Hindi News >>Home >>Odisha National-International

Arvind Kejriwal: କେଜ୍ରିଓ୍ୱାଲ୍‍ଙ୍କ ରକ୍ତ ଶର୍କରା ୩୨୦, ତିହାର ଜେଲ୍‍ କର୍ତ୍ତୃପକ୍ଷ ଦେଲେ ଇନ୍‍ସୁଲିନ୍

Arvind Kejriwal: ଅବକାରୀ ନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତିହାର ଜେଲରେ ଅଛନ୍ତି। ସୋମବାର ସେ ପ୍ରତିଦିନ ଡାକ୍ତରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ, ଯାହାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି। 

Advertisement
Arvind Kejriwal: କେଜ୍ରିଓ୍ୱାଲ୍‍ଙ୍କ ରକ୍ତ ଶର୍କରା ୩୨୦, ତିହାର ଜେଲ୍‍ କର୍ତ୍ତୃପକ୍ଷ ଦେଲେ ଇନ୍‍ସୁଲିନ୍
Payal Priyadarshini|Updated: Apr 23, 2024, 11:23 AM IST
Share

Arvind Kejriwal: ଅବକାରୀ ନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତିହାର ଜେଲରେ ଅଛନ୍ତି। ସୋମବାର ସେ ପ୍ରତିଦିନ ଡାକ୍ତରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ, ଯାହାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି। ତେବେ ବାରମ୍ବାର ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ଅଭିଯୋଗ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯାଇଛି। ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିବା ଆପ୍ ସୂଚନା ଦେଇଛି।

ଏନେଇ ଆପ କହିଛି, ‘କେଜ୍ରିୱାଲ ଟାଇପ୍-୨ ଡାଇବେଟିସ ରୋଗୀ ଅଟନ୍ତି। ତାଙ୍କର ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତାଙ୍କୁ ଇନସୁଲିନ୍ ଦିଆଯାଇଛି’। ସେପଟେ ସୋମବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଜେଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ମିଛ ତଥ୍ୟ ଦିଆଯାଉଥିବା କେଜ୍ରିୱାଲ କହିଥିଲେ।

ଖବର ଅନୁଯାୟୀ, ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ରେ ଇଡି଼ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଜଣେ ମଧୁମେହ ରୋଗୀ ବୋଲି ଆପ୍‌ ପକ୍ଷରୁ କୁହାଯାଇଥିଲା। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ତାଙ୍କୁ ଜେଲ୍‌ରେ ଇନ୍‌ସୁଲିନ୍‌ ଦିଆଯାଉନାହିଁ ଓ ଜେଲ୍‌ ଭିତରେ ମାରିବାର ଷଡ଼ଯନ୍ତ୍ର ଚାଲିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଆପର ଅଭିଯୋଗ ପରେ କୋର୍ଟରେ ଇଡି କହିଥିଲା ଯେ, ‘କେଜ୍ରିୱାଲ ଜାଣି ଜାଣି ଶର୍କରା ସ୍ତର ବୃଦ୍ଧି କରିବାକୁ ଚାହୁଁଛନ୍ତି। ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ କେଜ୍ରିୱାଲ ପ୍ରଚୁର ଆମ୍ବ ଓ ମିଠା ଖାଉଥିବା ଖାଉଛନ୍ତି’। ସୋମବାର ତିହାର ଜେଲ୍‌ର ଅଧୀକ୍ଷକଙ୍କୁ ଚିଠି ଲେଖି ତାଙ୍କର ଶର୍କରା ୨୫୦ ରୁ ୩୨୦କୁ ବଢ଼ିବା ବିପଜ୍ଜନକ ବୋଲି ଦର୍ଶାଇ ଇନସୁଲିନ୍ ପାଇଁ ଅନୁରୋଧ କରିଥିଲେ କେଜ୍ରିୱାଲ । ଏନେଇ ସେ କହିଥିଲେ, ‘ରାଜନୈତିକ ଚାପ ଯୋଗୁଁ ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଛ କହୁଛି’।

ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଥିଲେ ଯେ, ଡାକ୍ତରମାନେ ଗତ ଶନିବାର କେଜ୍ରିୱାଲଙ୍କୁ ୪୦ ମିନିଟ୍ ର ପରାମର୍ଶ ଦେଇଥିଲେ, ଯେଉଁଥିରେ ତାଙ୍କର କୌଣସି ଗୁରୁତର ସ୍ୱାସ୍ଥ୍ୟ ଅସୁବିଧା ନଥିଲା।  ସେମାନେ ନିର୍ଦ୍ଦିଷ୍ଟ ଔଷଧ ସେବନ ଜାରି ରଖିବାକୁ ପରାମର୍ଶ ଦିଆଯାଇଥିଲା।

 

 

 

 

 

 

Read More
{}{}