Hindi News >>Home >>Odisha National-International

Jagdeep Dhankar Mimicry Row: ମିମିକ୍ରି ବିବାଦକୁ ନେଇ ମୁହଁ ଖୋଲିଲେ ମମତା, କହିଲେ...

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମିମିକ୍ରି ବା ନକଲ କରିବା ପରେ ଏହି ବିବାଦ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିଥିବା ବେଳେ ବିରୋଧୀ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାରେ ବ୍ୟସ୍ତ ଅଛନ୍ତି।&nb

Advertisement
Jagdeep Dhankar Mimicry Row: ମିମିକ୍ରି ବିବାଦକୁ ନେଇ ମୁହଁ ଖୋଲିଲେ ମମତା, କହିଲେ...
Zee Odisha Desk|Updated: Dec 20, 2023, 05:09 PM IST
Share

Jagdeep Dhankar Mimicry Row: ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମିମିକ୍ରି ବା ନକଲ କରିବା ପରେ ଏହି ବିବାଦ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିଥିବା ବେଳେ ବିରୋଧୀ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାରେ ବ୍ୟସ୍ତ ଅଛନ୍ତି। 

ବିବାଦକୁ ନେଇ କଣ କହିଲେ ମମତା
ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମିମିକ୍ରି ବିବାଦ ଉପରେ ଏକ ପ୍ରଶ୍ନ ପଚରା ଯାଇଥିଲା, ସେ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀ ଏହି ଭିଡିଓ ରେକର୍ଡ କରିନାହାଁନ୍ତି, ତେବେ ଆପଣ ଜାଣି ନଥାନ୍ତେ। ଏଥି ସହିତ ଯେତେବେଳେ ମମତାଙ୍କୁ ମିମିକ୍ରିକୁ ସମର୍ଥନ କରନ୍ତି କି ବୋଲି ପଚରାଯିବାରୁ ସେ କହିଥିଲେ ଯେ ବଙ୍ଗଳା ବ୍ୟତୀତ ସେ ଅନ୍ୟ କୌଣସି ପ୍ରସଙ୍ଗରେ ମନ୍ତବ୍ୟ ଦେବେ ନାହିଁ।

 

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା
ସୂଚନାଯୋଗ୍ୟ ଯେ ଆଜି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଆମ ସାଂସଦଙ୍କ ସମେତ ଦଶ ଜଣିଆ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ମୁଁ ତାଙ୍କୁ ଅନୁରୋଧ କରିଥିଲି ଯେ ରାଜ୍ୟ ହେତୁ ଏହି ଅର୍ଥ ମୁକ୍ତ କରନ୍ତୁ। ଏହା ଉପରେ ସେ କହିଛନ୍ତି ଯେ କେନ୍ଦ୍ର ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହେବ।

ସେପଟେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ମିମିକ୍ରିକୁ ଏକ କଳା ବୋଲି କହିଛନ୍ତି। ସେ କହିଥିଲେ ଯେ କେହି କହି ନାହାଁନ୍ତି ଯେ ଏହି ମିମିକ୍ରି ଧନଖଡ଼ ଜୀଙ୍କର ଅଟେ... ଜାତି ବିଷୟରେ କଥାବାର୍ତ୍ତା କରିବା ପାଇଁ ଏତେ ଉଚ୍ଚ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ପାଇଁ ଏହା ଠିକ୍ କି? ଏହି ସମୟରେ ଶିବସେନା (ସିନ୍ଦେ) ନେତା ଜ୍ୟୋତି ୱାଘମାରେ କହିଛନ୍ତି ଯେ କ୍ଷମା ନ ମାଗିବା ପର୍ଯ୍ୟନ୍ତ କଲ୍ୟାଣ ବାନାର୍ଜୀଙ୍କୁ ମହାରାଷ୍ଟ୍ର ପ୍ରବେଶ କରିବାକୁ ଦିଆଯିବ ନାହିଁ।

ସେହିପରି ଏହି ମାମଲାରେ ନିଜର ସଫେଇରେ କଲ୍ୟାଣ ବାନାର୍ଜୀ କହିଛନ୍ତି କି ମିମିକ୍ରି ବିବାଦ ଉପରେ ସ୍ପଷ୍ଟ କରି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ସମସ୍ତ ଲୋକଙ୍କୁ ମୁଁ ବହୁତ ସମ୍ମାନ କରେ। ଉପରାଷ୍ଟ୍ରପତିଙ୍କୁ ଏଭଳି ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକସଭାରେ ମିମିକ୍ରି କରିଛନ୍ତି। 

ଏହି ମାମଲାରେ ଉପରାଷ୍ଟ୍ରପତି ଜଗଦୀପ ଧନଖେଡ଼ କହିଛନ୍ତି କି ମୁଁ ଭାରତର ଉପରାଷ୍ଟ୍ରପତି ତଥା କୃଷକ ସମ୍ପ୍ରଦାୟର ଅପମାନକୁ ସହ୍ୟ କରିପାରିବି ନାହିଁ। ଏହି ସମ୍ମାନଜନକ ସାମ୍ବିଧାନିକ ପଦର ଅପମାନକୁ ଏଭଳି ଭାବେ ମୁଁ କଦାପି ବରଦାସ୍ତ କରିପାରିବି ନାହିଁ। ଏହି ଗୃହର ସମ୍ମାନ ରକ୍ଷା କରିବା ମୋର କର୍ତ୍ତବ୍ୟ ବୋଲି ସେ କହିଥିଲେ। 

Read More
{}{}