Hindi News >>Home >>Odisha National-International

ମୁଖ୍ୟମନ୍ତ୍ରୀ ଥାଇବି ଅପରାଧିକ ମାମଲା ତଦନ୍ତରେ ହେବେ ମୁଦାଲା, ୟେଦୁରପ୍ପାଙ୍କ ପରେ ସିଦ୍ଦରାମୟା ଦ୍ବିତୀୟ ମୁଖ୍ୟମନ୍ତ୍ରୀ

Karnataka Politics: ସିଦ୍ଦରାମୟାଙ୍କୁ ବିରୁଦ୍ଧରେ ଖଣି ଦୁର୍ନୀତି ମାମଲା ଏବେ କର୍ଣ୍ଣାଟକ ରାଜନୀତିକୁ ଚଳଚଞ୍ଚଳ କରିଛି। ସିଦ୍ଧରାମୟା ବିରୋଧୀ ଦଳର ନେତା ଥିବା ସମୟରେ ଯେଉଁଭଳି ଭାବେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରିଥିଲେ, ଠିକ୍‍ ସେଇ ପରିସ୍ଥିତି ଘଟିପାରେ ବୋଲି ରାଜନୀତିକ ସମୀକ୍ଷକମାନେ ଆଶଙ୍କା କରହିଛନ୍ତି। 

Advertisement
ମୁଖ୍ୟମନ୍ତ୍ରୀ ଥାଇବି ଅପରାଧିକ ମାମଲା ତଦନ୍ତରେ ହେବେ ମୁଦାଲା, ୟେଦୁରପ୍ପାଙ୍କ ପରେ ସିଦ୍ଦରାମୟା ଦ୍ବିତୀୟ ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Aug 18, 2024, 08:32 AM IST
Share

Karnataka Politics: ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରୁଥିବା କଂଗ୍ରେସର ଜଣାଶୁଣା ପଛୁଆ ବର୍ଗ ନେତା ସିଦ୍ଦରାମାୟାଙ୍କ ନାଁରେ ତଦନ୍ତ ହେବ। ଏଥିପାଇଁ ରାଜ୍ୟପାଳ ଥଓ୍ୱର ଚନ୍ଦ ଗେହଲଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମଇଶୂର ବିକାଶ ପ୍ରାଧୀକରଣର ସମ୍ପତ୍ତି ଆବଣ୍ଟନ ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇ ମାମଲା ଦାୟର ହୋଇଛି। ରାଜ୍ୟପାଳଙ୍କ ମଞ୍ଜୁରୀ ପରେ କର୍ଣ୍ଣାଟକରେ ଏହା ଦ୍ୱିତୀୟ ମାମଲା ହେବ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ପରିଚାଳନା ହେବ। ପୂର୍ବରୁ ବିଜେପିର ଶାସନ ବେଳେ ମୁଖ୍ୟମନ୍ତ୍ରୀ ଥିବା ବିଏସ୍‍ ୟେଦୂରପ୍ପାଙ୍କ ବିରୁଦ୍ଧରେ ଏପରି ଏକ ମାମଲା ପରିଚାଳନା ହୋଇଥିଲା।

ରାଜ୍ୟପାଳଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଇନଜୀବୀ ଟିଜେ ଆବ୍ରାହମ୍‍ଙ୍କ ଦ୍ୱାରା ଦାୟର ହୋଇଥିବା ଏକ ନିବେଦନକୁ ଗ୍ରହଣ କରି ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କୁ କାରଣ ଦର୍ଶାଅ ବିଜ୍ଞପ୍ତି ଜାରି କରିଥିଲେ। ଜୁଲାଇ ୨୬ ତାରିଖରେ ତାଙ୍କୁ ସାତ ଦିନ ଭିତରେ ମତ ରଖିବା ଲାଗି କୁହାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେଇ ନଥିଲେ। ଅପରପକ୍ଷେ କର୍ଣ୍ଣାଟକ ସରକାର ଅଗଷ୍ଟ ୧ ତାରିଖରେ ଏହି କାରଣ ଦର୍ଶାଅ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେଇଥିଲେ।
 
ଶ୍ରୀ ସିଦ୍ଦରାମୟାଙ୍କୁ ବିରୁଦ୍ଧରେ ଖଣି ଦୁର୍ନୀତି ମାମଲା ଏବେ କର୍ଣ୍ଣାଟକ ରାଜନୀତିକୁ ଚଳଚଞ୍ଚଳ କରିଛି। ସିଦ୍ଧରାମୟା ବିରୋଧୀ ଦଳର ନେତା ଥିବା ସମୟରେ ଯେଉଁଭଳି ଭାବେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରିଥିଲେ, ଠିକ୍‍ ସେଇ ପରିସ୍ଥିତି ଘଟିପାରେ ବୋଲି ରାଜନୀତିକ ସମୀକ୍ଷକମାନେ ଆଶଙ୍କା କରହିଛନ୍ତି। 

ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ରାଜ୍ୟପାଳ ଦୁର୍ନୀତି ମାମଲା ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମଧ୍ୟ ସେତେବଳେ ସରକାର ନିନ୍ଦା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ୪ ବର୍ଷ ପରେ ୟେଦୁରପ୍ପା ଏହି ମାମଲାରୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ।

Also Read: Jual Oram Wife Dies: ପରପାରିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଆଜି ଶେଷ ଦର୍ଶନ

Read More
{}{}