Home >>Odisha National-International

KYC Policy: କଡ଼ାକଡ଼ି ହେବ ବ୍ୟାଙ୍କରେ କେଓ୍ୱାଇସି ନିୟମ, ଜାଣନ୍ତୁ କେମିତି

KYC: ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମିର୍ଚାଣ୍ଟ ଓ ବ୍ୟାଙ୍କିଙ୍ଗ କରେସପେଣ୍ତେଣ୍ଟ (BC) ମାନଙ୍କୁ ସାମିଲ କରିବା ବେଳେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯିବ । 

Advertisement
KYC Policy: କଡ଼ାକଡ଼ି ହେବ ବ୍ୟାଙ୍କରେ କେଓ୍ୱାଇସି ନିୟମ, ଜାଣନ୍ତୁ କେମିତି
Payal Priyadarshini|Updated: Apr 15, 2024, 09:40 AM IST
Share

KYC: ଦେଶରେ ବୃଦ୍ଧି ପାଉଥିବ ସାଇବର ଠକେଇକୁ ନେଇ ଚିନ୍ତିତ ଥିବା ଅର୍ଥ ମନ୍ତ୍ରଣାଳୟ ‘ନୋ ୟୋର କଷ୍ଟମର’ ନିୟମକୁ କଡ଼ାକଡ଼ି କରିବା ନେଇ ବିଚାର କରୁଛି । ବିଶେଷ କରି, ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମିର୍ଚାଣ୍ଟ ଓ ବ୍ୟାଙ୍କିଙ୍ଗ କରେସପେଣ୍ତେଣ୍ଟ (BC) ମାନଙ୍କୁ ସାମିଲ କରିବା ବେଳେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯିବ । ଯଥାର୍ଥ ଆକଳନ ପରେ ସେମାନଙ୍କୁ ସେବା ପ୍ରଦାନ କରିବା ଅନୁମତି ଦିଆଯିବ । ଦେଶରେ ପ୍ରତିଦିନ ଘଟୁଥିବା ସାଇବର ଠକେଇ ପରେ ଏହି କ୍ଷେତ୍ରରେ ସୁରକ୍ଷାରେ ଥିବା ତ୍ରୁଟି ଜଣାପଡିଛି । ତେବେ ଏହି ଭଳି ଠକେଇକୁ ରୋକିବା ଲାଗି କେୱାଇସି ନିୟମକୁ (KYC Policy) କଡ଼ାକଡ଼ି କରିବା ବର୍ତ୍ତମାନ ଜରୁରୀ ହୋଇପଡ଼ିଛି ।

Also Read- Israel Iran Conflict: ଏହି ଦୁଇ ଦେଶରେ ଫସିରହିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

Also Read- Petrol Diesel Price Today: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ବଢିଲା ପେଟ୍ରୋଲ୍ -ଡିଜେଲ୍ ରେଟ୍

୨୦୨୩ରେ ଦେଶରେ ୭,୪୮୮ କୋଟି ଟଙ୍କାର ୧୧,୨୮,୨୬୫ ଆର୍ଥିକ ସାଇବର ଠକେଇର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ଡିଜିଟାଲ ଇଣ୍ତିଆ ଟ୍ରଷ୍ଟ ଏଜେନ୍ସି ସ୍ଥାପନ କରିବା ଉପରେ ବିଚାର କରୁଛି । ଏହି ଏଜେନ୍ସି ବେଆଇନ ଋଣ ଆପ ଗୁଡିକ ଉପରେ ନଜିର ରଖିବ ।

 

Read More
{}{}