Hindi News >>Home >>Odisha National-International

Accident News: ବଡ଼ ଦୁର୍ଘଟଣା, ବସ୍ ଓଲଟି ୬ ମୃତ ଅନେକ ଆହତ

Double Decker Bus Accident: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଡିଭାଇଡରରେ ପିଟି ହୋଇ ଡବଲ୍ ଡେକର୍ ବସ୍ ଓଲଟି ପଡିଥିଲା। ବସଟିରେ ଅନେକ ଯାତ୍ରୀ ରହିଥିଲେ ।

Advertisement
Accident News: ବଡ଼ ଦୁର୍ଘଟଣା, ବସ୍ ଓଲଟି ୬ ମୃତ ଅନେକ ଆହତ
Soubhagya Ranjan Mishra|Updated: Dec 06, 2024, 04:27 PM IST
Share

Lucknow-Agra Expressway Bus Accident: ଆଜି  ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ଯାଉଥିବା ଏକ ଡବଲ୍ ଡେକର୍ ବସ୍ ଡିଭାଇଡରରେ ଧକ୍କା ହେବା ଫଳରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାଟି ସକରାବା ଥାନା ନିକଟସ୍ଥ ଅଞ୍ଚଳରେ ଘଟିଥିଲା । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଦୁର୍ଘଟଣା କାରଣରୁ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ବୋଲି କୁହାଯାଉଛି ।

ଖବର ମୁତାବକ, ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ଦୁର୍ଘଟଣା ସମୟରେ ଉକ୍ତ ରାସ୍ତାରେ ଯାଉଥିଲେ। ବସ୍ ଓଲଟି ପଡିଥିବାର ଦେଖି ସେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଲୋକଙ୍କ ସହାୟତାରେ ମନ୍ତ୍ରୀ ବସ୍‌ରେ ଫସି ରହିଥିବା ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କନ୍ନଜ ଏସପି ଅମିତ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ, ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ବସ୍ ଏବଂ ୱାଟର ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ୱାଟର ଟ୍ୟାଙ୍କର ମାଧ୍ୟମରେ ଡିଭାଇଡର ମଝିରେ ଥିବା ଗଛକୁ ପାଣି ଦିଆଯାଉଥିଲା । ଭାରସ୍ୟାମ ହରାଇ ବସଟି ପଛ ପଟରୁ ଟ୍ୟାଙ୍କରକୁ ଧକ୍କା ଦେଇଥିଲା।

 

ଜଣେ ଆହତ ଯାତ୍ରୀ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ଲକ୍ଷ୍ନୌରୁ ବସ୍‌ରେ ଚଢିଥିଲେ । ହଠାତ୍ କିଛି ଘଟିଲା ଏବଂ ବସ୍ ଓଲଟି ପଡିଲା । ଫଳରେ ମୋ ଗୋଡରେ ଆଘାତ ଲାଗିଥିଲା ବୋଲି ଯାତ୍ରୀ କହିଛନ୍ତି । ​​ବସଟି ଯାତ୍ରୀରେ ପରିପୂର୍ଣ୍ଣ ଥିଲା ଏବଂ ସେଠାରେ ବହୁତ ଲୋକ ଥିଲେ ଯେଉଁମାନେ ଖୁବ ଅଧିକ ମାତ୍ରାରେ ଆହତ ହୋଇଥିଲେ ।

 

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ପରିବର୍ତ୍ତନ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- BSNL Plan: ୩ ମାସ ପର୍ଯ୍ୟନ୍ତ କରିବାକୁ ପଡିବନି ରିଚାର୍ଜ, ଗ୍ରାହକ ପାଇବେ ବଡ଼ ଲାଭ !

Read More
{}{}