Hindi News >>Home >>Odisha National-International

ସ୍ପେସ୍ ଷ୍ଟେସନ୍ ମିଶନ୍ ପାଇଁ ପ୍ରାଇମ୍ ଏଷ୍ଟ୍ରୋନଟ୍ ଚୟନ କଲା ISRO, ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା କମାଣ୍ଡ୍

Shubhanshu Shukla: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଘୋଷଣା କରିଛି ଯେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଆସନ୍ତା ଭାରତ-ଆମେରିକା ମିଶନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଉଡ଼ାଣ ପାଇଁ ଚୟନ କରାଯାଇଛି।

Advertisement
Shubhanshu Shukla
Shubhanshu Shukla
Jagdish Barik|Updated: Aug 02, 2024, 08:56 PM IST
Share

Group Captain Shubhanshu Shukla: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏହାର ସର୍ବ କନିଷ୍ଠ ମହାକାଶଚାରୀ, ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଆଗାମୀ ଭାରତୀୟ-ଆମେରିକା ମହାକାଶ ଅଭିଯାନ ପାଇଁ ପ୍ରାଇମ୍ ଏଷ୍ଟ୍ରୋନଟ୍ ଭାବରେ ଚୟନ କରିଛି। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଳା ଭାରତର ପ୍ରତିନିଧିତ୍ୱ କରିବେ। ନିକଟରେ ଶୁକ୍ଳା ପଦୋନ୍ନତି ପାଇଥିଲେ।

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା କିଏ?
ଶୁଭାଂଶୁ ଶୁକ୍ଳା ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବ ଛାତ୍ର। ତାଙ୍କୁ ୧୭ ଜୁନ୍ ୨୦୦୬ ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ନିଯୁକ୍ତ କରାଯାଇଥିଲା। ସେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବାସିନ୍ଦା। ସେ ୧୦ ଅକ୍ଟୋବର ୧୯୮୫ ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ଶୁଭାଂଶୁ ଲକ୍ଷ୍ନୌର ତ୍ରିବେଣି ନରର ବାସିନ୍ଦା। ତାଙ୍କ ପିତାଙ୍କ ନାମ ଶମ୍ଭୁଦୟାଲ ଶୁକ୍ଲା। ତାଙ୍କର ପ୍ରାଥମିକ ଶିକ୍ଷା CMS ଆଲିଗ୍ଞ୍ଜରୁ ହୋଇଥିଲା ।

ପ୍ରାୟ ୨୦୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ସହିତ ଶୁଭାଂଶୁ ଜଣେ ଲିଡର ଓ ଟେଷ୍ଟ ପାଇଲଟ୍ ଅଟନ୍ତି। ସମୟ ସହିତ ସେ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କଲେ। ସେ ସୁଖୋଇ 30MKI, MiG-21, MiG-29, Jaguar, Hawk, Dornier ଓ An-32 ପରି ବିଭିନ୍ନ ଯୁଦ୍ଧ ବିମାନ ଉଡ଼ାଇଛନ୍ତି।

ଋଷ ଏବଂ ଆମେରିକାରେ ଶୁଭାଂସୁ ଚାରି ବର୍ଷ ଧରି କଠୋର ତାଲିମ ନେଇଛନ୍ତି। ISRO ର ଏହି ମିଶନରେ ମନୋନୀତ ହେବା ପୂର୍ବରୁ, ସେ ଗଗନଯାନ ମିଶନ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ୍ ନାୟାର, ଯିଏ ମହାକାଶଚାରୀଙ୍କ ମଧ୍ୟରେ ସର୍ବ ପୁରାତନ ସେ ଶୁଭାଂଶୁ ଶୁକ୍ଲାଙ୍କ ସହ-ଯାତ୍ରୀ ଭାବରେ ମନୋନୀତ ହୋଇଛନ୍ତି। ସେ ୨୬ ଅଗଷ୍ଟ ୧୯୭୬ ରେ କେରଳର ଥିରୁଭାଜିୟାଦରେ ଜନ୍ମଗ୍ରହଣ କରିଥିଲେ। ନାୟାର ମଧ୍ୟ ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବ ଛାତ୍ର ।

Read More
{}{}