Home >>Odisha National-International

Israel Bans Antonio Guterres: ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଇସ୍ରାଏଲ

Israel Bans Antonio Guterres: ମିଳିତ ଜାତିସଂଘର ଇତିହାସ ଉପରେ ଇସ୍ରାଏଲ୍ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ଙ୍କୁ ଏକ ଦାଗ ବୋଲି କହିଛି। ଇସ୍ରାଏଲ ନିଜ ଦେଶ ଭିତରକୁ ପ୍ରବେଶ କରିବା ଉପରେ ଗୁଟେରସଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି।  

Advertisement
Israel Bans Antonio Guterres
Israel Bans Antonio Guterres
Jagdish Barik|Updated: Oct 02, 2024, 06:01 PM IST
Share

Israel Bans Antonio Guterres: ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଜାତିସଂଘ ମୁଖ୍ୟଙ୍କୁ ଇସ୍ରାଏଲ ବିରୁଦ୍ଧରେ ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ଦେଶ ଭିତରକୁ ପସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କହିଛନ୍ତି ଜାତିସଂଘର ମୁଖ୍ୟଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ବୈଦେଶିକ ମନ୍ତ୍ରୀ ବୁଧବାର ଦିନ କହିଛନ୍ତି ଯେ ସେ ଜାତିସଂଘର ମହାସଚିବଙ୍କୁ ଇସ୍ରାଏଲରେ ପ୍ରବେଶ କରିବାକୁ ବ୍ୟାନ୍ କରୁଛି।

ଇସ୍ରାଏଲର  ବୈଦେଶିକ ମନ୍ତ୍ରୀ କାଟଜ କହିଛନ୍ତି ଯେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ ମଧ୍ୟରେ ପର୍ସନା ନନ୍ ଗ୍ରାଟା (ଅବାଞ୍ଚିତ ବ୍ୟକ୍ତି) ଘୋଷିତ କରାଯାଇଛି। ଏଥିସହ ତାଙ୍କୁ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଇସ୍ରାଏଲ ଗୁଟେରସଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲା ଇସ୍ରାଏଲ୍?
କାଟଜ କହିଛନ୍ତି ଯେ 'ଯିଏ ଇରାନର ଇସ୍ରାଏଲ ଉପରେ ହୋଇଥିବା ଅପରାଧିକ ଆକ୍ରମଣକୁ ଏକତରଫା ଭାବେ ନିନ୍ଦା କରିବାରେ ଅସମର୍ଥ, ସେ ଇସ୍ରାଏଲ୍ ମାଟିରେ ପାଦ ଦେବା ଯୋଗ୍ୟ ନୁହେଁ। ଏହାର ଅର୍ଥ ସେକ୍ରେଟେରୀ ଜେନେରାଲ୍ ଯିଏ ଇସ୍ରାଏଲକୁ ଘୃଣା କରନ୍ତି, ଯିଏ ଆତଙ୍କବାଦୀ, ଦୁଷ୍କର୍ମୀ ଓ ହତ୍ୟାକାରୀଙ୍କୁ ସମର୍ଥନ କରନ୍ତି। ମିଳିତ ଜାତିସଂଘର ଇତିହାସରେ ଗୁଟେରସ୍ଙ୍କୁ ଏକ ଦାଗ ଭାବରେ ସ୍ମରଣ କରାଯିବଷ ଇସ୍ରାଏଲ ବିଶ୍ୱାସ କରେ ଯେ ମିଳିତ ଜାତିସଂଘର ବର୍ତ୍ତମାନର ସେକ୍ରେଟେରୀ ଜେନେରାଲ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି।

ଗୁଟେରସ୍ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି
ବାସ୍ତବରେ ଏହି ନିଷ୍ପତ୍ତି ଇସ୍ରାଏଲ୍ ଦ୍ୱାରା ନିଆଯାଇଛି ଯେଉଁ ସମୟରେ ଇରାନ ଇସ୍ରାଏଲ ଉପରେ ବହୁ ସଂଖ୍ୟକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ପାଲେଷ୍ଟାଇନରେ ମଧ୍ୟ ମିଳିତ ଜାତିସଂଘ ସବୁବେଳେ ପାଲେଷ୍ଟାଇନୀୟମାନଙ୍କ ସ୍ୱାର୍ଥ ବିଷୟରେ କଥାବାର୍ତ୍ତା କରିଆସୁଛି। ଏହା ସହିତ ସେମାନଙ୍କୁ ମାନବିକ ସହାୟତା ଯୋଗାଇବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉଛି। ଇରାନ ଆକ୍ରମଣ ପରେ ଇସ୍ରୋକୁ ସମର୍ଥନ ନକରିବାରୁ ଇସ୍ରୋ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍ କରିଛି।

Read More
{}{}