Hindi News >>Home >>Odisha National-International

Assam News: ଆସାମରେ ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ପ୍ରତ୍ୟାହୃତ

Assam News: ୟୁନିଫର୍ମ ସିଭିଲ୍‍ କୋଡ୍‍ ବା ସମାନ ଦେଓ୍ୱାନୀ ସଂହିତା ପ୍ରଣୟନ କ୍ଷେତୟରେ ଏକପାଦ ଆଗକୁ ବଢ଼ିଛି ଆସାମ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏହି ସୂଚନା ଦେଇଛି। ଶୁକ୍ରବାର ସନ୍ଧ୍ୟାରେ ଆସାମ କ୍ୟାବିନେଟ୍‍ ରାଜ୍ୟରେ ଲାଗୁଥିବା ସ୍ୱତନ୍ତ୍ର ମୁସଲ୍‍ମାନ ବିବାହ ଓ ବିଚ୍ଛଦ ଆଇନ-୧୯୩୫କୁ ଉଚ୍ଛେଦ କରିଛି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ
Zee Odisha Desk|Updated: Feb 24, 2024, 08:31 AM IST
Share

 ଭୁବନେଶ୍ୱର: ୟୁନିଫର୍ମ ସିଭିଲ୍‍ କୋଡ୍‍ ବା ସମାନ ଦେଓ୍ୱାନୀ ସଂହିତା ପ୍ରଣୟନ କ୍ଷେତୟରେ ଏକପାଦ ଆଗକୁ ବଢ଼ିଛି ଆସାମ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏହି ସୂଚନା ଦେଇଛି। ଶୁକ୍ରବାର ସନ୍ଧ୍ୟାରେ ଆସାମ କ୍ୟାବିନେଟ୍‍ ରାଜ୍ୟରେ ଲାଗୁଥିବା ସ୍ୱତନ୍ତ୍ର ମୁସଲ୍‍ମାନ ବିବାହ ଓ ବିଚ୍ଛଦ ଆଇନ-୧୯୩୫କୁ ଉଚ୍ଛେଦ କରିଛି। ଏହାକୁ ଓପନିବେଶିକତାବାଦର ପରିଚୟ ବୋଲି ଅଭିହିତ କରି ସରକାର ଏହି ଆଇନକୁ ଉଚ୍ଛେଦ କରିଛନ୍ତି।  ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ୟୁସିସି ଲାଗୁ ଦିଗରେ ବାଟ ଖୋଲିଛି ବୋଲି ଆଲୋଚନା ହେଉଛି। ପୂର୍ବରୁ ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ପ୍ରଥମ କରି ଆଦର୍ଶ ୟୁସିସି ଲାଗୁ କରିଛି। 

ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ୟୁସିସି ଲାଗୁ ପାଇଁ ଘୋଷଣା କରିଛନ୍ତି। ଏହିକ୍ରମରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‍ ୮୯ ବର୍ଷଧରି ଏଠାରେ ପ୍ରଚଳିତ ଆସାମ ମୁସଲିମ ବିବାହ ଓ ବିଚ୍ଛେଦ ଆଇନ ୧୯୩୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହି ଆଇନ ବଳରେ ମୁସଲ୍‍ମାନ ସମ୍ପ୍ରଦାୟର ଲୋକେ ସରକାରଙକ୍ ପାଖରେ ନିଜର ବିବାହ  ଏବଂ ବିଚ୍ଛେଦ ପଞ୍ଜିକରଣ  କରିବାର ବ୍ୟବସ୍ଥା ରହିଥିଲା। ଏହାସହ ଏହି ପଞ୍ଜିକରଣ ଲାଗି ସରକାରଙ୍କ ପକ୍ଷରୁ କିଛି ମୁସ୍‍ଲିମ୍‍ ବ୍ୟକ୍ତି ବିଶେଷଙ୍କୁ ଲାଇସେନ୍ସ ପ୍ରଦାନ କରାଯାଉଥିଲା। ଏହିପରିଭାବେ ୯୪ ଜଣଙ୍କୁ ବିବାହ ପଞ୍ଜିକରଣ ଲାଗି ଅଧିକୃତ କରାଯାଇଥିଲା।  ଏହି ଆଇନ ଉଚ୍ଛେଦ ଦ୍ୱାରା ଏଣିକି ଏପରି ପଞ୍ଜିକରଣ ଆଉ ହୋଇପାରିବ ନାହିଁ। ଆମ ପାଖରେ ଏକ ସ୍ୱତନ୍ତ୍ର ବିବାହ ଆଇନ ରହିଛି। ଏହି ଆଇନରେ ସଭିଏଁ ପଞ୍ଜିକରଣ ବା ବିଚ୍ଛେଦ କରାଇବେ। ଏହି ନୂତନ ବ୍ୟବସ୍ଥା ଦ୍‍ୱାରା ଏହି ଅଧିକାରୀଙ୍କ ବ୍ୟବସାୟ ତଥା ଗୁଜୁରାଣ ମେଣ୍ଟାଇବା ସମସ୍ୟା ଭିତରକୁ ଆସିଥିବାରୁ ତାଙ୍କୁ ୨ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଇଛି।

Read More
{}{}