Home >>Odisha National-International

Internet in Flight: କେତେ ଉଚ୍ଚ ବିମାନ ଉଡ଼ାଣରେ ମିଳିପାରିବ ଇଣ୍ଟରନେଟ

Internet in Flight: କେନ୍ଦ୍ର ସରକାରଙ୍କ  ନୂଆ ନିୟମ ଅନୁସାରେ ଏଣିକି ବିମାନ ଉଡ଼ୁଥିବା ବେଳେ ମଧ୍ୟ ଇଣ୍ଟରନେଟ୍‍ ସୁବିଧା ପାଇପାରିବେ ଯାତ୍ରୀ। ଅର୍ଥାତ୍‍ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନେ ଏଣିକି ଯାତ୍ରୀଙ୍କୁ ଚାହିଁଲେ ମାଗଣାରେ ଓ୍ୱାଇଫାଇ ସେବା ଦେଇପାରିବେ। 

Advertisement
Internet in Flight: କେତେ ଉଚ୍ଚ ବିମାନ ଉଡ଼ାଣରେ ମିଳିପାରିବ ଇଣ୍ଟରନେଟ
Narmada Behera|Updated: Nov 06, 2024, 09:59 AM IST
Share
Internet in Flight:(ଭୁବନେଶ୍ୱର) : କେନ୍ଦ୍ର ସରକାରଙ୍କ  ନୂଆ ନିୟମ ଅନୁସାରେ ଏଣିକି ବିମାନ ଉଡ଼ୁଥିବା ବେଳେ ମଧ୍ୟ ଇଣ୍ଟରନେଟ୍‍ ସୁବିଧା ପାଇପାରିବେ ଯାତ୍ରୀ। ଅର୍ଥାତ୍‍ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନେ ଏଣିକି ଯାତ୍ରୀଙ୍କୁ ଚାହିଁଲେ ମାଗଣାରେ ଓ୍ୱାଇଫାଇ ସେବା ଦେଇପାରିବେ। ଏହି ସେବା ଯୋଗେ ଯାତ୍ରୀମାନେ ସେମାନଙ୍କ ଫୋନ୍‍, ଲାପଟପ୍‍ କିମ୍ବା ଟ୍ୟାବରେ ଇଣ୍ଟରନେଟ ବ୍ରାଉଜ କରିବାର ସୁଯୋଗ ପାଇପାରିବେ। ତେବେ ଜାଣିଛନ୍ତି କି କେତେ ଉଚ୍ଚରେ ବିମାନ ଥିଲେ ଏହି ସେବା ମିଳିବ? ଏହି ନୂଆ ଆଇନରେ କ’ଣ ରହିଛି ବ୍ୟବସ୍ଥା?
 
ଅକ୍ଟୋବର ୨୮ ତାରିଖରେ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏଥିନେଇ ଆବଶ୍ୟକ  ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିମାନ ଓ ଜାହାଜ ଭିତରେ ଯୋଗାଯୋଗ ନିୟମକୁ ସଂଶୋଧନ କରାଯାଇଛି। ଏହି ନିୟମ ଏହା ପୂର୍ବରୁ ୨୦୧୮ ମସିହାରେ ସଂଶୋଧନ କରାଯାଇଥିଲା। ଏହି ନୂଆ ନିୟମ ଅନୁସାରେ ବିମାନ ଭିତରେ ଓ୍ୱାଇଫାଇ ସେବା ଏବେ ବ୍ୟବହାର କରିହେବ। ଏହି ସେବା ଦ୍ୱାରା ଯାତ୍ରୀଙ୍କୁ ନିଜର ଇଲେକ୍ଟ୍ରନିକ ଉପକରଣ ବ୍ୟବହାର କରିବାକୁ ଅନୁମତି ମିଳିବ, କିନ୍ତୁ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚକୁ ବିମାନ ଗଲା ପରେ ହିଁ ଏହି ସେବା ଲାଗି ଅନୁମତି ରହିଛି। 
 
ପୂର୍ବରୁ ଭାରତୀୟ ବିମାନ ସେବାରେ କିଛି ସଂସ୍ଥା ଓ୍ୱାଇଫାଇ ସେବା ପ୍ରଦାନ କରୁଥିଲେ। କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ ସେବା ପ୍ରଦାନକାରୀ ସଂସ୍ଥାର ନେଟ୍‍ଓ୍ୱର୍କ ଲାଗି ଉଦ୍ଦିଷ୍ଟ ଥିଲା। ହେଲେ ଏହି ନୂଆ ନିୟମ ହେବାରୁ ଏବେ ଯାତ୍ରୀ ସେମାନଙ୍କ ଯାତ୍ରା ସମୟରେ ଓଟିଟି ଆପ୍ଲିକେସନ୍‍ଠାରୁ ଆରମ୍ଭ କରି ଅନ୍ୟ ଭିଡିଓ ଏବଂ ମ୍ୟୁଜିକ୍‍ ମଧ୍ୟ ଇଣ୍ଟରନେଟ୍‍ରେ ଦେଖିପାରିବେ ବା ଶୁଣିପାରିବେ। ଏହାଦ୍ୱାରା ସେମାନଙ୍କ ଯାତ୍ରା ସମୟ ଅଧିକ ଉପଭୋଗ୍ୟ ହୋଇପାରିବ।
ହେଲେ ଏହି ସେବା ପାଇଁ କଟକଣା ରହିଛି। ୨୦୧୮ ସଂଶୋଧନ ଆଇନ ଅନୁସାରେ ଯେମିତି ବିମାନ ଉଡ଼ାଣ ବା ଅବତରଣ ଆରମ୍ଭ ସମୟରେ ସେବାକୁ ବ୍ୟବହାର କରାଯାଇପାରିବ ନାହିଁ। ଏହା ବିମାନ ଚଳାଚଳ ସମୟରେ ଉପଗ୍ରହ ସଙ୍କେତ ଆଦାନ ପ୍ରଦାନରେ ଅସୁବିଧା ନ କରାଇବା ଲାଗି ଏ ବ୍ୟବସ୍ଥା କରାଯାଇଛି। 
 
ନୂଆ ସଂଶୋଧିତ ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଉଡ଼ାଣ ଉଚ୍ଚତା ହାସଲ ପରେ ହିଁ ଇଲେକ୍ଟ୍ରନିକ ଉପକରଣ ଗୁଡ଼ିକର ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି।   ଏହି ଉଚ୍ଚତାକୁ  ସମୁଦ୍ରପତ୍ତନଠାରୁ ୩ହଜାର ମିଟର ଉଚ୍ଚରେ ନିର୍ଦ୍ଧାରଣ କରାଯାଇଛି।  ଏହି ଉଚ୍ଚତା ମଧ୍‍ୟରେ ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ସଙ୍କେତ ତରଙ୍ଗ ପ୍ରବାହିତ ହେଉଥାଏ। ଏଣୁ ଏହା ଯେମିତି ବାଧା ନପାଇବ ସେ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‍ ବିମାନଯାତ୍ରା ଥରେ ବିମାନ ୩ହଜାର ମିଟର ଉପରକୁ ଗଲେ ଆରାମରେ  ଓ୍ୱାଇଫାଇ ସେବାକୁ ବ୍ୟବହାର କରି ମନୋରଞ୍ଜନ ଭିଡିଓ ବା ଅଡିଓ ବ୍ୟବହାର କରିପାରିବେ।    ୩ ହଜାର ମିଟରରୁ କମ୍‍ ଉଚ୍ଚରେ ବିମାନ ଉଡ଼ିଲାବେଳେ ଏହି ଉପକରଣଗୁଡ଼ିକର ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ। 
 
୨୦୧୮ର ସଂଶୋଧନରେ ଏହି ବ୍ୟବସ୍ଥା କରାଯାଇଥିଲା। ସେତେବଳେ ଉପଗ୍ରହ ମୋବାଇଲ ସେବା ବା ଅନ୍ୟ ଉପଗ୍ରହ ସଙ୍କେତକୁ ହାନୀ ନ ପହଞ୍ଚାଇବା ଲାଗି ୩ ହଜାର ମିଟର ଉପରେ ମୋବାଇଲ୍‍ ବ୍ୟବହାର ଲାଗି ଅନୁମତି ରହିଥିଲା। ଏବେ ଏହି ନିର୍ଦ୍ଧାରିତ ଉଚ୍ଚତା ଭିତରେ ଓ୍ୱାଇଫାଇ ସେବା ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଛି ଯୋଗାଯୋଗ ମନ୍ତ୍ରଣାଳୟ।  ଏବେ ଭିସ୍ତାରା ନିଜର ବିମାନ ଭିତରେ କ୍ଲବ୍‍ ଭିସ୍ତାରା ସଦସ୍ୟମାନଙ୍କ ଲାଗି ମାଗଣାରେ ଓ୍ୱାଇଫାଇ ସେବା ପ୍ରଦାନ
 
 
 
 
Read More
{}{}