Hindi News >>Home >>Odisha National-International

Jammu Kashmir: ଆତଙ୍କୀ ହମଲା ପରେ ପୁଂଚରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

Jammu kashmir: ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ପରେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରାଯାଇଛି । ଆତଙ୍କବାଦୀମାନେ ଅପରେସନ୍ ପାଇଁ ଯାଉଥିବା ଯବାନଙ୍କ ଗାଡି଼ ଉପରକୁ ଆକ୍ରମଣ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ଯବାନ ସହିଦ ହୋଇଥିଲେ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 23, 2023, 11:17 AM IST
Share

Jammu kashmir Internet Ban: ଜମ୍ମୁ କାଶ୍ମୀର ପୁଂଚ ଜିଲ୍ଲାରେ ଆତଙ୍କୀ ହମଲା ପରେ ସଜାଗ ରହିଛି ଏଜେନ୍ସି। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ପରେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରାଯାଇଛି । ଆତଙ୍କବାଦୀମାନେ ଅପରେସନ୍ ପାଇଁ ଯାଉଥିବା ଯବାନଙ୍କ ଗାଡି଼ ଉପରକୁ ଆକ୍ରମଣ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ଯବାନ ସହିଦ ହୋଇଥିଲେ।

ଏହି ଭୟଙ୍କର ଆତଙ୍କୀ ହମଲା ପରେ ଉକ୍ତ ସ୍ଥାନରେ ଅପରେସନ୍ ଜାରି ରହିଛି । ଆତଙ୍କବାଦୀମାନେ ଭର୍ଚୁଆଲ୍ ନମ୍ବର ବ୍ୟବହାର କରିବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ଯାହା ସୁରକ୍ଷା ବାହିନୀ ଚିନ୍ତା ବଢାଇଥିଲା । ଏହି କାରଣରୁ ରଜୌରୀ ଓ ପୁଂଚ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଯାହା ଫଳରେ ବିନା ଇଣ୍ଟରନେଟ୍ ରେ ଆତଙ୍କବାଦୀମାନେ କୌଣସି କାର୍ଯ୍ୟ କରିବା ନେଇ ସକ୍ଷମ ହେବେ ନାହିଁ ଓ ସେମାନଙ୍କୁ କାବୁ କରିବା ସହଜ ହେବ। ଆତଙ୍କବାଦୀମାନେ ଏହି ଆକ୍ରମଣ ନେଇ ଗତ ୨ ମାସ ପୂର୍ବରୁ ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଥିବା ସୂଚନା ମିଳିଛି। ଏହା ବ୍ୟତୀତ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କବାଦୀଙ୍କୁ ଏହି ଆକ୍ରମଣରେ ସାହାଯ୍ୟ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନ ସମୟରେ ସେନାର ଦୁଇଟି ଗାଡି଼ ଉପରକୁ ଜମ୍ମୁ କାଶ୍ମୀର ରଜୌରୀଠାରେ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ । ଏହା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା କରଯାଇଥିଲା । ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ସମୟରେ ୨ ଜଣ ଯବାନ ସହିଦ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିବା କୁହାଯାଉଛି। ଏହାପରେ ପୁରା ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।

Also Read-Farmers Day 2023: ଭାରତ ବ୍ୟତୀତ ଆଉ କେଉଁ ଦେଶରେ ପାଳନ କରାଯାଏ କୃଷକ ଦିବସ?

ପ୍ରକାଶ ଥାଉ କି, ବୁଧବାର ସନ୍ଧ୍ୟାରୁ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ସେନା ପକ୍ଷରୁ ଆତଙ୍କବାଦୀ ନିପାତ ଅପରେସନ୍ ଆରମ୍ଭ ହୋଇଥିଲା । ଗତ ମାସରେ ମଧ୍ୟ ରଜୌରୀ ଜିଲ୍ଲାର କାଲାକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ କ୍ୟାପ୍ଟେନଙ୍କ ସହ ୨ ଜଣ ଯବାନ ସହିଦ ହୋଇଥିଲେ ।

 

Read More
{}{}