Home >>Odisha National-International

NITI Aayog: ଭାରତର ଏତିକି ପ୍ରତିଶତ ବରିଷ୍ଠ ନାଗରିକଙ୍କ ନାହିଁ ପେନସନ୍

NITI Aayog: ଦେଶର ୭୮ ପ୍ରତିଶତ ବରିଷ୍ଠ ନାଗରିକଙ୍କ ପାଖରେ ପେନସନ୍ ନାହିଁ । ୬୦ ରୁ ଅଧିକ କେବଳ ୧୮ ପ୍ରତିଶତ ଲୋକଙ୍କ ପାଖରେ ରହିଛି ସ୍ବାସ୍ଥ୍ୟ ବୀମା । ବରିଷ୍ଠ ଲୋକଙ୍କ ମାସିକ ଖର୍ଚ୍ଚର ୧୩ % ଭାଗ ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ହେଉଛି। ନୀତି ଆୟୋଗ ପକ୍ଷରୁ ଏଭଳି ଅନେକ ତଥ୍ୟ ପ୍ରଦାନ କରାଯାଇଛି। 

Advertisement
NITI Aayog: ଭାରତର ଏତିକି ପ୍ରତିଶତ ବରିଷ୍ଠ ନାଗରିକଙ୍କ ନାହିଁ ପେନସନ୍
Zee Odisha Desk|Updated: Feb 21, 2024, 11:05 AM IST
Share

NITI Aayog: ଦେଶର ୭୮ ପ୍ରତିଶତ ବରିଷ୍ଠ ନାଗରିକଙ୍କ ପାଖରେ ପେନସନ୍ ନାହିଁ । ୬୦ ରୁ ଅଧିକ କେବଳ  ୧୮ ପ୍ରତିଶତ ଲୋକଙ୍କ ପାଖରେ ରହିଛି ସ୍ବାସ୍ଥ୍ୟ ବୀମା ।  ବରିଷ୍ଠ ଲୋକଙ୍କ ମାସିକ ଖର୍ଚ୍ଚର ୧୩ % ଭାଗ ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ହେଉଛି।  ନୀତି ଆୟୋଗ ପକ୍ଷରୁ ଏଭଳି ଅନେକ ତଥ୍ୟ ପ୍ରଦାନ କରାଯାଇଛି।  ଏହି ତଥ୍ୟ ସହିତ  ନୀତି ଆୟୋଗ ପ୍ରକାଶ କରିଛି ଯେ,  ଅବସର ପରେ, ବରିଷ୍ଠ ନାଗରିକଙ୍କ ଆର୍ଥକ ସ୍ଥିତି ଖରାପ ହେବାର ଢେର ଆଶଙ୍କା ରହିଛି। ତେଣୁ ସରକାରଙ୍କୁ ସେମାନଙ୍କ ପାଇଁ ବାଧ୍ୟତାମୂଳକ ସଞ୍ଚୟ ଯୋଜନା , ଟିକସ ରିହାତି ଏବଂ ହାଉସିଂ କ୍ଷେତ୍ରରେ ଉନ୍ନୟନ ମୂଳକ ପଦକ୍ଷେପ ଆଣିବାର ଆବଶ୍ୟକତା ରହିଛି। ନୀତି ଆୟୋଗ ପକ୍ଷରୁ ଜାରି ରିପୋର୍ଟର ନାଁ ରହିଛି 'ସିନିୟର କେୟାର ରିଫର୍ମସ୍ ଇନ୍  ଇଣ୍ତିଆ ରିଇମାଜିନିଂ ଦ ସିନିୟର କେୟାର ପେରାଡିଜିମ୍' । ଏଥିରେ କୁହାଯାଇଛି ଯେ, ବରିଷ୍ଠ ନାଗରିକଙ୍କ ପାଇଁ ଏକ ଜାତୀୟ ପୋର୍ଟାଲ୍  ପ୍ରସ୍ତୁକ କରିବା ଦରକାର। ଯାହା ଦ୍ବାରା ସେମାନେ ସେବା ଗୁଡିକର ଉପଯୋଗ କରିପାରିବେ।  ଏଥିରେ କୁହାଯାଇଛି ଯେ,  ଏବେ ୧୨.୮ % ଲୋକେ ୬୦ ବର୍ଷ ବୟସରୁ  ଅଧିକ ସ୍ତରରେ ଅଛନ୍ତି। ୨୦୩୧ ସୁଧା  ୧୩.୨  % ଲୋକେ ଏହି ବର୍ଗରେ ରହିବେ।  ଏବଂ ୨୦୫୦ ସୁଧା ଏହା ୧୯  %ହେବ। ୨୦୨୦-୩୧ ମଧ୍ୟରେ ନର୍ଭରତା ଅନୁପାତ ୧୫.୭  %ରୁ ବଢି ୨୦.୧  %ହୋଇ ଯିବାର ଅନୁମାନ ଅଛି। ଫଳରେ କର୍ମଜୀବିଙ୍କ ଆର୍ଥିକ ଦାୟିତ୍ବ ବଢିବ। 

ଯେଉଁମାନେ ଖର୍ଚ୍ଚ ଭରଣ କରିପାରିବେ ସେମାନଙ୍କ ପାଇଁ ଅନିବାର୍ଯ୍ୟ ସଞ୍ଚୟ ଯୋଜନା ଉପରେ ଜୋର ଦେଇ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ସାମାଜିକ ସୁରକ୍ଷା ଫ୍ରେମ୍ ଓ୍ବାର୍କର ପରିସର ସୀମିତ। ଅଧିକ ବରିଷ୍ଠ ନାଗରିକ ନିଜ ସଂଚୟରୁ ହେଉଥିବା ଆୟ ଉପରେ ନିର୍ଭରଶୀଳ । କିନ୍ତୁ ସୁଧହାରରେ ଉତଥାନ ପତନ ଯୋଗୁଁ ସେମାନଙ୍କର ଆୟ ପ୍ରଭାବିତ ହୋଇଥାଏ। ଏବଂ ଅନେକ ସମୟରେ ସେମାନଙ୍କ ଜୀବନ ଯାପନ ପାଇଁ ଏହି ଆୟ ଯଥେଷ୍ଟ ହୋଇ ନଥାଏ। ତେଣୁ ଏକ ଆଇନ୍ ଆଣିବାର ଆବଶ୍ୟକତା ରହିଛି।

Read More
{}{}