Hindi News >>Home >>Odisha National-International

Kamala Harris : ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ

Kamala Harris Is Democratic Candidate For US Election : ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ। ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି।

Advertisement
US President
US President
Zee Odisha Desk|Updated: Aug 03, 2024, 10:34 AM IST
Share

US Election : ଇତିହାସ ରଚିଲେ କମଲା ହାରିସ।ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି।ଶାସକ ଡେମୋକ୍ରାଟିକ୍ ପାର୍ଟି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ଏବେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଟକ୍କର ଦେବେ।

ଶୁକ୍ରବାର ଦିନ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ କମ୍‌ଲା ହାରିସଙ୍କ ନାଁ ବହୁମତ ସହ ଅନୁମୋଦନ ହୋଇଛି। ଦୀର୍ଘ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଭୋଟ ଦେଇଥିବାବେଳେ ହାରିସ୍‌ ଜଣେମାତ୍ର ପ୍ରାର୍ଥୀ ଥିଲେ।  ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଅଧିକାରୀମାନେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ସେ ଆସନ୍ତା ସପ୍ତାହରେ ନିଜ ନାମାଙ୍କନ ଦାଖଲ କରିବେ। 

୫ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଭୋଟ ଦେଇଥିଲେ। କମ୍‌ଲା ହାରିସ୍‌ ଜଣେ ମାତ୍ର ପ୍ରାର୍ଥୀ ଥିଲେ। ଫଳରେ ସେ ନିର୍ବିରୋଧ ଭାବେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି।ଏନେଇ ୫୯ ବର୍ଷୀୟା ହାରିସ୍‌ ଖୁସିବ୍ୟକ୍ତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀ ହେବାର ସଫଳତା ପାଇବା ସହ କମ୍‌ଲା ହାରିସ ଇତିହାସ ରଚିଛନ୍ତି। ସେ ହେଉଛନ୍ତି ଭାରତୀୟ-ଆଫ୍ରିକୀୟ ବଂଶୋଦ୍ଭବର ପ୍ରଥମ ମହିଳା ଯିଏକି ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଛନ୍ତି। ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କମଲା ହାରିସ୍ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ।

ପ୍ରକାଶଥାଉ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଶାରୀରିକ ଅକ୍ଷମତା ଓ ମତିଭ୍ରମ ପାଇଁ ଜୁଲାଇ ୨୧ରେ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱରୁ ଓହରିଯାଇଥିଲେ। ଏଥିସହ ସେ ହାରିସ୍‌ଙ୍କୁ ସିମର୍ଥନ ଜଣାଇଥିଲେ।

Read More
{}{}