Rahul Gandhi: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍-୨୦୨୪ରେ ନିଜ ମତ ରଖିବେ। ମଧ୍ୟାହ୍ନ ୧୨ଟାରେ ସେ ନିଜର ମନ୍ତବ୍ୟ ରଖିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ୱାରା ଆଜି ବଜେଟ୍ ଭାଷଣରେ ସରକାରଙ୍କ ଅନେକ ରାଜନୀତିକ ଏବଂ ରଣନୀତିକ କୌଶଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି। ଏହାବାଦ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯେଉଁଭଳି ଭାବେ ଧାର୍ମିକ ଭାବନାକୁ ନେଇ ସରକାରଙ୍କ ସମାଲୋଚନା କରିଥିଲେ ତାହାର ଜବାବ ରଖିବେ ବୋଲି ଆଶା କରାଯାଇଛି।
ପ୍ରଶ୍ନୋତ୍ତର କାଳ ପରେ ପରେ ଆଜି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବେ।
ଗତକାଲି ଶ୍ରୀ ଗାନ୍ଧି ବଜେଟ୍କୁ ଏକ ଚକ୍ରବ୍ୟୁହ ବୋଲି କହିଥିଲେ। ଏହାଦ୍ୱାରା ଦେଶର ଯୁବପିଢ଼ିଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅନୁସୂଚିତ ଜାତି, ଜନଜାତି, ଗରିବ ଏବଂ କୃଷକଙ୍କୁ ଚକ୍ରବ୍ୟୁହ ଭିତରେକୁ ଟାଣି ଆଣିଥିବା କହିଛନ୍ତି। କୌଣସି ଯୁବକ ଏଥିରେ ରୋଜଗାର ପାଇ ନାହାନ୍ତି ବୋଲି କହିଥିଲେ।
ଏପରିକି ବଜେଟରେ ଦିଆଯାଇଥିବା ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମକୁ ସମାଲୋଚନା କରି ସେ କହିଥିଲେ ଯେ, ଏହା ଗୋଡ୍ ଭାଙ୍ଗି ତା ଉପରେ ବ୍ୟାଣ୍ଡେଡ୍ ପକାଇଲା ଭଳି। ପେପରଲିକ୍ ବାବଦରେ କହିବାକୁ ଯାଇ ରାହୁଲ କହିଥିଲେ, ଗତ ୧୦ ବର୍ଷ ଭିତରେ ୭୦ ଥର ପେପର ଲିକ ହୋଇଛି। କିନ୍ତୁ ଅର୍ଥମନ୍ତ୍ରୀ ଗୋଟିଏ ବି ଶବ୍ଦ ନକହି ଗତ ୨୦ ବର୍ଷ ଭିତରେ ଶିକ୍ଷାକୁ ସବୁଠାରୁ କମ୍ ବଜେଟ୍ ବ୍ୟବସ୍ଥା କରିଥିବା କହିଛନ୍ତି ଶ୍ରୀ ଗାନ୍ଧି।
ଅଗ୍ନିବୀରଙ୍କ ଲାଗି ପେନ୍ସନ୍ ବ୍ୟବସ୍ଥା ନଥିବା ଶ୍ରୀ ଗାନ୍ଧି କହିଥିଲେ। ଅନ୍ନଦାତାଙ୍କ ଚକ୍ରବ୍ୟୁହରୁ ମୁକୁଳିବା ପାଇଁ ଜମି ଅଧିଗ୍ରହଣକୁ ଦୁର୍ବଳ କରିଛନ୍ତି। କୃଷକ କହୁଥିଲେ ଏମ୍ଏସ୍ପିରେ ନ୍ୟାୟିକ ଗ୍ୟାରେଣ୍ଟି ଦେବାକୁ। କିନ୍ତୁ ତାଙ୍କୁ ତାହା ଦିଆଯାଇ ନଥିବା ଶ୍ରୀ ଗାନ୍ଧି କହିଥିଲେ।
ଆମେ ଚକ୍ରବ୍ୟୁହକୁ ଭାଙ୍ଗିବାକୁ ଚାହୁଁଛୁ କିନ୍ତୁ ସରକାର ଚକ୍ରବ୍ୟୁହକୁ ମଜବୁତ କରିବା ଲାଗି ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ। ଏହାସହ ଯେତେବେଳେ ଇଣ୍ଡିଆ ମେଣ୍ଟ ସରକାରକୁ ଆସିବ ସେତେବେଳେ କୃଷକଙ୍କୁ ଋଣ ଛାଡ଼, ଏମ୍ଏସ୍ପି ଉପରେ ଗ୍ୟାରେଣ୍ଟି ଏବଂ ଜାତି ଭିତ୍ତିକ ଜନଗଣନା କରିବେ ବୋଲି ସେ କହିଥିଲେ।
ଏହି ଚକ୍ରବ୍ୟୁହରେ ୬ ଲୋକ ରହିଛନ୍ତି ବୋଲି ଶ୍ରୀ ଗାନ୍ଧି କହିବା ସହ ଏଥିରେ ସରକାରଙ୍କୁ ସମାଲେଚନା କରି ଶ୍ରୀ ଗାନ୍ଧି ଏହି ସମୁଦାୟ ବ୍ୟବସ୍ଥାକୁ ପଦ୍ମ ବ୍ୟୁହ ଭିତରେ ସରକାର ରଖିଛନ୍ତି। ଏମାନେ ହେଉଛନ୍ତି ନରେନ୍ଦ୍ର ମୋଦୀ, ଅମିତ ଶାହ, ଅଜିତ ଡୋଭାଲ, ମୋହନ ଭାଗଓ୍ୱତ, ଅମ୍ବାନୀ ଓ ଆଦାନୀ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
ଆଜି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଏହିସବୁ ବିଷୟ ଉଠିବା ସମ୍ଭାବନା ରହିଛି। ପ୍ରଥମ ଅଧିବେଶନରେ ଯେତେବଳେ ପ୍ରଧାନମନ୍ତ୍ରୀ ରାହୁଲଙ୍କ ଜବାବରେ ଭାଷଣ ରଖୁଥିଲେ ସେତେବେଳେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ପ୍ରଦର୍ଶନ କରାଯାଇଥିଲା।
ଆଜି ବଜେଟ୍ ବାବଦୀୟ ଭାଷଣ ତଥା ମତ ରଖିବା ପ୍ରକ୍ରିୟା ଶେଷ ହେବ। ଏପରିକି ଅର୍ଥମନ୍ତ୍ରୀ ବୟାନ ରଖିବା ସହ ଏହି ବଜେଟ୍କୁ ଗୃହରେ ପାରିତ କରିବା ପାଇଁ ପ୍ରସ୍ତାବ ଆଗତ କରିପାରନ୍ତି।