Hindi News >>Home >>Odisha National-International

Loksabha Adjourned: ୧୦ମ ଦିନରେ ଚାଲିପାରିଲାନି ଗୃହ, ଦିନ ୨ ଟା ଯାଏଁ ଗୃହ ମୁଲତବୀ

Loksabha Adjourned: ବିରୋଧୀଙ୍କ ହୋ ହାଲ୍ଲା ହଟ୍ଟଗୋଳରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିନପାରିବାରୁ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ବିରୋଧୀଙ୍କୁ ଶାନ୍ତ ରହି ସୁରୁଖୁରରେ ଗୃହକାର୍ଯ୍ୟ କରିବାକୁ ବାରମ୍ବାର କହିଥିଲେ । ହେଲେ ବିରୋଧୀ ସାଂସଦ ଏହାକୁ ଅଣଦେଖା କରିଥିଲେ ।  

Advertisement
Loksabha Adjourned: ୧୦ମ ଦିନରେ ଚାଲିପାରିଲାନି ଗୃହ, ଦିନ ୨ ଟା ଯାଏଁ ଗୃହ ମୁଲତବୀ
Rasmita Sahoo|Updated: Dec 15, 2023, 11:37 AM IST
Share

Loksabha Adjourned: ଲୋକସଭାରେ ଶୀତ ଅଧିବେଶନର ଆଜି ୧୦ ମ ଦିନ । ହେଲେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି।  ବିରୋଧୀ ଦଳ ସାଂସଦ ମାନେ ଶାସକ ସାଂସଦଙ୍କ ବିରୋଧରେ ନାରାବାଜି କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଶୁଣିବାକୁ ମିଳିଥିଲା 'ତାନାସାହି ନହିଁ ଚଲେଗି' ନାରା । ସଂସଦରେ ସୁରକ୍ଷାରେ ବିଚ୍ୟୁତି (Loksabha Security Breach) ପ୍ରସଙ୍ଗକୁ ନେଇ ବିରୋଧି ଦଳ ସାଂସଦ ଗର୍ଜିଥିଲେ। 'ଅମିତ୍ ଶାହା ସଦନ ମେଁ ଆଓ ଜବାବ ଦୋ ନାରା ଲଗାଇଥିଲେ ବିରୋଧୀ ଦଳ ସାଂସଦ'। ଗୃହକାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବଳୟ ଭେଦ କରି ସଂସଦକୁ ପ୍ରବେଶ କରିବା ଓ ଏହାକୁ ନେଇ ଜବାବ ମାଗିବା ବଦଳରେ ଗୃହରୁ ୧୫ ସାଂସଦଙ୍କୁ ସସପେଣ୍ଡ କରିବା ପ୍ରତିବାଦରେ କମ୍ପିଥିଲା ଗୃହ । 

ଯାହାକୁ ସ୍ୱାଭାବିକ ନକରିପାରି ଶେଷରେ ଗୃହକୁ ୨ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଆଜି ଗୃହରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସହ ବନ୍ଦର, ଜଳପଥ ମନ୍ତ୍ରାଳୟ ର ଅନେକ  ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ଥିଲା। ସୂଚନାଯୋଗ୍ୟ, ବୁଧବାର ସଂସଦରେ (Parliament) ଅଜ୍ଞାତମାନେ ପଶି ଯେଉଁ ଘଟଣା ଘଟାଇଥିଲେ ତାର ପ୍ରଭାବ ଗୁରୁବାର ଗୃହରେ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହୋ ହାଲ୍ଲା ହଟ୍ଟଗୋଳରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିନପାରିବାରୁ ରାଜ୍ୟସଭା ସଭାପତି(Rajya Sabha) ଜଗଦୀପ ଧନଖଡ଼ ବିରୋଧୀଙ୍କୁ ଶାନ୍ତ ରହି ସୁରୁଖୁରରେ ଗୃହକାର୍ଯ୍ୟ କରିବାକୁ ବାରମ୍ବାର କହିଥିଲେ । ହେଲେ ବିରୋଧୀ ସାଂସଦ ଏହାକୁ ଅଣଦେଖା କରିଥିଲେ ।

ତେବେ ସାଂସଦଙ୍କ ଏଭଳି ଆଚରଣକୁ ଗ୍ରହଣ କରିପାରିନଥିଲେ ସଭାପତି ଓ ଟିଏମସି ସାଂସଦ ଡେରିକେ ଓବ୍ରେୟନଙ୍କୁ ନିଲମ୍ବିତ କରିବା ସହ ତୁରନ୍ତ ସଂସଦ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂସଦ ସୁରକ୍ଷାରେ ଦେଖାଯାଇଥିବା ସାଂଘାତିକ ତ୍ରୁଟିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ପୋଷ୍ଟର ୱାର (Political Poster War) । ସଂସଦରେ ପଶିବାର ଷଡଯନ୍ତ୍ର ରଚିଥିବା ଲଳିତ ଝା ନିଜେ ଆତ୍ମସମର୍ପଣ କରି ଗିରଫ ହେବା ପରେ ତାଙ୍କର ବିଭିନ୍ନ ନେତାଙ୍କ ସହ ଫଟୋ ଥିବା ପୁରୁଣା ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ଗତକାଲି ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଗୃହକାର୍ଯ୍ୟରେ ବାଧା ଦେବା ପରେ ପ୍ରତିରକ୍ଷାମନ୍ତ୍ରୀ ଏନେଇ ଜବାବ ରଖିଥିଲେ ।  

ସଂସଦର ସୁରକ୍ଷା ତ୍ରୁଟି ନେଇ ବିରୋଧୀ ଗୁରୁବାର ଉଭୟ ରାଜ୍ୟ ଓ ଲୋକସଭାରେ (Loksabha) ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପରେ ୧୫ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଲୋକସଭା ସଚିବାଳୟ ୮ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରିଛି। ପ୍ରାରମ୍ଭିକ ତଦନ୍ତ ଆଧାରରେ ଉକ୍ତ ନିଲମ୍ବନ ଆଦେଶ ଦିଆଯାଇଛି।  ସଂସଦ ବାହାରେ ଓ ଭିତରେ ଆତଙ୍କ ଖେଳାଇଥିବା ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ‌ ଅଧୀନରେ ମାମଲା ରୁଜୁ ହୋଇଛି।

Also Read: Bhajan Lal Sharma: କେତେ କୋଟିର ମାଲିକ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା?

Also Read: Bhajan Lal Sharma: ନିଜ ଜନ୍ମଦିନରେ ଆଜିଠୁ ରାଜସ୍ଥାନରେ ରାଜ୍ କରିବେ ଭଜନଲାଲ୍, ଆସିବ ଏହିସବୁ ଚ୍ୟାଲେଞ୍ଜ !

Read More
{}{}