Home >>Odisha National-International

Indian army: ୨୬ ଦେଶରେ ଭାରତୀୟ ସେନା, ଇଥିଓପିଆକୁ ଫେରିଲା ସେନା

ଭୁବନେଶ୍ୱର: ନିଜର ସାମରିକ କୌଶଳ ଓ ସ୍ୱ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ବନ୍ଧୁ ରାଷ୍ଟ୍ରଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶରେ ଭାରତ ନିଜର ସେନା ବାହିନୀର ସ୍ୱଥନ୍ତ୍ର ବଳ ମୁତ୍ତୟ୍ରନ କରିବ। ଏହିକ୍ରମରେ ୨୬ ନୂଆ ରାଷ୍ଟ୍ରରେ ଭାରତୀୟ ସେନା ମୁତ୍ତୟନ କରିବାଲାଗି ଯୋଜନା ଥିବା ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଥିରେ ୧

Advertisement
Indian army: ୨୬ ଦେଶରେ ଭାରତୀୟ ସେନା, ଇଥିଓପିଆକୁ ଫେରିଲା ସେନା
Zee Odisha Desk|Updated: Apr 11, 2024, 07:04 AM IST
Share

Indian army: ଭୁବନେଶ୍ୱର: ନିଜର ସାମରିକ କୌଶଳ ଓ ସ୍ୱ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ବନ୍ଧୁ ରାଷ୍ଟ୍ରଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶରେ ଭାରତ ନିଜର ସେନା ବାହିନୀର ସ୍ୱଥନ୍ତ୍ର ବଳ ମୁତ୍ତୟ୍ରନ କରିବ। ଏହିକ୍ରମରେ ୨୬ ନୂଆ ରାଷ୍ଟ୍ରରେ ଭାରତୀୟ ସେନା ମୁତ୍ତୟନ କରିବାଲାଗି ଯୋଜନା ଥିବା ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଥିରେ ୧୮ଟି ଆଫ୍ରିକୀୟ ରାଷ୍ଟ୍ର ରହିଥିବା ବେଳେ ଅନ୍ୟ ସବୁ ରାଷ୍ଟ୍ର ଏସିଆ ଓ ୟୁରୋପରର ରହିଛନ୍ତି। ଏ ଭିତରେ ୮ ନୂଆ ରାଷ୍ଟ୍ରରେ ଭାରତୀୟ ସେନାର ନୂଆ ବାହିନୀ ମୁତ୍ତୟନ ହୋଇନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା, ପୋଲାଣ୍ଡ, ଆର୍ମନିଆ, ତାଞ୍ଜାନିଆ, ମୋଜାମ୍ବିକ୍‍, ଜିବୌଟି, ଇଥିଓପିଆ, ଆଇଭର କୋଷ୍ଟ ଏବଂ ଫିଲିପାଇନ୍ସ। 

ଏଥିଲାଗି ସ୍ଥଳ, ବାୟୁ ଓ ନୌ ସେନାର ୧୫ରୁ ୧୬ ନୂଆ ବାହିନୀ ସୃଷ୍ଟି କରାଯାଇଛି।   ଋଷ, ଇଂଲଣ୍ଡ ଏବଂ ଫ୍ରାନ୍ସରେ ଥିବା ସେନା ବାହିନୀର କିଛି ଅଂଶକୁ ଆଣି ଏପରି ନୀତି ଆପଣାଇଛି ଭାରତ ସରକାର। ଏହାଦ୍ୱାରା ଭାରତ ନିର୍ମିତ ଅସ୍ତ୍ରଶସ୍ତ୍ର ରପ୍ତାନୀକୁ ନୂଆ ସୁଯୋଗ ମିଳିବ ବୋଲି ଆଶା କରାଯାଇଛି। ସାମରିକ କୂଟନୀତିର ଏହା ଏକ ବିଶେଷ ସଫଳତା ଭାବେ ଗ୍ରହଣ କରାଯାଉଛି। 

ଏହିନୀତିରେ ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଛି ଆଫ୍ରିକୀୟ ରାଷ୍ଟ୍ର। ପ୍ରଥମଥର ପାଇଁ ଆଇଭରୀ କୋଷ୍ଟ, ମୋଜାମ୍ବିକ୍‍ ଏବଂ ଫିଲିପାଇନ୍ସରେ ଭାରତୀୟ ସେନାର ସ୍ୱତନ୍ତ୍ର ବାହିନୀ ମୁତ୍ତୟନ କରାଯାଇଛି। ଏହାବାଦ୍‍ ୟୁରୋପର ସୁରକ୍ଷା କ୍ଷେତ୍ରରେ ଏକ ବିଶେଷ ଭୂମିକା ନିର୍ବାହ କରୁଥିବା ପୋଲାଣ୍ଡରେ ମଧ୍ୟ ପ୍ରଥମ ଥର ପାଇଁ ମାରତ ସେନା ବାହିନୀ ମୁତ୍ତୟନ କରିବାକୁ ଯାଉଛି। 

ଇଥିଓପିଆରେ ମଧ୍ୟ ପୁଣିଥରେ ଅନେକ ବର୍ଷ ପରେ ଭାରତ ସାମରିକ ଉପସ୍ଥିତି ରକ୍ଷା କରିବ। ୧୯୭୦ ଦଶକର ମଧ୍ୟଭାଗରେ ଭାରତୀୟ ସେନା ଇଥିଓପିଆରେ ଉପସ୍ଥିତ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଅପସାରଣ କରାଯାଇଥିଲା। 

ଆଫ୍ରିକୀୟ ଦେଶ, ଯେଉଁଗୁଡ଼ିକରେ ବିଗତ ଦିନରେ ଚୀନର ଅନେକ ସାମରିକ କାର୍ଯ୍ୟକଳାପ ରହି ଆସିଛି ସେଠାରେ ଭାରତ ନିଜର ରଣନୀତିକୁ ଜୋରଦାର କରିଛି। ଏହି ଦେଶଗୁଡ଼ିକରେ ନିଜା ସାମରିକ ଉପସ୍ଥିତି ଓ ଅସ୍ତ୍ରଶସ୍ତ୍ର କାରବାର ଭାରତୀୟ କୂଟନୀତିକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ଭାରତ ଏ ଭିତରେ ତେଜସ୍ ଯୁଦ୍ଧ ବିମାନ ସମେତ, ପିନାକ ବହୁମୁଖୀ ରକେଟ୍‍ ଉତ୍‍କ୍ଷେପଣ ବ୍ୟବସ୍ଥା, ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‍  କ୍ଷେପଣାସ୍ତ୍ର, ଆକାଶ କ୍ଷେପଣାସ୍ତ୍ର ଆଦିକୁ ରପ୍ତାନୀ କରିବା ଲାଗି ଚେଷ୍ଟା କରୁଛି। 

ଭାରତ-ପ୍ରଶାନ୍ତ ମହାସାଗରରେ ଚୀନର କାର୍ଯ୍ୟକଳାପକୁ ଜବାବ ଦେବା ଲାଗି ଭାରତ ଫିଲିପାଇନ୍ସ ସହ ୩୭୫ ମିଲିୟନ ଡଲାରର ତିନୋଟି ଚୁକ୍ତି କରିଛି। ଯେଉଁଥିରେ ସାଗର ମଧ୍ୟରେ ଜାହାଜ ବିରୋଧୀ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ତାହାକୁ ଜବାବ ଦେବା ଲାଗି ବ୍ରହ୍ମୋସ ମୁତ୍ତୟନ କରାଯାଇଛି।

Read More
{}{}