Hindi News >>Home >>Odisha National-International

UNHRC: ଜାତିସଂଘ ମାନବାଧିକାର ପରିଷଦରୁ ଓହରିଲା ଇସ୍ରାଏଲ, ଆମେରିକାର ରାସ୍ତା ଆପଣାଇଲା

UNHRC: ଯୁକ୍ତରାଷ୍ଟ୍ର ଆମେରିକାର ରାସ୍ତା ଆପଣାଇଛି ଇସ୍ରାଏଲ୍‍। ଆମେରିକାର ପଦକ୍ଷେପକୁ ସମର୍ଥନ କରି ଜାତିସଂଘ ମାନବାଧିକାର ପରିଷଦରୁ ଓହରିଛି ଇସ୍ରାଏଲ। ଏନେଇ ଇସ୍ରାଏଲ୍‍ ରାଷ୍ଟ୍ରର ବୈଦେଶିକ ମନ୍ତ୍ର୍ରୀ ଗିଡିଅନ୍‍ ସାର ଘୋଷଣା କରିଛନ୍ତି।   

Advertisement
 UNHRC: ଜାତିସଂଘ ମାନବାଧିକାର ପରିଷଦରୁ ଓହରିଲା ଇସ୍ରାଏଲ, ଆମେରିକାର ରାସ୍ତା ଆପଣାଇଲା
Narmada Behera|Updated: Feb 06, 2025, 09:33 AM IST
Share

UNHRC: ଯୁକ୍ତରାଷ୍ଟ୍ର ଆମେରିକାର ରାସ୍ତା ଆପଣାଇଛି ଇସ୍ରାଏଲ୍‍। ଆମେରିକାର ପଦକ୍ଷେପକୁ ସମର୍ଥନ କରି ଜାତିସଂଘ ମାନବାଧିକାର ପରିଷଦରୁ ଓହରିଛି ଇସ୍ରାଏଲ। ଏନେଇ ଇସ୍ରାଏଲ୍‍ ରାଷ୍ଟ୍ରର ବୈଦେଶିକ ମନ୍ତ୍ର୍ରୀ ଗିଡିଅନ୍‍ ସାର ଘୋଷଣା କରିଛନ୍ତି। 

ଏକ ସୋଶାଲ୍‍ ମିଡିଆ ପୋଷ୍ଟରେ ସାର କହିଛନ୍ତି, ଇସ୍ରାଏଲ୍‍ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ସ୍ୱାଗତ କରୁଛି। ଏହାସହ ଆମେରିକା ସହ ସ୍ୱର ମିଳାଇ ଇସ୍ରାଏଲ୍‍ ମଧ୍ୟ ଜାତିସଂଘ ମାନବାଧିକାର ପରିଷଦରେ ରହିବ ନାହିଁ। ସେ କହିଛନ୍ତି ଏହି ପରିଷଦ କିଛି ପାରମ୍ପରିକ ଭାବେ ମାନବାଧିକାର ଉଲ୍ଲଂଘନକାରୀଙ୍କ ଦ୍ୱାରା କବଳିତ ରହିଛି। ସେମାନେ ଲୁଚିବା ଲାଗି ଏହି ସଂଗଠନକୁ ବ୍ୟବହାର କରୁଛନ୍ତି। ଏହି ସଂଗଠନ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକୁ ଆକ୍ରମଣ କରିବାରେ ନିୟୋଜିତ ରହିଛି। ମାନବାଧିକାର ବଦଳରେ ଏହି ସଂଗଠନ ଇହୁଦୀମାନଙ୍କ ବିରୁଦ୍ଧରେ ରହିଥିବା କହିଛନ୍ତି ସାର। 

ଇସ୍ରାଏଲ୍‍ ବିରୁଦ୍ଧରେ ଥିବା ଭେଦଭାବକୁ ବର୍ଣ୍ଣନା କରିବା ସହ ସେ କହିଛନ୍ତି, ଏହି ସଂଗଠନ ପାଖରେ ୧୦୦ରୁ ଅଧିକ ନିନ୍ଦା ପ୍ରସ୍ତାବ ପଡ଼ି ରହିଛି, ଯାହା ଇସ୍ରାଏଲ୍‍ ପାରିତ କରି ପରିଷଦକୁ ପଠାଇଛି। ଏହି ପ୍ରସ୍ତାବଗୁଡ଼ିକ ଭିତରୁ ଅନେକ କ୍ୟୁବା, ଉତ୍ତର କୋରିଆ, ଭେନେଜୁଏଲା ଏବଂ ଇରାନ୍‍ ବିପକ୍ଷରେ ରହିଛି। ଏଣୁ ଇସ୍ରାଏଲ୍‍ ଏହି ଭେଦଭାବକୁ ଆଉ ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି।

Read More
{}{}