Hindi News >>Home >>Odisha National-International

India vs Pakistan covert war : ଭାରତୀୟ ସେନା ଆରମ୍ଭ କରିଛି ଅପରେସନ ସର୍ପ ବିନାଶ-୨.୦

Pakistan Infiltrated J&K : ଜମ୍ମୁ-କାଶ୍ମୀରରେ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ । ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ସର୍ପ ବିନାଶ ୨.୦ ଆରମ୍ଭ କରିଛି।

Advertisement
Secret War Uncovered
Secret War Uncovered
Zee Odisha Desk|Updated: Jul 30, 2024, 03:29 PM IST
Share

 Secret War Uncovered : ଜମ୍ମୁ-କାଶ୍ମୀରରେ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ । ପାକ୍ ସେନାର ୬୦୦ ଏସଏସ୍‌ଜି କମାଣ୍ଡୋ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ସୂଚନା ରହିଛି । ଏଭଳି ଦାବି କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍.ପି ବୈଦ୍ୟ ଏବଂ କାଶ୍ମୀରର ସାମାଜିକ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା । ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ସର୍ପ ବିନାଶ ୨.୦ ଆରମ୍ଭ କରିଛି।

 ସୋସିଆଲ ମିଡିଆ ଏକ୍ସରେ ଆୟୁବ ମିର୍ଜା ଉଲ୍ଲେଖ କରିଛନ୍ତିଯେ, ପାକିସ୍ତାନ ଏସ୍‌ଏସଜିର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଆଦିଲ୍ ରହମାନି ପିଓକେର ମୁଜାଫରାବାଦରେ ରହି ଜମ୍ମୁ-କାଶ୍ମୀରରେ ଏସ୍ଏସ୍‌ଜି କମାଣ୍ଡୋଙ୍କୁ ପ୍ରବେଶ ନକରେ଼ଇବା ଲାଗି ସମସ୍ତ ସୁବିଧା କରୁଛନ୍ତି ।

ସୂଚନା ଅନୁଯାୟୀ, ଭାରତକୁ ଗୋଟିଏ ବାଟାଲିୟନ ଏସ୍ଏସ୍‌ଜି କମାଣ୍ଡୋ ଅନୁପ୍ରବେଶ କରିସାରିଛନ୍ତି । ସେମାନେ କୁପୱାରା ଓ ଅନ୍ୟାନ୍ୟ ଅଞ୍ଚଳରେ ବର୍ତ୍ତମାନ ସକ୍ରିୟ ମଧ୍ୟ ରହିଛନ୍ତି । ଏହି ଏସ୍ଏସ୍‌ଜି କମାଣ୍ଡୋଙ୍କ ନେତୃତ୍ବ ନେଇଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ସାହିଦ ସଲିମ ଜାଞ୍ଜୁଆ ।ଏମାନେ ଭାରତୀୟ ସେନା ଉପରେ ବଡଧରଣର ଆକ୍ରମଣ କରିବା ଯୋଜନାରେ ରହିଥିବା ବେଳେ ଏମାନଙ୍କୁ ସ୍ଥାନୀୟ ଫ୍ଲିପର ସେଲ୍ ସମର୍ଥନ ଯୋଗାଉଥିବା ଅଭିଯୋଗ ହୋଇଛି । ସେହିଭଳି ଆହୁରି ୨ ବାଟାଲିୟନ ଏସ୍ଏସ୍‌ଜି କମାଣ୍ଡୋ ବର୍ତ୍ତମାନ ମୁଜାଫରାବାଦରେ ଅଛନ୍ତି । ସେମାନେ ଭାରତରେ ଅନୁପ୍ରବେଶ ଲାଗି ସୁଯୋଗ ଅପେକ୍ଷାରେ ରହିଛନ୍ତି ।

ତେବେ ବୈଦ୍ୟ କହିଛନ୍ତିଯେ, ନିକଟରେ ଜାମ୍ମୁରେ ଯେଉଁ ଆତଙ୍କୀ ଆକ୍ରମଣ ଘଟିଛି ଏଥିରେ ପାକିସ୍ତାନୀ ସେନାର ପ୍ରଚ୍ଛନ୍ନ ହାତ ରହିଛି । କାରଣ ଏଥିରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡିଛି । ଅନୁପ୍ରବେଶ କରିଥିବା ଏହି ପାକିସ୍ତାନୀ କମାଣ୍ଡୋମାନେ ଜାମ୍ମୁର ୧୬ କର୍ପସ ଓ କାଶ୍ମୀରର ୧୫ କର୍ପସକୁ ଟାର୍ଗେଟ କରି ଆକ୍ରମଣ କରିବା ସହ ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ପାକିସ୍ତାନୀ ସେନାର ଏହା ଭାରତ ବିରୋଧରେ ଗୋପନ ଯୁଦ୍ଧ ଭାରତ ଏହାର ଉପଯୁକ୍ତ ଜବାବ ଦେବାକୁ ହେବ ବୋଲି ବୈଦ୍ୟ କହିଛନ୍ତି। 

ବୈଦ୍ୟଙ୍କ ଏଭଳି ବୟାନରେ ସୁରକ୍ଷା ବାହିନୀର ଚିନ୍ତା ବଢ଼ିଛି। ତେଣୁ ସୁରକ୍ଷା ବାହିନୀ ଅପରେସନ ସର୍ପ ବିନାଶ ୨.୦ ଆରମ୍ଭ କରିଛି।ଏହି ଅପରେସନରେ ପାହାଡ ଓ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥ‌ିବା ପାକିସ୍ତାନୀ କମାଣ୍ଡୋଙ୍କୁ ନିପାତ କରାଯିବ।ତେବେ ପିଏମଓ ର ନିର୍ଦ୍ଦେଶ ତଥା ଏନ୍‌ଏସଏ ଅଜିତ ଡୋଭାଲ ଓ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି ଏହି ଅପରେସନ୍।

Read More
{}{}