Hindi News >>Home >>Odisha National-International

Loksabha News: ସଂସଦରେ ଉଠିଲା ଧର୍ମ ଭିତ୍ତିକ ଆରକ୍ଷଣ, କଂଗ୍ରେସକୁ ନିନ୍ଦା କଲେ ସରକାର

ନୂଆଦିଲ୍ଲୀ: ସ୍ୱାଧିନତାର ୭୮ ବର୍ଷ ପରେ ଆଜି ଧର୍ମ ଭିତ୍ତିରେ ଆରକ୍ଷଣ ବ୍ୟବସ୍ଥା ଭାରତର ସଂସଦକୁ ଆନ୍ଦୋଳିତ କରିଛି। ଯାହା ଦିନେ ସଂସଦୀୟ ସଭାରେ ପ୍ରତ୍ୟାଖ୍ୟାତ ହୋଇଥିଲା ତାହାକୁ ନେଇ ବିରୋଧି ଦଳ ନେତା ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ ମନ୍ତବ୍ୟ ଦିଆଯାଇଛି। ଗୃହ ଭିତରେ ବିରୋଧୀ ଦଳର ଏହି ଆଭିମୁଖ୍ୟକୁ ନେଇ ହୋ ହଲ୍ଲା ଏବଂ ବ

Advertisement
Loksabha News: ସଂସଦରେ ଉଠିଲା ଧର୍ମ ଭିତ୍ତିକ ଆରକ୍ଷଣ, କଂଗ୍ରେସକୁ ନିନ୍ଦା କଲେ ସରକାର
Prabhudatta Moharana|Updated: Mar 24, 2025, 12:41 PM IST
Share

Loksabha News: ନୂଆଦିଲ୍ଲୀ: ସ୍ୱାଧିନତାର ୭୮ ବର୍ଷ ପରେ ଆଜି ଧର୍ମ ଭିତ୍ତିରେ ଆରକ୍ଷଣ ବ୍ୟବସ୍ଥା ଭାରତର ସଂସଦକୁ ଆନ୍ଦୋଳିତ କରିଛି। ଯାହା ଦିନେ ସଂସଦୀୟ ସଭାରେ ପ୍ରତ୍ୟାଖ୍ୟାତ ହୋଇଥିଲା ତାହାକୁ ନେଇ ବିରୋଧି ଦଳ ନେତା ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ ମନ୍ତବ୍ୟ ଦିଆଯାଇଛି। ଗୃହ ଭିତରେ ବିରୋଧୀ ଦଳର ଏହି ଆଭିମୁଖ୍ୟକୁ ନେଇ ହୋ ହଲ୍ଲା ଏବଂ ବିଶୃଙ୍ଖଳା ସୃଷ୍ଟି ହେବାରୁ ଗୃହର କାର୍ଯ୍ୟ ଆଜି ଅପରାହ୍ଣ ୨ଟା ଯାଏଁ ମୁଲତବୀ ରହିଛି। 

ଆଜି ଗୃହ ଆରମ୍ଭରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳର ସାଂସଦମାନେ ଲୋକସଭାରେ ସ୍ଳୋଗାନ ଲେଖାଥିବା ପୋଷ୍ଟର ଧରି ଗୃହକୁ ପ୍ରବେଶ କରିଥିଲେ। ଏହାକୁ ନେଇ ବାଚସ୍ପତି ଓମ ବିର୍ଲା ଟିପ୍ପଣୀ ଦେବା ସହ ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ସେ କଦାପି ଏପରି ପୋଷ୍ଟରକୁ ଅନୁମତି ପ୍ରଦାନ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। କିନ୍ତୁ ବିରୋଧି ଦଳ ଏହାକୁ ଶୁଣି ନଥିଲେ। ଫଳରେ ପ୍ରଶ୍ନତ୍ତୋର କାଳକୁ ବାତିଲ କରି ସମନ୍ୱୟ ରକ୍ଷା ପାଇଁ ବାଚସ୍ପତି ଚେଷ୍ଟା କରିଥିଲେ। ମଧ୍ୟାହ୍ନ ୧୨ଟାରେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଗୃହରେ ଶୃଙ୍ଖଳା ରକ୍ଷା ସମ୍ଭବ ହୋଇନଥିଲା। ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଗୃହରେ ଉପସ୍ଥିତ ନଥିଲେ। ଏହି ସମୟରେ ଗୃହର ସଭାପତି ଦାୟିତ୍ୱ ତୁଲାଉଥିବା ଜଗଦମ୍ବିକା ପାଲ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ମନ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଗୃହରେ ମୁସଲମାନ ମାନଙ୍କ ପାଇଁ ଆରକ୍ଷଣ ଦାବି କରିଛନ୍ତି ବିରୋଧି ଦଳ ନେତା। ଏହା ନିନ୍ଦନୀୟ। ୨୮ ଅଗଷ୍ଟ ୧୯୪୭ରେ ତତ୍କାଳୀନ ସାମ୍ବିଧାନିକ ସଭା ଏହିଭଳି ଭାବରେ ଦେଶରେ ଧର୍ମଭିତ୍ତିକ ଆରକ୍ଷଣ ପାଇଁ ଅସହମତି ପ୍ରକାଶ କରିଥିଲେ। ଫଳରେ ଭାରତୀୟ ସମ୍ବିଧାନରେ ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ବିରୋଧି ଦଳ ନେତା ପକେଟରେ ସମ୍ବିଧାନ ପୁସ୍ତିକା ଧରି ବୁଲୁଛନ୍ତି, କିନ୍ତୁ ସମ୍ବିଧାନକୁ ସମ୍ମାନ ଦେଉନାହାନ୍ତି। କୌଣସି ପ୍ରକାରେ ଧର୍ମ ଭିତ୍ତିକ ଆରକ୍ଷଣ ପାଇଁ ସମ୍ବିଧାନରେ ବ୍ୟବସ୍ଥା ନାହିଁ କି ଏହାକୁ କରାଇ ଦିଆଯିବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ କହିଥିଲେ। 

୨୬ ତାରିଖ ଦିନ ୱାକଫ ବିଲକୁ ବିରୋଧ କରି ମୁସଲିମ ସଂଗଠନ ମାନେ ଦେଶବ୍ୟାପୀ ବିରୋଧର ଡାକରା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁସଲିମ ସମ୍ପ୍ରଦାୟକୁ ଆପ୍ୟାୟିତ କରିବା ଲାଗି ବିରୋଧି ଦଳ ଏପରି ପ୍ରୟାସ କରୁଛି ବୋଲି ଅଭିଯୋଗ ହୋଇଛି। 

Read More
{}{}