Hindi News >>Home >>Odisha National-International

Jharkhand Election: ଗ୍ୟାସ ସିଲିଣ୍ଡର ଫ୍ରି, ଜାଣନ୍ତୁ ବିଜେପିର ସଂକଳ୍ପପତ୍ରରେ ଆଉ କଣ ରହିଛି ପ୍ରତିଶ୍ରୁତି?

Jharkhand Election:  ଝାଡ଼ଖଣ୍ଡ ବାସୀଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ ସେମାନେ ଦୁର୍ନୀତିରେ ପରିପୂର୍ଣ୍ଣ ସରକାର ଚାହୁଁଛନ୍ତି ନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଚାହୁଁଛନ୍ତି। ଅନୁପ୍ରବେଶ କୁ ଅନୁମତି ଦେଇ ଝାଡ଼ଖଣ୍ଡର ଗୌରବ, ଜମି ଓ ମହିଳାଙ୍କୁ ବିପଦରେ ପକାଇବା ଭଳି ସରକାର ଚାହୁଁଛନ୍ତି ନା ସୀମା ସୁରକ୍ଷା କରୁଥିବା ଭାରତୀୟ ଜନତା ପାର୍ଟି ସରକାର ଚାହୁଁଛନ୍ତି?  

Advertisement
Jharkhand Election: ଗ୍ୟାସ ସିଲିଣ୍ଡର ଫ୍ରି, ଜାଣନ୍ତୁ ବିଜେପିର ସଂକଳ୍ପପତ୍ରରେ ଆଉ କଣ ରହିଛି ପ୍ରତିଶ୍ରୁତି?
Rashmita Sahoo|Updated: Nov 03, 2024, 01:52 PM IST
Share

Jharkhand Election: ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (BJP) ନିଜର ଇସ୍ତାହାର ଜାରି କରିଛି। ବିଜେପିର ଇସ୍ତାହାରରେ ଦୀପାବଳି ଓ ରାକ୍ଷୀ ପୂର୍ଣ୍ଣିମାରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳର ଇସ୍ତାହାର ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ରାଞ୍ଚିରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସଞ୍ଜୟ ସେଠ୍ ଏବଂ ବିଜେପି ଝାଡ଼ଖଣ୍ଡ ସଭାପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିଥିଲେ। ଇସ୍ତାହାର ଉନ୍ମୋଚନ କରି ଅମିତ ଶାହା କହିଛନ୍ତି ଯେ ଝାଡ଼ଖଣ୍ଡର ଏହି ନିର୍ବାଚନ କେବଳ ସରକାର ବଦଳାଇବା ପାଇଁ ନୁହେଁ, ବରଂ ଝାଡ଼ଖଣ୍ଡର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ।

ସଂକଳ୍ପ ପତ୍ରରେ କ'ଣ ଘୋଷଣା କରାଯାଇଛି?
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗୋଗୋ ଦିଦି ଯୋଜନାରେ ମହିଳାମାନଙ୍କୁ ମାସିକ ୨୧୦୦ ଟଙ୍କା ଦିଆଯିବ । ଦୀପାବଳି ଏବଂ ରାକ୍ଷୀପୂର୍ଣ୍ଣିମାରେ ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର ଦିଆଯିବ ଏବଂ ୫୦୦ ଟଙ୍କାରେ ସିଲିଣ୍ଡର ଦିଆଯିବ । ଝାଡ଼ଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଝାଡ଼ଖଣ୍ଡରେ ୟୁସିସି (ୟୁନିଫର୍ମ ସିଭିଲ କୋଡ୍) ଲାଗୁ ହେବ, କିନ୍ତୁ ଆଦିବାସୀ ସମ୍ପ୍ରଦାୟ ୟୁସିସି ପରିସରରୁ ବାଦ୍ ପଡ଼ିବେ।

ସେ କହିଛନ୍ତି ଯେ ଝାଡ଼ଖଣ୍ଡ ବାସୀଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ ସେମାନେ ଦୁର୍ନୀତିରେ ପରିପୂର୍ଣ୍ଣ ସରକାର ଚାହୁଁଛନ୍ତି ନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଚାହୁଁଛନ୍ତି। ଅନୁପ୍ରବେଶ କୁ ଅନୁମତି ଦେଇ ଝାଡ଼ଖଣ୍ଡର ଗୌରବ, ଜମି ଓ ମହିଳାଙ୍କୁ ବିପଦରେ ପକାଇବା ଭଳି ସରକାର ଚାହୁଁଛନ୍ତି ନା ସୀମା ସୁରକ୍ଷା କରୁଥିବା ଭାରତୀୟ ଜନତା ପାର୍ଟି ସରକାର ଚାହୁଁଛନ୍ତି?

ଇସ୍ତାହାରରେ ବିଜେପି ଅନ୍ୟ ଦଳଠାରୁ ଭିନ୍ନ: ଅମିତ ଶାହ
ଆଜି ଜାରି ହୋଇଥିବା ସଂକଳ୍ପ ପତ୍ରରେ ବିଜେପି ସବୁ ଦଳଠାରୁ ଅଲଗା ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। କାରଣ ବିଜେପି ହେଉଛି ଦେଶର ରାଜନୀତିରେ ଏକମାତ୍ର ଦଳ ଯିଏ କହୁଛି ଏବଂ କାମ କରୁଛି । ବିଜେପି କ୍ଷମତାକୁ ଆସିବା ପରେ ସବୁ ସଂକଳ୍ପ ପୂରଣ ହୋଇଛି। ଏହା ହେଉଛି ବିଜେପିର ଟ୍ରାକ୍ ରେକର୍ଡ ଏବଂ ସେଥିପାଇଁ ଝାଡ଼ଖଣ୍ଡବାସୀ, ବିଶେଷ କରି ପଛୁଆ ବର୍ଗ, ଗରିବ, ଆଦିବାସୀ, ଦଳିତ ମାନେ ଏହି ସଂକଳ୍ପକୁ ବହୁତ ଆଶାର ସହ ଦେଖୁଛନ୍ତି ।

ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ଅମିତ ଶାହା
ସେ ଆହୁରି ମଧ୍ୟ କହିଛନ୍ତି ଯେ ହେମନ୍ତ ସୋରେନଙ୍କ ସରକାରରେ ଝାଡ଼ଖଣ୍ଡର ଆଦିବାସୀମାନେ ସୁରକ୍ଷିତ ନୁହଁନ୍ତି। ସାନ୍ଥାଳି ପ୍ରଗଣାରେ ଆଦିବାସୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଅନୁପ୍ରବେଶକାରୀମାନେ ଏଠାକୁ ଆସି ଆମ ଝିଅମାନଙ୍କୁ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଜମି ହଡ଼ପ କରୁଛନ୍ତି। ଯଦି ଏହାକୁ ବନ୍ଦ କରା ନଯାଏ ତେବେ ଝାଡ଼ଖଣ୍ଡର ସଂସ୍କୃତି ସୁରକ୍ଷିତ ରହିବ ନାହିଁ କି ଏହାର ରୋଜଗାର, ଜମି ଓ ଝିଅମାନେ ସୁରକ୍ଷିତ ରହିବେ ନାହିଁ। ସେଥିପାଇଁ ବିଜେପି ରୁଟି, ବେଟି, ମାଟିକୁ ସୁରକ୍ଷିତ ରଖିବାର ସ୍ଲୋଗାନ ଦେଇ ଆଗକୁ ବଢ଼ୁଛି।

 

Also Read:   November 3 Financial Horoscope: ସୁଧୁରିବ ଏହି ୫ରାଶିର ଆର୍ଥିକ ସ୍ଥିତି, ଲକ୍ଷ୍ମୀନାରାୟଣ ଯୋଗ ଆଣୁଛି ଶୁଭଯୋଗ

Read More
{}{}