬ଟି ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଏକ ଚୁକ୍ତି କରିଥିଲା। ଏହି ସମସ୍ତ ରାଫାଲ ବିମାନ ଫ୍ରାନ୍ସରୁ ବିତରଣ କରାଯାଇଛି ଏବଂ ରାଫାଲ ମଧ୍ୟ ଭାରତୀୟ ଆକାଶରେ ଗର୍ଜନ କରୁଛନ୍ତି। 

ରାଫାଲ୍ ଏମ୍ ଯୁଦ୍ଧ ବିମାନର ବୈଶିଷ୍ଟ୍ୟ ଗୁଡିକ କ’ଣ?

ସାମୁଦ୍ରିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ପାଇଁ ରାଫାଲ୍ ଏମ୍ ଯୁଦ୍ଧ ବିମାନ ବିଶେଷ ଭାବରେ ଡିଜାଇନ୍ କରାଯାଇଛି।  ଏହାର ଅଧିଗ୍ରହଣ ସହିତ ଭାରତୀୟ ନୌସେନା ଶକ୍ତି ଆହୁରି ବୃଦ୍ଧି ପାଇବ। ଏହି ରାଫାଲ୍ ଏମ୍ ଯୁଦ୍ଧ ବିମାନ ଆଇଏନଏସ୍ ବିକ୍ରାନ୍ତ ଏବଂ ବିକ୍ରମାଦିତ୍ୟରେ ନିୟୋଜିତ ହେବ। ବିମାନ ପରିବହନକାରୀଙ୍କ ଉପରେ ଅବତରଣ ପାଇଁ ରାଫାଲ୍ ଏମ୍ ଡିଜାଇନ୍ କରାଯାଇଛି। ଏହାର ଡେଣା ଫୋଲଡେବଲ୍ ହୋଇଥିବାବେଳେ ବାୟୁସେନାର ରାଫାଲ୍ ଫୋଲ୍ଡେବଲ୍ ନୁହେଁ। ଏହା ମଧ୍ୟ ଡାସଲ୍ଟ ଆଭିଏସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ଏକକ ସିଟର ଯୁଦ୍ଧ ବିମାନ ହେବ।  ଏହା ସମୁଦ୍ରର ଗଭୀରତାରେ ମଧ୍ୟ ଆକ୍ରମଣ କରିବାରେ ସକ୍ଷମ ହୋଇପାରିବ। ଏହା ମଧ୍ୟ ଆଣବିକ ଆକ୍ରମଣକୁ ରୋକିବାରେ ସକ୍ଷମ ହେବ। ରାଫାଲ୍ ଏମ୍ ଜେଟ୍ ହେଉଛି 15.30 ମିଟର ଲମ୍ବା, 10.90 ମି ଚଉଡା, 5.30 ମି ଉଚ୍ଚ ଅଟେ।  ଏହାର ଓଜନ ପ୍ରାୟ 10 ହାଜର 500 କିଲୋଗ୍ରାମ। ଏହା 9.5 ଟନପର୍ଯ୍ୟନ୍ତ ଉଠାଇପାରେ |  ରାଫାଲ୍ ଏମ୍ ବିମାନର ଗତି ଘଣ୍ଟା ପ୍ରତି ପ୍ରାୟ 1389 କିଲୋମିଟର ଏବଂ ଏହା 50 ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ।  ଏହା ପରମାଣୁ କ୍ଷମତା ସହିତ ସଜ୍ଜିତ ଏକ ଯୁଦ୍ଧ ବିମାନ ବୋଲି ଜଣାପଡ଼ିଛି।

Read More
{}{}