Home >>Odisha National-International

Lok Sabha Speaker election : ସଂସଦୀୟ ଇତିହାସରେ ଆଜି ଚତୁର୍ଥ ଲୋକସଭା ବାଚସ୍ପତି ନିର୍ବାଚନ

Lok Sabha Speaker election:ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ଚତୁର୍ଥ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ୧୯୪୬ ପରେ ପ୍ରଥମ ଥର ପାଇଁ ହେବ ନିର୍ବାଚନ। ମଇଦାନରେ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ପ୍ରାର୍ଥୀ କେ ସୁରେଶଙ୍କ ମଧ୍ୟରେ ହେବ ଟକ୍କର।କିଏ ଜିତିବ ପୁରା ପଢନ୍ତୁ....

Advertisement
LOK SABHA
LOK SABHA
Zee Odisha Desk|Updated: Jun 26, 2024, 07:53 AM IST
Share

Om Birla vs K Suresh : ଲୋକସଭା ବାଚସ୍ପତି ପାଇଁ ହୋଇପାରିଲା ନାହିଁ ସହମତି।ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ଚତୁର୍ଥ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ୧୯୪୬ ପରେ ପ୍ରଥମ ଥର ପାଇଁ ହେବ ନିର୍ବାଚନ। ମଇଦାନରେ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ପ୍ରାର୍ଥୀ କେ ସୁରେଶଙ୍କ ମଧ୍ୟରେ ହେବ ଟକ୍କର। 

ଆଜି(ବୁଧବାର) ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନର କୋଟାରୁ ତିନି ଥର ସାଂସଦ ହୋଇଥିବା ବିଜେପି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ସହ କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।୨୦୧୯ରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ସହମତି ଭିତ୍ତିରେ ଲୋକସଭା ବାଚସ୍ପତି ଚୟନ କରାଯାଇଥିଲା। ଏଥର ମଧ୍ୟ ସହମତି ଆଣିବା ଲାଗି ସମସ୍ତ ପ୍ରୟାସ କରାଯାଇଥିବା ସତ୍ତ୍ୱେ କିନ୍ତୁ କ୍ଷମତାସୀନ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବିରୋଧୀ ଦଳ କେତେକ ସର୍ତ୍ତ ଆରୋପ କରିବାରୁ ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଥିଲା। ତେଣୁ ୪୮ ବର୍ଷ ପରେ ବାଚସ୍ପତି ନିର୍ବାଚନ ‌ହେବାକୁ ଯାଉଛି।

 ଶେଷ ଥର ଲାଗି ୧୯୭୬ରେ ନିର୍ବାଚନ ‌ହୋଇଥିଲା। ଏହାପର ଠାରୁ ସହମତି ଭିତ୍ତିରେ ବାଚସ୍ପତି ନିର୍ବାଚିତ ହୋଇ ଆସୁଥିଲେ।ଏନ୍‌ଡିଏ ମେଣ୍ଟର ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିର୍ଲାଙ୍କ ବିଜୟ ସମ୍ଭାବନା ଅଧିକ ଦେଖାଯାଉଛି।ଏନ୍‌ଡିଏର ଦୁଇ ପ୍ରମୁଖ ସହଯୋଗୀ ଜେଡିୟୁ ଏବଂ ଟିଡିପି ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ୍ବକୁ ଦୃଢ଼ ସମର୍ଥନ କରିଥିବାରୁ ବିର୍ଲା ପୁଣି ଥରେ ବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି।ଲୋକସଭା ବାଚସ୍ପତି ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ଇଣ୍ଡି ମେଣ୍ଟର ୨୩୨ ଭୋଟ୍ ତୁଳନାରେ ଏନଡିଏ ମେଣ୍ଟର ୨୯୩ ଭୋଟ୍ ରହିଛି।

ବାଚସ୍ପତିଙ୍କୁ ସମର୍ଥନ ବଦଳରେ ଉପବାଚସ୍ପତି ପଦ ପାଇବା ପାଇଁ ଇଣ୍ଡି ମେଣ୍ଟ ନେତାମାନେ ସର୍ତ୍ତ ରଖିବାରୁ ଆଲୋଚନା ବିଫଳ ହୋଇଥିଲା। ସନ୍ତୁଳିତ ଗୃହ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବରେ ବିରୋଧୀ ସାଂସଦଙ୍କ ପାଇଁ ଉପବାଚସ୍ପତି ପଦ ରହିବା ଜରୁରୀ ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ।

ସୂଚନାଯୋଗ୍ୟ ଯେ ସ୍ବାଧୀନତା ପରେ ୧୯୫୨, ୧୯୬୭ ଏବଂ ୧୯୭୬ ମସିହାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା। ୧୯୫୨ରେ ‌ହୋଇଥିବା ପ୍ରଥମ ବାଚସ୍ପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିଭି ମାଭଲଙ୍କର ବିରୋଧୀ ଦଳର ଶାନ୍ତାରାମ ମୋରେଙ୍କୁ ପରାସ୍ତ କରିଥିଲେ।

Read More
{}{}