Hindi News >>Home >>Odisha National-International

Moscow: ମସ୍କୋ ସହରରେ ଆତଙ୍କୀ ଆକ୍ରମଣ ଘଟଣା, ଏଥିପାଇଁ ନିଜକୁ ଦାୟୀ କଲା...

Moscow Terror Attack Update: ଶୁକ୍ରବାର ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପାଖାପଖି ୬୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ।

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ
Zee Odisha Desk|Updated: Mar 23, 2024, 07:13 AM IST
Share

Moscow Terror Attack Update:ଶୁକ୍ରବାର ବିଳମ୍ବିତ ରାତିରେ ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପାଖାପଖି ୬୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ତେବେ,ଏହି ଗୁଳି ଚାଳନା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇ ନିଜକୁ  ( ISIS takes responsibility) ଦାୟୀ କରିଛି।  

ଏହି ଘଟଣାର କିଛି ଫଟୋ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଉଛି। ଅଗ୍ନିକାଣ୍ଡ ପୂର୍ବରୁ କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଠାରେ ବିସ୍ଫୋରଣ ହୋଇଥିବାର ଖବର ଆସିଛି। କନସର୍ଟ ହଲ ଉପରେ ହୋଇଥିବା ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ଅନେକ ବନ୍ଧୁକଧାରୀ ଅତର୍କିତ ଗୁଳି ମାଡ଼ କରୁଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଉଛନ୍ତି। ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓ ଦର୍ଶାଉଛି ଯେ ରାଇଫଲ ସହିତ ୟୁନିଫର୍ମ ପିନ୍ଧିଥିବା ୩ ଜଣ ବ୍ୟକ୍ତି କନସର୍ଟ ହଲ୍ ଲବି ଠାରେ ଉପସ୍ଥିତ ରହିଥିବା ଲୋକଙ୍କ ଉପରେ ଅତି ନିକଟରୁ ଗୁଳିମାଡ଼ କରୁଛନ୍ତି। ଆକ୍ରମଣ ବେଳେ ହୋଇଥିବା ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଆକ୍ରମଣକାରୀ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ସକ୍ରିୟ ହୋଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାକୁ ନିଆଯାଉଛି।

Read More
{}{}