Hindi News >>Home >>Odisha National-International

Chardham Yatra: ଚାରିଧାମ ଯାତ୍ରା ପାଇଁ ନିର୍ଦ୍ଦେଶାବଳୀ ଜାରି, ଯାତ୍ରା ପୂର୍ବରୁ କରନ୍ତୁ ଏହି ପ୍ରସ୍ତୁତି

ଯଦି ଆପଣ ଚାରିଧାମ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତେବେ, ଅତି କମରେ ୭ ଦିନ ପାଇଁ ଆପଣଙ୍କର ଯାତ୍ରା ନେଇ ଯୋଜନା କରନ୍ତୁ । ପରିବେଶ ଅନୁସାରେ ଆପଣଙ୍କର ଆରାମଦାୟକ ସମୟ ବାଛନ୍ତୁ। ଏଥିସହ ଟ୍ରେକିଂ କରିବା ସମୟରେ ବିରତି ନିଅନ୍ତୁ। ପ୍ରତି ଘଣ୍ଟା ଟ୍ରେକିଂ କିମ୍ବା ପ୍ରତି ୨ ଘଣ୍ଟାରେ ୫ରୁ ୧୦ ମିନିଟ୍ ବିରତି ନିଅନ୍ତୁ।

Advertisement
Chardham Yatra: ଚାରିଧାମ ଯାତ୍ରା ପାଇଁ ନିର୍ଦ୍ଦେଶାବଳୀ ଜାରି, ଯାତ୍ରା ପୂର୍ବରୁ କରନ୍ତୁ ଏହି ପ୍ରସ୍ତୁତି
Soubhagya Ranjan Mishra|Updated: Apr 16, 2025, 06:58 PM IST
Share

Chardham Yatra guidelines: କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀଙ୍କ ଚାରି ଧାମ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ, ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁମାନେ ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣ କରିଛନ୍ତି। ଚାରିଧାମ ଯାତ୍ରାର ସମସ୍ତ ତୀର୍ଥସ୍ଥଳ ହିମାଳୟ ଅଞ୍ଚଳରେ ଅବସ୍ଥିତ । ଏହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୨୭୦୦ ମିଟରରୁ ଅଧିକ। ଏହି ସ୍ଥାନଗୁଡ଼ିକରେ ଯାତ୍ରୀମାନେ ଅତ୍ୟଧିକ ଥଣ୍ଡା, କମ୍ ଆର୍ଦ୍ରତା, ଉଚ୍ଚ ଅଲ୍ଟ୍ରାଭାୟୋଲେଟ୍ ବିକିରଣ, କମ୍ ବାୟୁଚାପ ଏବଂ କମ୍ ଅମ୍ଳଜାନ ପରିମାଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି। ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରତିବର୍ଷ ସରକାରୀ ସ୍ତରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥାଏ ।

ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ବୋର୍ଡ ଦ୍ୱାରା କିଛି ନିର୍ଦ୍ଦେଶାବଳୀ ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଯାତ୍ରା ଆରମ୍ଭ କରିବା ପୂର୍ବରୁ, ପ୍ରତ୍ୟେକ ଶ୍ରଦ୍ଧାଳୁ ସଠିକ୍ ଯୋଜନା ଏବଂ ପ୍ରସ୍ତୁତି କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।

ଯଦି ଆପଣ ଚାରିଧାମ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତେବେ, ଅତି କମରେ ୭ ଦିନ ପାଇଁ ଆପଣଙ୍କର ଯାତ୍ରା ନେଇ ଯୋଜନା କରନ୍ତୁ । ପରିବେଶ ଅନୁସାରେ ଆପଣଙ୍କର ଆରାମଦାୟକ ସମୟ ବାଛନ୍ତୁ। ଏଥିସହ ଟ୍ରେକିଂ କରିବା ସମୟରେ ବିରତି ନିଅନ୍ତୁ। ପ୍ରତି ଘଣ୍ଟା ଟ୍ରେକିଂ କିମ୍ବା ପ୍ରତି ୨ ଘଣ୍ଟାରେ ୫ରୁ ୧୦ ମିନିଟ୍ ବିରତି ନିଅନ୍ତୁ।

କେବଳ ସେତିକି ନୁହେଁ, ଯୋଜନା ଆରମ୍ଭ କରିବା ସମୟରୁ ପ୍ରତିଦିନ ୫ରୁ ୧୦ ମିନିଟ୍ ପାଇଁ ଶ୍ୱାସକ୍ରିୟା ଜନିତ ବ୍ୟାୟାମ କରନ୍ତୁ।  ପ୍ରତିଦିନ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲନ୍ତୁ। ଯଦି ଯାତ୍ରୀଙ୍କ ବୟସ ୫୫ ବର୍ଷରୁ ଅଧିକ କିମ୍ବା ସେ ହୃଦରୋଗ, ଶ୍ୱାସରୋଗ, ଉଚ୍ଚ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ, ତେବେ ଯାତ୍ରା ପୂର୍ବରୁ ନିଜର ଫିଟନେସ୍ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ନିହାତି ଆବଶ୍ୟକ ।

ଯାତ୍ରା କରିବା ସମୟରେ, ଉଲ ସ୍ୱେଟର, ଥର୍ମାଲ୍ସ, ପଫର୍ ଜ୍ୟାକେଟ୍, ଗ୍ଲୋଭସ୍, ମୋଜା ଭଳି ଗରମ ପୋଷାକ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ଏକ ରେନକୋଟ୍ ଏବଂ ଛତା ମଧ୍ୟ ସାଙ୍ଗରେ ନେଇ ଯାଆନ୍ତୁ । ସ୍ୱାସ୍ଥ୍ୟ ଯାଞ୍ଚ ଉପକରଣ ପଲ୍ସ ଅକ୍ସିମିଟର, ଥର୍ମୋମିଟର ଏବଂ
ପୂର୍ବରୁ କୌଣସି ରୋଗ ଥିଲେ ଯାତ୍ରୀମାନେ ସମସ୍ତ ଆବଶ୍ୟକୀୟ ଔଷଧ, ପରୀକ୍ଷା ଉପକରଣ ଏବଂ ଡାକ୍ତରଙ୍କ ନମ୍ବର ନିଜ ପାଖରେ ରଖିବା ଦରକାର ।

ଯାତ୍ରା କରିବା ପୂର୍ବରୁ ପାଣିପାଗ ଖବର ଯାଞ୍ଚ କରିବା ଆବଶ୍ୟକ । ଥଣ୍ଡାରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ଗରମ ପୋଷାକ ବହନ କରିନ୍ତୁ । ଯଦି ଡାକ୍ତର ଆପଣଙ୍କୁ ଯାତ୍ରା ନକରିବାକୁ ପରାମର୍ଶ ଦିଅନ୍ତି ତେବେ ଆପଣ ଯାତ୍ରାରୁ ନିବୃତ ରୁହନ୍ତୁ ।

Also Read- Budhaditya Yoga 2025: ମେଷ ରାଶିରେ ସୂର୍ଯ୍ୟ ବୁଧ ସଂଯୋଗ, ପୂରଣ ହେବ ୫ରାଶିର ସ୍ୱପ୍ନ

Also Read- କାଲି ଆସୁଛନ୍ତି ନୀତିନ ଗଡ଼କରୀ, ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ

Read More
{}{}