Home >>Odisha National-International

justin trudeau may step down: ଆଜି ଇସ୍ତଫା ଦେଇପାରନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ, ନିର୍ବାଚନ ପୂର୍ବରୁ ନୂଆ ନେତା ଖୋଜା

ନୂଆଦିଲ୍ଲୀ: ଭାରତ ସହ କୂଟନୀତିକ ସମ୍ପର୍କରେ ବିଫଳତା ପରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏପରିକି ତାଙ୍କୁ ଶାସକ ଦଳ ଲିବରାଲ ପାର୍ଟି ନେତା ପଦରୁ ମଧ୍ୟ ଖସାଇପାରେ। ଆଜି ଏ ସମ୍ପର୍କରେ ନିଷ୍ପତ୍ତି ଆସିପାରେ ବୋଲି କାନାଡ଼ାର ଖବରକାଗଜ ଗ୍ଲୋବ୍ସ  ଆଣ୍ଡ ମେଲ୍‍ କୁଦ

Advertisement
justin trudeau may step down: ଆଜି ଇସ୍ତଫା ଦେଇପାରନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ, ନିର୍ବାଚନ ପୂର୍ବରୁ ନୂଆ ନେତା ଖୋଜା
Prabhudatta Moharana|Updated: Jan 06, 2025, 10:46 AM IST
Share

Trudeu may step down: ନୂଆଦିଲ୍ଲୀ: ଭାରତ ସହ କୂଟନୀତିକ ସମ୍ପର୍କରେ ବିଫଳତା ପରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏପରିକି ତାଙ୍କୁ ଶାସକ ଦଳ ଲିବରାଲ ପାର୍ଟି ନେତା ପଦରୁ ମଧ୍ୟ ଖସାଇପାରେ। ଆଜି ଏ ସମ୍ପର୍କରେ ନିଷ୍ପତ୍ତି ଆସିପାରେ ବୋଲି କାନାଡ଼ାର ଖବରକାଗଜ ଗ୍ଲୋବ୍ସ  ଆଣ୍ଡ ମେଲ୍‍ କୁଦ୍ଧାର କରି ,ନ୍‍ଡିଟିଭି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, କାନାଡ଼ାର ପ୍ରଧାନମନ୍ତ୍ରୀ ଶ୍ରୀ ଟ୍ରୁଡ୍ୟୁ ଏ ନେଇ ଅର୍ଥମନ୍ତ୍ରୀ ଡୋମିନିକ୍‍ ଲି ବ୍ଲାଙ୍କଙ୍କ ସହ ଆଲୋଚନା କରିଛନ୍ତି। ହୁଏ ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଲିବରାଲ୍‍ ପାର୍ଟିର ନେତୃତ୍ୱ ସହ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇପାରନ୍ତି। 

ଆସଦନ୍ତା ଅକ୍ଟୋବରରେ କାନାଡ଼ା ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି। ଏଭଳି ସ୍ଥଳରେ ବିଭିନ୍ନ ସର୍ବେକ୍ଷଣରେ ଜଷ୍ଟିନ୍‍ ଟ୍ରୁଡ୍ୟୁଙ୍କୁ ନେତୃତ୍ୱରେ ଲିବରାଲ୍‍ ପାର୍ଟି ଲୋକପ୍ରିୟତା ହାନୀ କରିଥିବା ଚର୍ଚ୍ଚା ହେଉଛି। ଯେଉଁ ନେତାଙ୍କଦ୍ୱାରା ୨୦୧୩ ମସିହାରେ ତୃତୀୟ ରାଜନୀତିକ ଦଳ ଭାବେ ଲିବରାଲ୍‍ ପାର୍ଟି ଏବେ ଶାସନ କ୍ଷମତାରେ ପହଞ୍ଚିପାରିଛି ତାଙ୍କରି ଲୋକପ୍ରିୟତା ହାନୀ ହେବା ଚିନ୍ତାର ବିଷୟ ହୋଇଚି। ଏଣୁ ଜଷ୍ଟିନ୍‍ଙ୍କୁ ଦଳର ନେତା ପଦରୁ ବାହାର କରି ଆଉ ଜଣେ ଲୋକପ୍ରିୟ ଚୋରାକୁ ସାମ୍ନାକୁ ଆଣିବାକୁ ଚାହିଁଛି କାନାଡ଼ାର ଲିବରାଲ୍‍ ପାର୍ଟି। 

ଗତି କିଛି ମାସ ହେଲା ଶିଖ୍‍ ନେତାଙ୍କୁ ସମର୍ଥନ ତଥା ଭାରତ ବିରୋଧୀ ମତ ଲାଗି ଟ୍ରୁଡ୍ୟୁ  ଚର୍ଚ୍ଚାକୁ ଆସିଥିଲେ। ଏପରିକି ଭାରତ ତାଙ୍କ ଦେଶର ନାଗରିକଙ୍କୁ ହତ୍ୟା କରୁଥିବା ନେଇ ମଧ୍ୟ  ବିଶ୍ୱ ସମୁଦାୟକୁ ଜଣାଇଥିଲେ। ତେବେ ଭାରତକୁ ପ୍ରମାଣ ଦେବାରେ ଅସମର୍ଥ ହୋଇଥିଲା କାନାଡ଼ା। ଏହାଦ୍ୱାରା କାନାଡ଼ାର ଭାବମୂର୍ତ୍ତି ନଷ୍ଟ ହୋଇଥିଲା। କିଛି ରାଜନୀତିକ ସମର୍ଥକ ମଧ୍‍ୟ କାନାଡ଼ାରେ ଶୀଘ୍ର ନିର୍ବାଚନ ବାବଦରେ ମତବ୍ୟକ୍ତ କରିଛନ୍ତି। ଆମେରିକାରେ କ୍ଷମତା ପରିବର୍ତ୍ତନ ହେତୁ ଏପରି ନିଷ୍ପତ୍ତି ନିଆଯାଇପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଳମେଳ ରକ୍ଷା କରୁଥିବା କେହି ଜଣେ ନେ୍ତା ଏହି ପଦବୀରେ ବସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଛି।

Read More
{}{}