Home >>Odisha National-International

IPL 2025 Final: ଆଜି ଫାଇନାଲ: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଉଭୟ ଦଳ

ଅହମ୍ମଦାବାଦ:ଆଇପିଏଲର ୧୮ତମ ସିଜିନର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ମଙ୍ଗଳବାର ଜୁନ୍ ୩ ତାରିଖରେ ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ପାଇଁ ଉଭୟ ଦଳ ପ୍ରସ୍ତୁତ। ଶ୍ରେୟସ ଆୟର ପାଞ୍ଚ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ୍ ଦଳକୁ ଫାଇନାଲରେ

Advertisement
IPL  2025 Final: ଆଜି ଫାଇନାଲ: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଉଭୟ ଦଳ
Prabhudatta Moharana|Updated: Jun 03, 2025, 09:55 AM IST
Share

IPL 2025 Final: ଅହମ୍ମଦାବାଦ:ଆଇପିଏଲର ୧୮ତମ ସିଜିନର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ମଙ୍ଗଳବାର ଜୁନ୍ ୩ ତାରିଖରେ ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ପାଇଁ ଉଭୟ ଦଳ ପ୍ରସ୍ତୁତ। ଶ୍ରେୟସ ଆୟର ପାଞ୍ଚ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ୍ ଦଳକୁ ଫାଇନାଲରେ ପହଞ୍ଚାଇଥିବା ବେଳେ, ପ୍ରଥମ ଥର ପାଇଁ ଅଧିନାୟକତ୍ୱ କରୁଥିବା ରଜତ ପାଟିଦାର ସମସ୍ତ ଦୂର ମ୍ୟାଚ୍ ଜିତି ଆରସିବିକୁ ଫାଇନାଲରେ ପହଞ୍ଚାଇଛନ୍ତି। ଉଭୟ ଦଳ ଏବେ ନିଜର ପ୍ରଥମ  ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। 

ପୂର୍ବ ରେକର୍ଡ ଉପରେ ନଜର ପକାଇଲେ ୧୭ ବର୍ଷର ଆଇପିଏଲ୍ ଇତିହାସରେ ପଞ୍ଜାବ ଦ୍ଵିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ୨୦୧୪ରେ ଫାଇନାଲ୍ ଖେଳି କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା ପଞ୍ଜାବ ଏକାଦଶ । ୨୦୦୯, ୨୦୧୧ ଓ ୨୦୧୬ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି। ଉଭୟ ଦଳ ପୂର୍ବରୁ କେବେ ଚାମ୍ପିଅନ୍ ହୋଇ ନାହାନ୍ତି। ଲିଗ୍ ଓ ପ୍ଲେ-ଅପ୍‌ରେ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସର ବାଙ୍ଗାଲୋରର ପଲା ଭାରି ମନେ ହେଉଛି। କିନ୍ତୁ ପଞ୍ଜାବ କିଙ୍ଗ୍‌ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତିବଦ୍ଧ।

ମ୍ୟାଚ୍ ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରଜତ ପାଟିଦାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, "ଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବିଜୟର ଅର୍ଥ ବହୁତ, ବିଶେଷକରି ତାଙ୍କ ଏବଂ ପ୍ରଶଂସକମାନଙ୍କ ପାଇଁ।" ଏହି ସମୟରେ, ସେ ପଞ୍ଜାବ କିଙ୍ଗ୍ସର ଚ୍ୟାଲେଞ୍ଜ ବିଷୟରେ କହିଥିଲେ, "ଫାଇନାଲ୍‌ରେ ନୂତନ ପରିସ୍ଥିତିରେ ପୁଣି ଥରେ ଆୟରଙ୍କ ସାମ୍ନା କରିବା ଏକ ଭଲ ସଂଯୋଗ। ଆମେ ଏହି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

ଏଠାରେ କହି ରଖୁଛୁ ଯେ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାନସିକ ସ୍ତରରେ ପଞ୍ଜାବ କିଙ୍ଗ୍ସ ଉପରେ ପ୍ରଭାବ ରହିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇଥିବା କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଜାବକୁ ୮ ୱିକେଟରେ ପରାସ୍ତ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ତଥାପି, ଫାଇନାଲକୁ ବିଚାରକୁ ନେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୌଣସି ପ୍ରକାରେ ପଞ୍ଜାବ କିଙ୍ଗ୍ସକୁ ହାଲୁକା ଭାବରେ ନେବାକୁ ଚାହିଁବ ନାହିଁ।

କିପରି ରହିବ ପାଣିପାଗ
AccuWeather ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ୬୬ ପ୍ରତିଶତ ରହିଛି। ଯାହା ଉଭୟ ଦଳ ଏବଂ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଫାଇନାଲକୁ ନେଇ ଚିନ୍ତାର କାରଣ ପାଲଟିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ପାଖାପାଖି ରହିବାର ସମ୍ଭାବନା ଅଛି।  ଆର୍ଦ୍ରତା ସ୍ତର ମଧ୍ୟ ଅଧିକ ରହିବ। ତଥାପି, ସନ୍ଧ୍ୟା ସୁଦ୍ଧା ପାଗରେ ଉନ୍ନତି ହେବାର ଆଶା କରାଯାଉଛି। ବର୍ଷା ହେବାର ସମ୍ଭାବନା ମାତ୍ର ୫ ପ୍ରତିଶତକୁ ହ୍ରାସ ପାଇବ। ଏହା ସତ୍ତ୍ୱେ ୩୩ ପ୍ରତିଶତ ମେଘ ଆଚ୍ଛାଦନ ଉଭୟ ଦଳକୁ ଚିନ୍ତିତ କରିପାରେ। ଏହି ସମୟରେ IPL ଫାଇନାଲର ସର୍ତ୍ତାବଳୀ ଅନୁଯାୟୀ ଖେଳ ସମୟରେ ଅତିରିକ୍ତ ଏକ ଘଣ୍ଟା ଅବଧି ୧୨୦ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଫାଇନାଲରେ ଏକ ରିଜର୍ଭ ଡେ ରଖିବା ପ୍ରତିଯୋଗିତାକୁ ସମାପ୍ତ କରିବାର ପଦକ୍ଷେପ।

Read More
{}{}