Hindi News >>Home >>Odisha National-International

Ladakh Tragedy: ନଈ ପାରି ହେବା ବେଳେ ଭାସିଗଲା ସେନା ଟ୍ୟାଙ୍କର, ୫ ଯବାନ୍ ଶହୀଦ

Ladakh Tragedy: ଲଦାଖରୁ ଆସିଲା ଦୁଃଖଦ ଖବର। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଘଟିଗଲା ବଡ଼ ଅଘଟଣ। ଏହି ଅଘଟଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ତେବେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। 

Advertisement
Ladakh Tragedy: ନଈ ପାରି ହେବା ବେଳେ ଭାସିଗଲା ସେନା ଟ୍ୟାଙ୍କର, ୫ ଯବାନ୍ ଶହୀଦ
Narmada Behera|Updated: Jun 29, 2024, 12:35 PM IST
Share

Ladakh Tragedy: ଲଦାଖରୁ ଆସିଲା ଦୁଃଖଦ ଖବର। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଘଟିଗଲା ବଡ଼ ଅଘଟଣ। ଏହି ଅଘଟଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ଜୁନିୟର କମିଶନଡ୍ ଅଫିସର ( Junior Commissioned Officer) ରହିଛନ୍ତି। ତେବେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଲଓସି ନିକଟବର୍ତ୍ତୀ ଦୌଲତ ବେଗ ଓଲଡି ଅଞ୍ଚଳରେ ଥିବା ଏକ ଶୁଖିଲା ନଦୀ ପାର ବେଳେ ଟ୍ୟାଙ୍କ ଟି ଭାସି ଯାଇଥିଲା। ଗତକାଲି ଏ-ଠାରେ ସେନା ଟ୍ୟାଙ୍କର ଅଭ୍ୟାସ ଚାଲିଥିଲା। ଫଳରେ ଟ୍ୟାଙ୍କରେ ଥିବା ଯବାନ୍ ମାନେ ନଦୀ ସ୍ରୋତରେ ଭାସି ଯାଇଥିଲେ। ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ ୫ ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ସେପଟେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବା ଜଣାପଡିଛି।

 

ଗତ ବର୍ଷ  ଲଦାଖରେ  ସେନାର ଏକ ଗାଡି ଖାତରେ ପଡିଯିବାରୁ ୯ ଜଣ ଯବାନ ଶହୀଦ୍ ହୋଇଥିଲେ।  ସେହି ଗାଡିରେ ୩୪ ଜଣ ଯବାନ ଥିଲେ। ଅଧିକାଂଶ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ଗାଡିଟି ଭାରସାମ୍ୟ ହରାଇ ଏକ ଖାତକୁ ଖସି ପଡିଥିଲା। 

 

 

Read More
{}{}