lok sabha adjourned: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଚଳିତ ଅଧିବେଶନ ସମୟରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ଗୃହୀତ ହୋଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ସ୍ଲୋଗାନ ମଧ୍ୟରେ, ସେ ଏହା କହିଥିଲେ ଯେ, "ବଜେଟ୍ ଅଧିବେଶନରେ ମୋଟ ୨୬ଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଗୃହରେ କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ସମୟରେ ୧୬୯ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବାଚସ୍ପତି ଏକଥା ମଧ୍ୟ କହିଥିଲେ ଯେ, ଅଧିବେଶନରେ ଏପ୍ରିଲ ୩ ପର୍ଯ୍ୟନ୍ତ ଶୂନ୍ୟ କାଳରେ ୨୦୨ ଜଣ ସଦସ୍ୟ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ, ଯାହା ଗୃହରେ ଏକ ରେକର୍ଡ।
ପାରିତ ହୋଇଥିବା ବିଲ୍ ଗୁଡିକ ମଧ୍ୟରୁ ୱାକଫ ସଂଶୋଧନ ବିଲ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଗୁରୁବାର ରାତିରେ ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ସଂଶୋଧନ ବିଲ୍ ଗୃହୀତ ହୋଇଥିଲା । ଏବେ ଏହି ବିଲ୍ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ ଯେଉଁଠାରେ ସ୍ୱାକ୍ଷର କରାଯିବା ପରେ, ବିଲ୍ ଟି ଆଇନରେ ପରିଣତ ହେବ । ପୁରୁଣା ୱାକଫ୍ ବିଲ୍ ଇତିହାସ ପାଲଟିଯିବ ।
Also Read- Budh Margi: ବୁଧଙ୍କ ପ୍ରଭାବରୁ ୭ ଏପ୍ରିଲରୁ ଫିଟିବ ୫ରାଶିର ଭାଗ୍ୟ, ଚାକିରି ସହ ବ୍ୟବସାୟରେ ଲାଭ
Also Read- Ring Benefits: ଏହି ଆଙ୍ଗୁଳିରେ ପିନ୍ଧନ୍ତୁ ରୂପା ମୁଦି, ଜୀବନରେ ଭରିଯିବ ସୁଖ !