Hindi News >>Home >>Odisha National-International

'ମୋ ଟଙ୍କା ନୁହେଁ, ଏହା ...', ୩୫୦ କୋଟିରୁ ଅଧିକ ଟଙ୍କା ରେଡ୍ ମାମଲାରେ ଧୀରଜ ସାହୁ ଦେଲେ ପ୍ରଥମ ପ୍ରତିକ୍ରିୟା

Dhiraj Sahu On IT Raid: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ରେଡ୍ ସମୟରେ ମିଳିଥିବା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ନେଇ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ।   

Advertisement
Dhiraj Sahu On IT Raid
Dhiraj Sahu On IT Raid
Jagdish Barik|Updated: Dec 15, 2023, 10:30 PM IST
Share

Dhiraj Sahu On Income Tax Raid: ଆୟକର ବିଭାଗ ରେଡ୍ ରେ ଉଦ୍ଧାର ହୋଇଥିବା ୩୫୩ କୋଟି ଟଙ୍କା ନେଇ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଏହି ଟଙ୍କା ତାଙ୍କ ଫାର୍ମର ବୋଲି ସେ ସ୍ୱୀକାର କରିଛନ୍ତି । କହିରଖୁଛୁ ଯେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ନିକଟରେ ହୋଇଥିବା ଆଇଟି ରେଡ୍ ରେ ୩୫୩ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି । ଏହା ଉପରେ ପ୍ରଥମ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ଅନେକ କଥା ସ୍ପଷ୍ଟ କରିଛନ୍ତି ।

କ’ଣ କହିଛନ୍ତି ଧୀରଜ ସାହୁ?
ରାଜ୍ୟସଭା ସାଂସଦ ଧୀରଜ ସାହୁ କହିଛନ୍ତି, "ଆଜି ଯାହା ଘଟୁଛି ତାହା ମୋତେ ଦୁଃଖ ଦେଉଛି । ମୁଁ ସ୍ୱିକାର ରିପାରିବି ଯେ ଋକଭରି ହୋଇଥିବା ଟଙ୍କା ମୋ ଫାର୍ମର ଅଟେ ... ରେଡ୍ ହୋଇଥିବା ଟଙ୍କା ମୋର ମଦ ସଂସ୍ଥାଗୁଡ଼ିକର ଅଟେ । ଏହା ମଦ ବିକ୍ରୟ ସହ ଜଡିତ । ଏହି ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହିତ କୌଣସି ସମ୍ପର୍କ ନାହିଁ ।"

ନିଜ କଥା ସ୍ପଷ୍ଟ କରି ଧୀରଜ ସାହୁ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ଟଙ୍କା ମୋର ନୁହେଁ, ଏହା ମୋର ପରିବାର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସଂସ୍ଥାଗୁଡ଼ିକର ଅଟେ ... ବର୍ତ୍ତମାନ ଇନକମ ଟ୍ୟାକ୍ସ ଚଢ଼ାଉ ଜାରି ରହିଛି, ମୁଁ ସବୁକିଛି ହିସାବ ଦେବି ।

ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଟାର୍ଗେଟ 
ଏହି ଚଢାଉରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ କହିଛନ୍ତି, "ଦେଶବାସୀ ଏହି ନୋଟଗୁଡିକର ଗଦାକୁ ଦେଖିବା ଉଚିତ ଓ ତା’ପରେ ସେମାନଙ୍କ ନେତାଙ୍କ ସଚ୍ଚୋଟତାର 'ଭାଷଣ' ଶୁଣିବା ଉଚିତ୍ । ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡ଼ିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।"

Read More
{}{}